ETV Bharat / state

ପ୍ରଥମେଶଙ୍କ ପାଖରେ ପହଞ୍ଚିଲା ପବ୍ଲିକ ଠୁ ପ୍ରଶାସନ - administration

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଆଠବାଟିଆ ଗାଁର ୪୦ ବର୍ଷୀୟ ପବିତ୍ର କୁମାର ବେହେରା ପତ୍ନୀ ଚମ୍ପାବତୀ ବଡ ପୁଅଙ୍କ ଦୁଃଖଦ କାହାଣୀ ସହ ସାନ ପୁଅ ପ୍ରଥମେଶର ଦାୟିତ୍ବ ସେବାକୁ ନେଇ ଖବର ପ୍ରକାଶ ପରେ ବଢିଛି ସହାୟତାର ହାତ। କୁନି ପ୍ରଥମେଶ ତଥା ଏଯୁଗର ଶ୍ରବଣ କୁମାର ସମସ୍ତଙ୍କୁ ଜଣାଇଛି ଧନ୍ୟବାଦ...

ପ୍ରଥମେଶଙ୍କ ପାଖରେ ପହଞ୍ଚିଲା ପବ୍ଲିକ ଠୁ ପ୍ରଶାସନ

author img

By

Published : Jan 15, 2020, 3:45 AM IST

Updated : Jan 15, 2020, 10:49 AM IST

କେନ୍ଦ୍ରାପଡା: 9 ବର୍ଷ ବୟସର ଶ୍ରବଣ କୁମାର ଓ ସାନ ଭାଇ ଲକ୍ଷ୍ମଣ ପରି ଦାୟିତ୍ବ ନିର୍ବାହ କରି ସେବା କରୁଥିବା ପ୍ରଥମେଶକୁ ସହାୟତାର ହାତ ବଢାଇଲେ ବିଭିନ୍ନ ବ୍ୟକ୍ତି ବିଶେଷ ସମେତ ଲୋକ ପ୍ରତିନିଧି ଓ ପ୍ରଶାସନ।

ପ୍ରଥମେଶଙ୍କ ପାଖରେ ପହଞ୍ଚିଲା ପବ୍ଲିକ ଠୁ ପ୍ରଶାସନ

ଗତ ରବିବାର ଦିନ ଇଟିଭି ଭାରତ (ETV BHARAT)ରେ ଖବର ପ୍ରସାରଣ ସହ ସାମାଜିକ ଗଣମାଧ୍ୟମରେ ସହାୟତା ପାଇଁ ଆମେ ଅନୁରୋଧ କରିଥିଲୁ । ଏହାପରେ ଏହି ଅସହାୟ ଦୁଃଖୀ ପରିବାରକୁ ମିଳିବାରେ ଲାଗିଛି ଆପଣ ମାନଙ୍କ ଅକୁଣ୍ଠ ସହାୟତା ରାଶି। ଖବର ଦେଖି ବିଭିନ୍ନ ବର୍ଗର ଲୋକ ଓ ସ୍ବେଛାସେବୀ ସଂଗଠନ ବଢାଉଛନ୍ତି ସହାୟତାର ହାତ ।

‘ଏଇତ ଜୀବନ’ ସ୍ବେଛାସେବୀ ସଙ୍ଗଠନ ପକ୍ଷରୁ ସୁରେଶ୍ବରୀ ଜେନା ଓ ଶୀତଲ କିନ୍ନର ପ୍ରଥମେଶର ପରିବାର ପାଖରେ ପହଞ୍ଚି ଖାଦ୍ୟ ସାମଗ୍ରୀ ପ୍ରଦାନ ସହିତ ପ୍ରଥମେଶର ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରଥମେଶର ପରିବାରକୁ ଭେଟି ସମସ୍ତ ଅଭାବ ଅସୁବିଧା ବୁଝିବା ସହ ସହାୟତା ପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ପ୍ରଥମେଶର ବାପା ଓ ମା'ଙ୍କୁ ଚିକିତ୍ସା କରାଇବା ସହ ପ୍ରଥମେଶର ପାଠପଢା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି । ଏଥିସହ ବିଧାୟକ ଅତନୁ ସବ୍ୟସାଚୀ ପ୍ରଥମେଶ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପୂର୍ବରୁ କରିଥିବା ଜଣାପଡିଛି।

ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ପ୍ରଥମେଶ ପରିବାରକୁ ଜିଲ୍ଲାପ୍ରଶାସନ ପକ୍ଷରୁ CMRF ଫଣ୍ଡରୁ 10 ହଜାର ଟଙ୍କା ସହାୟତା ଯୋଗାଇଦିଆଯାଇଥିବା ବେଳେ ପରିବାରକୁ ମିଳୁଥିବା 20 କେଜି ଚାଉଳ ବଦଳରେ ଏବେ 35 କେଜି ଚାଉଳ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିର ଗମ୍ଭୀରତାକୁ ଦେଖି ଜିଲ୍ଲାପାଳ ମହୋଦୟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟର ADMO କିଶୋର ଆଚାର୍ଯ୍ୟ, ଯୁଗ୍ମ ନିର୍ଦ୍ଦେଶକ ରାମକୃଷ୍ଣ ଶତପଥି, ମାର୍ଶାଘାଇ ଗୋଷ୍ଠୀ ଚିକିତ୍ସାଳୟ ଅଧିକାରୀ ଗୌରୀଶଙ୍କର ଦାସ, ସୌଭାଗ୍ୟ ପ୍ରସାଦ ସେଠୀ ପ୍ରଥମେଶର ଘରେ ପହଞ୍ଚି ବାପା ପବିତ୍ର ବେହେରା ଓ ମା' ଚମ୍ପାବତୀ ବେହେରାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ମେଡିକାଲ ରିପୋର୍ଟ ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେଇଛନ୍ତି ।

ସେପଟେ ଉପ-ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ପ୍ରତିଶୃତି ଦେଇଛନ୍ତି ଡାକ୍ତରୀ ଟିମକୁ ପଠାଯାଇଛି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉଭୟ ଦମ୍ପତିଙ୍କ ଚିକିତ୍ସା ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏହାସହ ଯାହା ଆବଶ୍ୟକ ଜିଲ୍ଲାପ୍ରଶାସନ ଯୋଗାଇ ଦେବ ବୋଲି କହିଛନ୍ତି । ଏଭଳି ଦୁର୍ଦ୍ଦିନରେ ତାଙ୍କ ପରିବାର ନିକଟରେ ଛିଡା ହୋଇ ସହାୟତାର ହାତ ବଢାଇଥିବା ବ୍ୟକ୍ତି ବିଶେଷ, ସ୍ବେଛାସେବୀ, ପ୍ରଶାସନ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ କୋହଭରା କଣ୍ଠରେ ଧନ୍ୟବାଦ ଦେଇଛି ପ୍ରଥମେଶ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ମୂଖ୍ୟ ଚିକିତ୍ସାଳୟର ADMO କିଶୋର ଆଚାର୍ଯ୍ୟ,ଜଏଣ୍ଟ ଡ଼ାଇରେକ୍ଟର ରାମକୃଷ୍ଣ ଶତପଥି, ମାର୍ଶାଘାଇ ଗୋଷ୍ଠୀ ଚିକିତ୍ସାଳୟ ଅଧିକାରୀ ଗୌରୀଶଙ୍କର ଦାସ, ସୌଭାଗ୍ୟ ପ୍ରସାଦ ସେଠୀ ପ୍ରଥମେଶର ଘରେ ପହଞ୍ଚି ପବିତ୍ର ବେହେରା ଓ ଚମ୍ପାବତୀ ବେହେରାଙ୍କ ମେଡ଼ିକାଲ ରିପୋର୍ଟ ଯାଞ୍ଚ କରି ଫେରିଛନ୍ତି।Body:Update1Conclusion:2
Last Updated : Jan 15, 2020, 10:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.