ETV Bharat / state

ରାସନ ସାମଗ୍ରୀ ବଣ୍ଟନରେ pso ମେସିନ ବ୍ୟବହାରକୁ ନେଇ ହିତାଧିକାରୀଙ୍କ ଅସନ୍ତୋଷ

author img

By

Published : Jul 18, 2020, 9:48 PM IST

Updated : Jul 18, 2020, 10:04 PM IST

ରାସନ ସାମଗ୍ରୀ ଆଣିବା ସମୟରେ ପିଏସଓ ମେସିନରେ ଅଙ୍ଗୁଳି ଛାପକୁ ଲୋକେ ବିରୋଧ କରିଛନ୍ତି ।ଦିନକୁ ଦିନ ରାଜ୍ୟରେ କୋରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ଲୋକେ ଏହାକୁ ନେଇ ରୋଗ କିଣିନେବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ରାସନ ସାମଗ୍ରୀ ବଣ୍ଟନରେ pso ମେସିନ ବ୍ୟବହାରକୁ ନେଇ ହିତାଧିକାରୀଙ୍କ ଅସନ୍ତୋଷ
ରାସନ ସାମଗ୍ରୀ ବଣ୍ଟନରେ pso ମେସିନ ବ୍ୟବହାରକୁ ନେଇ ହିତାଧିକାରୀ ଅସନ୍ତୋଷ

କେନ୍ଦ୍ରାପଡା: କୋରୋନାର ଗୋଷ୍ଠୀ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରତିଷେଧ ମୂଳକ ବ୍ୟବସ୍ଥା ଭାବେ ପିଏସଓ ମେସିନ ବା ଅଙ୍ଗୁଳି ଛାପରେ ରାସନ ସାମଗ୍ରୀ ନେବାକୁ ବାରଣ କରି ହସ୍ତାକ୍ଷର ମାଧ୍ୟମରେ ରାସନ ସାମଗ୍ରୀ ଯୋଗାଇ ଦେଉଥିଲେ । ଦିନକୁ ଦିନ ରାଜ୍ୟରେ କୋଭିଡ ପରିସ୍ଥିତି ଭୟାବହ ହେଉଥିବା ବେଳେ ପୁନଶ୍ଚ ଆଙ୍ଗୁଳି ଛାପରେ ରାସନ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ନେଇ କେନ୍ଦ୍ରାପଡା ଜିଲ୍ଲାରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।

ରାସନ ସାମଗ୍ରୀ ବଣ୍ଟନରେ pso ମେସିନ ବ୍ୟବହାରକୁ ନେଇ ହିତାଧିକାରୀଙ୍କ ଅସନ୍ତୋଷ

ଚଳିତ ବର୍ଷ ମାର୍ଚ୍ଚ ମାସରେ ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଲୋକମାନଙ୍କୁ ଗୋଷ୍ଠୀ ସଂକ୍ରମଣ ଏଡ଼ାଇବା ପାଇଁ ରାସନ କାର୍ଡ ହିତାଧିକାରୀମାନଙ୍କୁ ରିଟେଲର ଘରେ ନେଇ ରାସନ ପହଞ୍ଚାଇବା ସହ pso ମେସିନ ବା ଅଙ୍ଗୁଳି ଛାପ ମେସିନ ବଦଳରେ ହସ୍ତାକ୍ଷର ମାଧ୍ୟମରେ ରାସନ ନେବା ପାଇଁ ବ୍ୟବସ୍ଥା କରିଥିଲେ । ସେ ସମୟରେ ରାଜ୍ୟ ସରକାରଙ୍କ ଏଭଳି ବ୍ୟବସ୍ଥାକୁ ଭୁୟସୀ ପ୍ରଶଂସା କରାଯାଇଥିଲା । କିନ୍ତୁ ଚଳିତ ମାସରେ ରାଜ୍ୟରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପୁନର୍ବାର pso ମେସିନ ମାଧ୍ୟମରେ ରାସନ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ହିତାଧିକାରୀ ଓ ରିଟେଲର ।

