ETV Bharat / state

ଭିତରକନିକାରେ ଇକୋ ରିଟ୍ରିଟ ମଜା - କେନ୍ଦ୍ରାପଡା ନ୍ୟୁଜ

ଭିତରକନିକାକୁ ବିକଶିତ କରିବା ପାଇଁ ପ୍ରଥମ ଥର ପାଇଁ ବୁଧବାର ଉଦଘାଟିତ ହୋଇଛି ଇକୋ ରିଟ୍ରିଟ । ଇକୋ ରିଟ୍ରିଟରେ ୨୧ଟି କଟେଜ ନିର୍ମାଣ କରାଯାଇଥିବା ବେଳେ ପର୍ଯ୍ୟଟକମାନେ ଭ୍ରମଣ ଓ ବିଳାସ ପୂର୍ଣ୍ଣ ତମ୍ବୁରେ ରହିବାର ମଜା ନେଇ ପାରିବେ ।

ଆରମ୍ଭ ହେଲା ଭିତରକନିକାରେ ଇକୋ ରିଟ୍ରିଟ ମହୋତ୍ସବ, ଛୁଟିବେ ପର୍ଯ୍ୟଟକ

author img

By

Published : Dec 10, 2020, 9:50 AM IST

କେନ୍ଦ୍ରାପଡା: ଭିତରକନିକାକୁ ବିକଶିତ କରିବା ପାଇଁ ପ୍ରଥମ ଥର ପାଇଁ ବୁଧବାର ଉଦଘାଟିତ ହୋଇଛି ଇକୋ ରିଟ୍ରିଟ । ଗତବର୍ଷ କୋଣାର୍କରେ ଏହି କାର୍ଯ୍ୟକ୍ରମ ସଫଳ ହେବା ପରେ ଚଳିତ ବର୍ଷ ଭିତରକନିକା ସମେତ ୫ଟି ସ୍ଥାନରେ ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଉଦଘାଟନ କରିବା ପରେ ଭିତରକନିକାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଇକୋ ରିଟ୍ରିଟକୁ ଉଦଘାଟନ କରିଥିଲେ ।

ଆରମ୍ଭ ହେଲା ଭିତରକନିକାରେ ଇକୋ ରିଟ୍ରିଟ ମହୋତ୍ସବ

ଭିତରକନିକାକୁ ବିକଶିତ କରିବା ସହ ସ୍ଥାନୀୟ ଅଞ୍ଚଳର ଉନ୍ନତି ହୋଇପାରିବ ଓ ଭିତରକନିକା ଜାତୀୟ ଉଦ୍ୟାନକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବା ପାଇଁ ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ଜ୍ୟୋତିପ୍ରକାଶ କହିଛନ୍ତି ।

ଇକୋ ରିଟ୍ରିଟରେ ୨୧ଟି କଟେଜ ନିର୍ମାଣ କରାଯାଇଥିବା ବେଳେ ପର୍ଯ୍ୟଟକମାନେ ଭ୍ରମଣ ଓ ବିଳାସ ପୂର୍ଣ୍ଣ ତମ୍ବୁରେ ରହିବାର ମଜା ନେଇ ପାରିବେ । ଏହି ଉଦଘାଟନ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ ଦେବ ଓ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ଫେବୃଆରୀ ୨୮,୨୦୨୧ ପର୍ଯ୍ୟନ୍ତ ତିନି ମାସ ଧରି ଚାଲିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.