ETV Bharat / state

20 ବର୍ଷ ପରେ ଶହୀଦ ସଚ୍ଚିଦାନନ୍ଦଙ୍କୁ ମିଳିବ ସମ୍ମାନ - anubhav pattanaik

1999 ରୁ 2019 । ଦୀର୍ଘ 20 ବର୍ଷର ଅପେକ୍ଷା ପରେ ଶହୀଦଙ୍କୁ ମିଳିବ ସମ୍ମାନ । 2001 ମସିହାରେ ଆରମ୍ଭ ହୋଇଥିବା ଶହୀଦଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଓ ଉଦ୍ୟାନ ପାଇଁ ସହାୟତା କରିଛନ୍ତି କେନ୍ଦ୍ରାପଡା ସାଂସଦ ଆଉ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ‘ଇଟିଭି ଭାରତ’ ।

ଡିଜାଇନ ଫଟୋ
author img

By

Published : Sep 26, 2019, 3:44 PM IST

କେନ୍ଦ୍ରାପଡା: 1999 ରୁ 2019 । ଦୀର୍ଘ 20 ବର୍ଷର ଅପେକ୍ଷା ପରେ ଶହୀଦଙ୍କୁ ମିଳିବ ସମ୍ମାନ । 2001 ମସିହାରେ ଆରମ୍ଭ ହୋଇଥିବା ଶହୀଦଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଓ ଉଦ୍ୟାନ ପାଇଁ ସହାୟତା କରିଛନ୍ତି କେନ୍ଦ୍ରାପଡା ସାଂସଦ ଆଉ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ‘ଇଟିଭି ଭାରତ’ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କାରଗିଲ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରି ଦେଶ ପାଇଁ ଶହୀଦ ହୋଇଥିବା କେନ୍ଦ୍ରାପଡାର ଲଢୁଆ ପୁଅ ଶହୀଦ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ‘ଇଟିଭି ଭାରତ’ କରିଥିବା ପ୍ରୟାସ ସଫଳ ହୋଇଛି । ୧୯୯୯ ମସିହା ମେ ୩ ତାରିଖରୁ କାରଗିଲ ଯୁଦ୍ଧ ଆରମ୍ଭ ହୋଇ ଜୁଲାଇ ୨୬ତାରିଖରେ ଶେଷ ହୋଇଥିଲା । ସେହି ଯୁଦ୍ଧରେ କେନ୍ଦ୍ରାପଡା ରାଜକନିକା ବ୍ଲକ କଣ୍ଡିଆ ଗାଁର ଓଡିଆ ପୁଅ ଲାନ୍ସନାୟକ ସଚ୍ଚିଦାନନ୍ଦ ମଲ୍ଲିକ ଜୁନ ୨୮ ତାରିଖରେ ବୀରଗତି ପ୍ରାପ୍ତ ହୋଇଥିଲେ । ସେବେଠୁ ଶହୀଦଙ୍କ ବାପା ଉପେନ୍ଦ୍ର ମଲ୍ଲିକ ଓ ମା ମାଳତୀଲତା ମଲ୍ଲିକଙ୍କ ଗୋଟିଏ ଇଛା ଥିଲା ଗାଁ ମୁଣ୍ଡରେ ନିଜ ଶହୀଦ ପୁଅର ପ୍ରତିମୂର୍ତ୍ତିଟିଏ ତିଆରି ହେଉ ଆଉ ସେ ପ୍ରତିମୂର୍ତ୍ତିକୁ ଦେଖି ସମସ୍ତେ ଦେଶଭକ୍ତିର ଗାଥା ଜାଣନ୍ତୁ । କିନ୍ତୁ ସେମାନଙ୍କର ଆଶା ଆଶାରେ ରହିଯାଇଥିଲା । ଅସୁସ୍ଥ ବୃଦ୍ଧ ପିତାମାତା ପ୍ରତିମୂର୍ତ୍ତିକୁ ଚାହିଁଚାହିଁ ଆଖିବୁଜିବା ସାର ହେଲା ।