ଲକଡାଉନ ଓ ସଟଡାଉନ ଭଳି ସମୟରେ ରୋଜଗାର ବିହୀନ ହୋଇଥିବା ଗରିବ ଲୋକମାନଙ୍କ ପାଇଁ ରାସନ ସାମଗ୍ରୀ ଏକମାତ୍ର ସାହାରା । ନୂତନ ନିୟମାନୁଯାୟୀ ଗରିବ ସାଧାରଣ ଲୋକ pso ମେସିନ ମାଧ୍ୟମରେ ଘରକୁ ରାସନ ନେବେ ନା ରୋଗ ନେବେ ସେନେଇ ପ୍ରଶ୍ନ ଉଠାଇଛନ୍ତି । ସେହିଭଳି ରିଟେଲର ପଏଣ୍ଟରେ ସାମାଜିକ ଦୂରତ୍ବ, ସାନିଟାଇଜର ବ୍ୟବହାର ଓ ମାସ୍କ ବ୍ୟବହାର କରାଯାଉଥିଲେ ମଧ୍ୟ କାହା ଶରୀରରେ କୋଭିଡ ଥିବ ସେନେଇ ସନ୍ଦେହରେ ରିଟେଲର । ଜିଲ୍ଲାର ଡେରାବିଶ୍ ବ୍ଲକ ଠାକୁରପାଟଣା ରିଟେଲର ପଏଣ୍ଟରେ ଦୁଇଟି ପଞ୍ଚାୟତର 750ରୁ ଊର୍ଦ୍ଧ୍ବ ରାସନକାର୍ଡରେ 4200 ଲୋକ ନିର୍ଭର କରୁଥିବା ବେଳେ ଅଙ୍ଗୁଳି ଛାପ ମେସିନ ପ୍ରଣୟନ ବିରୋଧରେ ଅଭିଯୋଗ ଜିଲ୍ଲା ସାରା ସମସ୍ତ ରିଟେଲର ପଏଣ୍ଟରେ ଅବସ୍ଥା ସମାନ ।

ଅନ୍ୟପକ୍ଷରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏନେଇ ପଚାରାଯିବାରୁ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେକୌଣସି ନିର୍ଦ୍ଦେଶନାମା ଆସେ ତାହାକୁ ସେମାନେ କାର୍ଯ୍ୟକାରୀ କରିଥାନ୍ତି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଏହି pso ମେସିନ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ରୋକ ଲଗାଇ କୋରୋନା ମହାମାରୀ ଦୂର ନହେବା ପର୍ଯ୍ୟନ୍ତ ହସ୍ତାକ୍ଷରରେ ରାସନ ନେବା ପାଇଁ ନିୟମ ପ୍ରଣୟନ ପାଇଁ ଦାବି ଜଣାଇଛନ୍ତି ଉଭୟ ହିତାଧିକାରୀ ଓ ରିଟେଲର ।

ସୂଚନାଥାଉକି କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାସନ ସାମଗ୍ରୀ ନେବା ବେଳେ ଫିଙ୍ଗର ପ୍ରିଣ୍ଟକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍ଥଗିତ ପାଇଁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି । ଆଧାର ବାୟୋମେଟ୍ରିକ ପାଇଁ ଫିଙ୍ଗର ପ୍ରିଣ୍ଟ ସ୍କାନର, ଆଇରିସ ବ୍ୟବସ୍ଥା ବନ୍ଦ କରାଯାଇଛି । କଣ୍ଟ୍ରୋଲ ଦୋକାନୀ ମାନେ ସାମଗ୍ରୀ ଦେବାବେଳେ ହିତାଧିକାରୀଙ୍କ ଟିପ ଚିହ୍ନ ଓ ଆଇରିସ୍ ମେସିନ୍ ବାଧ୍ୟତାମୂଳକ ବୋଲି ସରକାର କହିବା ପରେ ଭୟଭୀତ ଥିଲେ କଣ୍ଟ୍ରୋଲ ଦୋକାନୀ । ଏହାକୁ ଆଧାର କରି ଯୋଗାଣ ମନ୍ତ୍ରୀ ଏନେଇ ଟ୍ବିଟ କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 18, 2020, 10:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.