କେନ୍ଦ୍ରାପଡ଼ା: ବାତ୍ୟା 'ଫନି' ପାଇଁ ଚିନ୍ତାରେ ସମସ୍ତ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଫନିର ଭୟଙ୍କର ରୂପକୁ କିପରି ସଫଳତା ପୂର୍ବକ ସାମ୍ନା କରିହେବ ସେନେଇ କେନ୍ଦ୍ରାପଡ଼ାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇଛି । ମହାବାତ୍ୟା 'ଫନି'ର ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ଦାସରଥି ଶତପଥୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଜରୁରୀକାଳୀନ ବୈଠକ ।
ବାତ୍ୟା 'ଫନି'ର ମୁକାବିଲା କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ଦାସରଥି ଶତପଥୀଙ୍କ ଅଧକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଚୁଡା, ଚାଉଳ ମହଜୁଦ ରଖିବା ପାଇଁ ସମସ୍ତ ବ୍ଲକର ବିଡ଼ିଓ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଶିକ୍ଷକ ମାନେ ମଧ୍ୟ ଆଲର୍ଟ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ୍ରାଫ ଟିମକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ଯା ଆଶ୍ରୟ ସ୍ଥଳରେ ଖାଦ୍ୟ, ପାନୀୟଜଳ ଓ ପରିମଳ ବ୍ୟବସ୍ଥା କରିବାପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସୁଥିବା ବାତ୍ୟା ଫନିର ସଫଳ ମୁକାବିଲା ସହିତ କିପରି କାହାର ବିଶେଷ କିଛି କ୍ଷତି ନଘଟିବ ସେଥିପ୍ରତି ସମସ୍ତ ବିଭାଗୀୟ ଅଧିକାରୀ ଯତ୍ନବାନ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