ତେବେ ଗତ ୨୦୦୧ ମସିହାରେ ତତ୍କାଳୀନ କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପାଣ୍ଠିରୁ କଣ୍ଡିଆହାଟ ଫାଣ୍ଡି ନିକଟରେ ପ୍ରତିମୂର୍ତ୍ତିଟିଏ ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ଦିଆଯାଇଥିଲା । କିନ୍ତୁ ସରକାରୀ ବାବୁମାନଙ୍କ ଉଦାସୀନତା ଓ ରାଜନୈତିକ ବଳ କଷାକଷି ପାଇଁ ଏହି ବୀର ଯବାନଙ୍କର ପ୍ରତିମୂର୍ତ୍ତି ହୋଇପାରିନଥିଲା ।

ଏନେଇ ଗତ ଜୁଲାଇ ୨୬ତାରିଖ କାରଗିଲ ବିଜୟ ଦିବସ ଅବସରରେ ‘ଇଟିଭି ଭାରତ’ ଖବର ପ୍ରସାରଣ କରିଥିଲା । ଏହା ସହ ବାରମ୍ବାର ମଧ୍ୟ ପ୍ରତିମୂର୍ତ୍ତି ଓ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲା ‘ଇଟିଭି ଭାରତ’ । ସେପଟେ ବାସ୍ତବିକ ଘଟଣାକୁ ଅନୁଧ୍ୟାନ କରିବା ପାଇଁ ଗତ ୧୬ ସେପ୍ଟେମ୍ବର ଅପରାହ୍ନରେ ପ୍ରସ୍ତାବିତ ପ୍ରତିମୂର୍ତ୍ତି ନିର୍ମାଣ ସ୍ଥାନକୁ ପରିଦର୍ଶନ କରିଥିଲେ ଜିଲ୍ଲାପାଳ । ଏହାପରେ ଜିଲ୍ଲାପାଳ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇବା ପରେ ସାଂସଦ ଉକ୍ତ ସ୍ଥାନରେ ଶହୀଦ ସଚ୍ଚିଦାନନ୍ଦଙ୍କର ପ୍ରତିମୂର୍ତ୍ତି ସ୍ଥାପନ ସହ ଏକ ସୁନ୍ଦର ପାର୍କ ପାଇଁ ସାଂସଦ ପାଣ୍ଠିରୁ ୨୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:26.09.2019
Radhakanta Mohanty,Kendrapada
Slug-od_kpr_01_impact_7204459
Anchor-1999 ରୁ 2019।ଦୀର୍ଘ 20 ବର୍ଷର ଅପେକ୍ଷା ପରେ ଶହୀଦଙ୍କୁ ମିଳିବ ସମ୍ମାନ।2001 ମସିହାରେ ଆରମ୍ଭ ହୋଇଥିବା ଶହୀଦଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଓ ଉଦ୍ୟାନ ପାଇଁ ସହାୟତା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଆଉ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ETV BHARAT।
