ETV Bharat / state

ଭୋଟର ତାଲିକା ତ୍ରୁଟିକୁ ନେଇ ତାତିଲେ ଲୋକେ: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପକାଇଲେ ତାଲା - Election Commission of India

ଭୋଟର ତାଲିକାରେ ସାଂଘାତିକ ତ୍ରୁଟି। ତାଲିକା ପ୍ରକାଶ ପରେ ତାତିଲେ ଜନସାଧାରଣ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପକାଇଲେ ତାଲା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ରାଜନଗର ବ୍ଲକ ଡେରା ପଞ୍ଚାୟତ କାର୍ଯ୍ୟାଳୟରେ । ଅଧିକ ପଢନ୍ତୁ

ଭୋଟର ତାଲିକା ତ୍ରୁଟିକୁ ନେଇ ତାତିଲେ ଲୋକେ: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପକାଇଲେ ତାଲା

author img

By

Published : Nov 17, 2021, 8:54 PM IST

କେନ୍ଦ୍ରାପଡା : ଭୋଟର ତାଲିକାରେ ସାଂଘାତିକ ତ୍ରୁଟି। ତାଲିକା ପ୍ରକାଶ ପରେ ତାତିଲେ ଜନସାଧାରଣ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପକାଇଲେ ତାଲା । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ରାଜନଗର ବ୍ଲକ ଡେରା ପଞ୍ଚାୟତ କାର୍ଯ୍ୟାଳୟରେ । ଅଭିଯୋଗ ମୁତାବକ, ଡେରା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁକୁମାର ମଣ୍ଡଳଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ଓ ନୂତନ ନାମ ପଞ୍ଜୀକରଣ ସହ ବାଦ ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଦାୟିତ୍ୱ ଦେଇଥିଲେ।

ଭୋଟର ତାଲିକା ତ୍ରୁଟିକୁ ନେଇ ତାତିଲେ ଲୋକେ: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପକାଇଲେ ତାଲା

ତେବେ ସୁକୁମାର ଡେରା ପଞ୍ଚାୟତ ସରପଞ୍ଚଙ୍କ ପୁଅକୁ ଧରି ତାଲିକାକୁ ତ୍ରୁଟିଯୁକ୍ତ କରିବା ସହ ଜଣେ ଜଣେ ଭୋଟରଙ୍କ ନାମକୁ ଗୋଟିଏ ୱାର୍ଡରୁ ନେଇ ଅନ୍ୟ ୱାର୍ଡରେ ସାମିଲ କରାଇଥିବା ନେଇ ଅଭିଯୋଗ ହୋଇଥିଲା । ତାଲିକା ପ୍ରକାଶ ପାଇବା ପରେ ଆଜି( ବୁଧବାର) କାର୍ଯ୍ୟାଳୟ ଖୋଲିବା ମାତ୍ରେ ଶହଶହ ଜନସାଧାରଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଥିଲେ । ଏହାସହ ତୁରନ୍ତ ନିର୍ଭୁଲ ତାଲିକା ପ୍ରକାଶନ ପାଇଁ ଦାବି କରି ପରେ ସୁକୁମାରଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଦୀର୍ଘ ୫ଘଣ୍ଟା ଧରି ତାଲା ପକାଇ ରଖିଥିଲେ।

ସନ୍ଧ୍ୟାରେ ବ୍ଳକ ପଞ୍ଚାୟତ ଅଧିକାରୀ ଓ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଡେରା ପଞ୍ଚାୟତରେ ପହଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝାଇବା କରିଥିଲେ । ଏହାସହ ଆସନ୍ତାକାଲି(ଗୁରୁବାର) ତ୍ରୁଟିଶୂନ୍ୟ ସଂଶୋଧିତ ଭୋଟର ତାଲିକା ପ୍ରକାଶ ନେଇ ଲିଖିତ ଦେବା ପରେ ପୋଲିସ ଉପସ୍ଥିତିରେ ଛାଡ଼ ପାଇଥିଲେ ସୁକୁମାର। ତେବେ ଏନେଇ ସୁକୁମାରଙ୍କୁ ପଚାରିବାରୁ ସେ ଅସୁସ୍ଥ ଥିବା କାରଣରୁ ସରପଞ୍ଚଙ୍କ ପୁଅକୁ ଭୋଟର ତାଲିକା ସଂଶୋଧନ ଦାୟିତ୍ୱ ଦେଇଥିବା କହିଥିଲେ । ତାଲିକାଟି ତ୍ରୁଟିପୂର୍ଣ୍ଣ ରହିଥିବା ସେ ମଧ୍ୟ କହିଛନ୍ତି । ତେବେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜଣେ ଦାୟିତ୍ବପୂର୍ଣ୍ଣ ନିର୍ବାହୀ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ବ୍ଲକ ଓ ଜିଲ୍ଲା ପ୍ରଶାସନ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.