ETV Bharat / state

ଭାଇ ହେଲା ଭଗାରୀ, ଜମିବାଡ଼ି ବିବାଦକୁ ନେଇ ବଡଭାଇକୁ ହାଣିଲା ସାନଭାଇ - କେନ୍ଦ୍ରାପଡା ଖବର

କେନ୍ଦ୍ରାପଡାରେ ଜମିବାଡି ଜନିତ ପାରିବାରିକ କଳହକୁ ନେଇ ଭାଇ ସାଜିଲା ଭଗାରୀ । ଧାରୁଆ କଟୁରୀରେ ସାନ ଭାଇକୁ ଆକ୍ରମଣ କରିଲା ବଡଭାଇ । ଅଧିକ ପଢନ୍ତୁ

ଭାଇ ହେଲା ଭଗାରୀ
ଭାଇ ହେଲା ଭଗାରୀ
author img

By

Published : Nov 14, 2022, 12:29 PM IST

କେନ୍ଦ୍ରାପଡା: ତୁଚ୍ଛ ହେଲା ରକ୍ତ ସମ୍ପର୍କ । ଜମିବାଡି ଜନିତ ପାରିବାରିକ କଳହକୁ ନେଇ ଭାଇ ସାଜିଲା ଭଗାରୀ । ଧାରୁଆ କଟୁରୀରେ ସାନ ଭାଇକୁ ଆକ୍ରମଣ କରିଲା ବଡଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଧିନ ଆରସା ଗାଁରେ । ଗୁରୁତର ଯୁବକ ହେଲେ ବଳରାମ ବେହେରା ଓରଫ୍ ବୁଲୁ ।

ଏହା ମଧ୍ୟ ପଢନ୍ତୁ: ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଭାଇ ହେଲା ଭଗାରୀ

ଅଭିଯୋଗ ଅନୁସାରେ, ଗତକାଲି(ରବିବାର)ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବଡବାପାଙ୍କ ପୁଅ ବଳରାମ ବେହେରା ଓରଫ୍ ବୁଲୁ ଏବଂ ସାନବାପାଙ୍କ ପୁଅ ନିର୍ମଳ ବେହେରା ଓରଫ୍ ଟୁକୁ ମଧ୍ୟରେ ଝଗଡା ହୋଇଥିଲା । ତେବେ ପରବର୍ତ୍ତି ସମୟରେ ବଚସା ଉଗ୍ରରୂପ ଧାରଣ କରିଥିଲା । ରାଗରେ ବୁଲୁ ଏକ ଧାରୁଆ କଟୁରୀରେ ଟୁକୁର ବାମଗୋଡ଼ ଏବଂ ମୁଣ୍ଡକୁ ଆକ୍ରମଣ କରିଥିଲା ।

ସ୍ଥାନୀୟ ଲୋକେ ଏହା ଦେଖି ଟୁକୁକୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୁକୁର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ରାଜକନିକା ଥାନାରେ ଅଭିଯୋଗ ପରେ ବ୍ୟବହୃତ ଧାରୁଆ କଟୁରୀକୁ ଜବତ କରି ଆକ୍ରମଣକାରୀ ବୁଲୁକୁ ଅଟକ ରଖିବା ସହ ରାଜକନିକା ପୋଲିସ୍ ଅଧିକ ତଦନ୍ତ ଚଳାଇଛି ।

ଏହା ମଧ୍ୟ ପଢନ୍ତୁ: Delhi Liquor Scam: ଆପ ନେତାଙ୍କ ସହ ପୁଣି ଜଣେ ବ୍ୟବସାୟୀ ଗିରଫ

ଏନେଇ ନିର୍ମଳଙ୍କ ପତ୍ନୀ ଏବଂ ଭାଇ କହିଛନ୍ତି, "ପୂର୍ବରୁ ଦୁଇ ଭାଇଙ୍କ ମଧ୍ୟରେ ଜମିବାଡି ବିବାଦକୁ ନେଇ ବଚସା ହୋଇଥିଲା । ତେବେ ରବିବାର ଦିନ ନିର୍ମଳ ଦାଣ୍ଡରେ ବୁଲୁଥିବା ସମୟରେ ବଳରାମ ଟାଣି ନେଇ କଟୁରୀରେ ଆକ୍ରମଣ କରିଥିଲା । ଏହାପରେ ଗାଁ ଲୋକେ ଦେଖି ଆମକୁ ଖବର ଦେବାପରେ ଆମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲୁ । ବର୍ତ୍ତମାନ ଅବସ୍ଥା ଗୁରୁତର ଥିବା କାରଣରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର କହିଥିଲେ । ଆମେ ଚାହୁଁଛୁ ଦୋଷୀଙ୍କୁ କୋଠର ଦଣ୍ଡ ଦିଆଯାଉ ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.