Body:VO1-କାରଗିଲ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରି ଦେଶ ପାଇଁ ଶହୀଦ ହୋଇଥିବା କେନ୍ଦ୍ରାପଡ଼ାର ଲଢ଼ୁଆ ପୁଅ ଶହୀଦ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ETV BHARAT କରିଥିବା ପ୍ରୟାସ ସଫଳ ହୋଇଛି।୧୯୯୯ମସିହା ମେ ୩ ତାରିଖରୁ କାରଗିଲ ଯୁଦ୍ଧ ଆରମ୍ଭ ହୋଇ ଜୁଲାଇ ୨୬ତାରିଖରେ ଶେଷ ହୋଇଥିଲା।ସେହି ଯୁଦ୍ଧରେ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ କଣ୍ଡିଆ ଗାଁର ଓଡ଼ିଆ ପୁଅ ଲାନ୍ସନାୟକ ସଚ୍ଚିଦାନନ୍ଦ ମଲ୍ଲିକ ଜୁନ ୨୮ତାରିଖରେ ବୀରଗତି ପ୍ରାପ୍ତ ହୋଇଥିଲେ।କିଛିଦିନ ଯାଏ ବହୁ ନେତା ମନ୍ତ୍ରୀ ସମବେଦନା ଜଣାଇବାକୁ କଣ୍ଡିଆ ଗାଁରେ ପହଞ୍ଚିଥିଲେ।ଶହୀଦଙ୍କ ବାପା ଉପେନ୍ଦ୍ର ମଲ୍ଲିକ ଓ ମା ମାଳତୀଲତା ମଲ୍ଲିକଙ୍କ ଗୋଟିଏ ଇଛା ଥିଲା ଗାଁ ମୁଣ୍ଡରେ ନିଜ ଶହୀଦ ପୁଅର ମୂର୍ତ୍ତିଟିଏ ତିଆରି ହେଉ ଆଉ ସେ ମୂର୍ତ୍ତିକୁ ଦେଖି ସମସ୍ତେ ଦେଶଭକ୍ତିର ଗାଥା ଜାଣନ୍ତୁ।କିନ୍ତୁ ସେମାନଙ୍କର ଆଶା ଆଶାରେ ରହିଯାଇଥିଲା।ଅସୁସ୍ଥ ବୃଦ୍ଧ ପିତାମାତା ମୂର୍ତ୍ତିକୁ ଚାହିଁଚାହିଁ ଆଖିବୁଜିବା ସାର ହେଲା ଯଦିଓ ଗତ ୨୦୦୧ ମସିହାରେ ତତ୍କାଳୀନ କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପାଣ୍ଠିରୁ କଣ୍ଡିଆହାଟ ଫାଣ୍ଡି ନିକଟରେ ପ୍ରତିମୂର୍ତ୍ତିଟିଏ ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ଦିଆଯାଇଥିଲା କିନ୍ତୁ ସରକାରୀ ବାବୁମାନଙ୍କ ଉଦାସୀନତା ଓ ରାଜନୈତିକ ବଳ କଷାକଷି ପାଇଁ ଏହି ବୀର ଯବାନଙ୍କର ମୂର୍ତ୍ତି ତିଆରି ହେବା ଦୁରେ ଥାଉ ପ୍ରସ୍ତାବିତ ସ୍ଥାନରେ ଆଣ୍ଠୁଏ ବହଳର ବଣ ହୋଇଥିଲା ଯେଉଁଥିପାଇଁ କି ସଚ୍ଚିଦାନନ୍ଦଙ୍କର ଦାଦା କ୍ଷୋଭର ସହ "THE HERO IS FORGOTTEN, THEY ARE PAID TO DIE"ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ।ସଚ୍ଚିଦାନନ୍ଦଙ୍କର ପ୍ରତିମୂର୍ତ୍ତିଟିଏ ନିର୍ମାଣ ନହେବା ନେଇ ନୂତନ ଭାବରେ କେନ୍ଦ୍ରାପଡାରେ ଯୋଗଦେଇଥିବା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଖୁବଶୀଘ୍ର ପଦକ୍ଷେପ ନିଆଯିବା ସହିତ ସରକାରୀ ବ୍ୟବସ୍ଥା ମଧ୍ୟରେ ଯଦି କୌଣସି ଭୁଲଭଟକା ଥାଏ ତେବେ ଏହାକୁ ସୁଧାର ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
Byt-ଅକ୍ଷୟ କୁମାର ମଲ୍ଲିକ(ସଚିଦାନନ୍ଦଙ୍କର ଦାଦା)
Byt-ଜ୍ୟୋତିଶଙ୍କର ମହାପାତ୍ର(ଉପ ଜିଲ୍ଲାପାଳ,କେନ୍ଦ୍ରାପଡ଼ା)
