ETV Bharat / state

କେନ୍ଦ୍ରାପଡାର ସ୍ବାସ୍ଥ୍ୟସେବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଶ୍ରୀକାନ୍ତ ଜେନା

author img

By

Published : Feb 28, 2020, 8:03 PM IST

କେନ୍ଦ୍ରାପଡ଼ାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଅଧିକ ଖବର ପଢନ୍ତୁ...

HOSPITAL
କେନ୍ଦ୍ରାପଡାର ସ୍ବାସ୍ଥ୍ୟସେବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଶ୍ରୀକାନ୍ତ ଜେନା

କେନ୍ଦ୍ରାପଡ଼ା: ଜିଲ୍ଲାରେ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପାଇଁ ଦାବି ଦୋହରାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଆଜି ଜଣେ ବନ୍ଧୁଙ୍କ ଶୋକସଭାରେ ଯୋଗଦେବାକୁ ଆସି ତାଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ ହେବାପରେ ଏପରି କିଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ଗରିବ ଲୋକ ହୃଦରୋଗ କିମ୍ବା ଡାଇବେଟିସ ରୋଗର ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ବର ଯାଉଥିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶ୍ରୀକାନ୍ତ । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରାଇବାର ଆବଶ୍ୟକତା ରହିଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ସେହିପରି ଶ୍ରୀକାନ୍ତ କେନ୍ଦ୍ରାପଡ଼ାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ପାଇଁ ସରକାରଙ୍କୁ ଦାୟୀ କରୁଥିବା ବେଳେ ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲ୍ଲାର ସ୍ବାସ୍ଥ୍ୟବ୍ୟବସ୍ଥାରେ ୧ ନଂ ମାନ୍ୟତା ଦେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ଶ୍ରୀକାନ୍ତ । ଏପଟେ ଲୋକସଭାରେ ସଂଖ୍ୟାଗରିଷ୍ଠତା ଥିବାରୁ BJP ଏକ ସମ୍ବିଧାନ ବିରୋଧୀ ଆଇନ ପ୍ରଣୟନ କରିବାରେ ସଫଳ ହୋଇଛି । କିନ୍ତୁ ଏହାର ପରିଣାମ ଭୟାବହ ହେଉଛି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.