ETV Bharat / state

କେନ୍ଦ୍ରାପଡା ବିଜେଡିରେ କୁହୁଳୁଛି ଅସନ୍ତୋଷ, ବିଧାୟକଙ୍କ ବିରୋଧରେ ହୋହଲ୍ଲା କଲେ କର୍ମୀ

author img

By

Published : Sep 27, 2021, 7:25 AM IST

କେନ୍ଦ୍ରାପଡ଼ାର ସ୍ଥାନୀୟ ବିଧାୟକଙ୍କୁ ନେଇ ବଢୁଛି ଦଳ ଭିତରେ କନ୍ଦଳ । ଜିଲ୍ଲା କାର୍ଯ୍ୟକାରିଣୀରେ ପର୍ଯ୍ୟବେକ୍ଷକଙ୍କୁ ଫେରାଦ ହେଲେ ଦଳୀୟ କର୍ମୀ । ଅଧିକ ପଢନ୍ତୁ...

ବିଧାୟକଙ୍କୁ ନେଇ କେନ୍ଦ୍ରାପଡା BJDରେ ଅନ୍ତଃକନ୍ଦଳ, କାର୍ଯ୍ୟକାରିଣୀ ବୈଠକରେ ପର୍ଯ୍ୟବେକ୍ଷକଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା: ପଦାରେ ପଡିଲା ବିଜେଡିର ଦଳୀୟ କନ୍ଦଳ। କେନ୍ଦ୍ରାପଡାର ବିଧାୟକଙ୍କ କାର୍ଯ୍ୟ କଳାପକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଆଜି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିିଛି । ଆଜି ସ୍ଥାନୀୟ ମ୍ୟୁନସିପାଲିଟି ଟାଉନ ହଲରେ ଅନୁଷ୍ଠିତ ବିଜେଡିର କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ଦାୟିତ୍ବରେ ଥିବା ଦଳୀୟ ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ଓ କେନ୍ଦ୍ରାପଡ଼ା ବିଧାୟକଙ୍କ ଉପସ୍ଥିତିରେ ଦଳର କର୍ମୀମାନେ ହୋହଲ୍ଲା କରିବା ସହ ବିଧାୟକଙ୍କ ବିରୋଧରେ ଅଭିଯୋଗ କରିଥିବା ଦେଖାଯାଇଥିଲା ।

ବିଶେଷକରି କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ଅପେକ୍ଷା ତାଙ୍କ ପୁଅଙ୍କର ପ୍ରତ୍ୟେକ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ସକ୍ରିୟତା ଦଳ ମଧ୍ୟରେ ବେସ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ରାପଡ଼ାରେ ବାପ-ପୁଅ ସରକାର ଚାଲିଥିବା ଓ କର୍ମୀମାନଙ୍କୁ ଅଣଦେଖା କରାଯାଉଥିବା ନେଇ ପର୍ଯ୍ୟବେକ୍ଷକଙ୍କୁ ଅଭିଯୋଗ କରିଛନ୍ତି ସ୍ଥାନୀୟ ଦଳୀୟ କର୍ମୀ । ତେବେ ଏହା ଦଳର ଆଭ୍ୟନ୍ତରୀଣ ମାମଲା ଓ ସଙ୍ଗଠନରେ ଏପରି ଘଟଣା ସ୍ବାଭାବିକ ବୋଲି କହିଛନ୍ତି ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.