VO2-ଏନେଇ ଗତ ଜୁଲାଇ ୨୬ତାରିଖ କାରଗିଲ ବିଜୟ ଦିବସ ଅବସରରେ ETV BHARAT ଖବର ପ୍ରସାରଣ କରିଥିଲା ଓ ବାରମ୍ବାର ମଧ୍ୟ ପ୍ରତିମୂର୍ତ୍ତି ଓ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରୁଥିଲା ETV BHARAT।ବାସ୍ତବିକ ଘଟଣାକୁ ଅନୁଧ୍ୟାନ କରିବା ପାଇଁ ଗତ ୧୬ସେପ୍ଟେମ୍ବର ଅପରାହ୍ନରେ ପ୍ରସ୍ତାବିତ ପ୍ରତିମୂର୍ତ୍ତି ନିର୍ମାଣ ସ୍ଥାନକୁ ପରିଦର୍ଶନ କରିଥିଲେ ଜିଲ୍ଲାପାଳ।ଏହାପରେ ଜିଲ୍ଲାପାଳ, କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ଅନୁଭବ ମହାନ୍ତିଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇବା ପରେ ସାଂସଦ ଶ୍ରୀ ମହାନ୍ତି ଉକ୍ତ ସ୍ଥାନରେ ଶହୀଦ ସଚ୍ଚିଦାନନ୍ଦଙ୍କର ପ୍ରତିମୂର୍ତ୍ତି ସ୍ଥାପନ ସହ ଏକ ସୁନ୍ଦର ପାର୍କ ପାଇଁ ସାଂସଦ ପାଣ୍ଠିରୁ ୨୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।ଶହୀଦ ସଚ୍ଚିଦାନନ୍ଦ ଯୁବପୀଢୀର ପ୍ରେରଣା।ତାଙ୍କ ଜୀବନିରୁ ଦେଶ ମାତୃକାର ସେବା,ତ୍ୟାଗ ଓ ବଳିଦାନ କଥା ମନେରଖିବା ପାଇଁ ସ୍ମୃତିସ୍ତମ୍ଭ ନିର୍ମାଣର ଆବଶ୍ୟକତା ଥିଲା ଓ ସାଂସଦ ପାଣ୍ଠି ସାଧାରଣ ଲୋକମାନଙ୍କର ଏବଂ ଏହାକୁ ସଠିକ ଭାବରେ ଖର୍ଚ୍ଚ କରିବାର ଆବଶ୍ୟକତା ରହିଥିବା ସହ ତାଙ୍କ ଦଳ ଓ ନେତା ସବୁବେଳେ ସବୁ ସମୟରେ ଲୋକମାନଙ୍କ ଦୁଃଖ ସହିତ ରହିଥିବା କହିଛନ୍ତି ସାଂସଦ ଅନୁଭବ ମହାନ୍ତି।ସେହିପରି ଏହି ପ୍ରକଳ୍ପ ପାଇଁ ଏଷ୍ଟିମେଟ ଶେଷ ହୋଇଛି ଏବଂ ରାଜକନିକା ବିଡ଼ିଓଙ୍କ ତତ୍ୱାବଧାନରେ ଏହି କାମ ଖୁବଶୀଘ୍ର ଆରମ୍ଭ ହୋଇଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
Byt-ଅନୁଭବ ମହାନ୍ତି(ଲୋକସଭା ସାଂସଦ,କେନ୍ଦ୍ରାପଡ଼ା)
Byt-ସମର୍ଥ ବର୍ମା(ଜିଲ୍ଲାପାଳ, କେନ୍ଦ୍ରାପଡ଼ା)
Conclusion:FVO- ୨୦୦୧ ମସିହାରେ ଦିଆଯାଇଥିବା ଏକଲକ୍ଷ ଟଙ୍କାର ଅନୁଦାନ ଓ ବର୍ତ୍ତମାନ ଦିଆଯାଇଥିବା କୋଡିଏ ଲକ୍ଷ ଟଙ୍କାର ପାଣ୍ଠିରେ ସୁନ୍ଦର ସ୍ମୃତିସ୍ତମ୍ଭ ଓ ଉଦ୍ୟାନ ତିଆରି ହୋଇପାରିବ ବୋଲି ଆଶା ଓ ବିଶ୍ୱାସ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.