ETV Bharat / state

କେନ୍ଦ୍ରାପଡ଼ାରେ ଶିଳ୍ପାୟନର ନୂଆ ଆଶା, ଡିଜିଟାଲ ସ୍କିଲ ସେଣ୍ଟର ସ୍ଥାପିତ - କେନ୍ଦ୍ରାପଡ଼ାରେ ଡିଜିଟାଲ ସ୍କିଲ ସେଣ୍ଟର

ଜିଲ୍ଲାରେ ଶିଳ୍ପର ସମ୍ଭାର ନେଇ ଆସିଛି ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ । ଡିଜିଟାଲ ତାଲିମ ସେବା ଯୋଗାଇବା ପାଇଁ ସ୍ଥାପନ ହେଲା ଡିଜିଟାଲ ସ୍କିଲ ସେଣ୍ଟର । ଆଗକୁ ପଢ଼ନ୍ତୁ,

ସ୍ଥାପନ ହେଲା  ଡିଜିଟାଲ ସ୍କିଲ ସେଣ୍ଟର: କେନ୍ଦ୍ରାପଡ଼ାରେ ଶିଳ୍ପର ସମ୍ଭାର

author img

By ETV Bharat Odisha Team

Published : Dec 7, 2023, 7:00 AM IST

ସ୍ଥାପନ ହେଲା ଡିଜିଟାଲ ସ୍କିଲ ସେଣ୍ଟର: କେନ୍ଦ୍ରାପଡ଼ାରେ ଶିଳ୍ପର ସମ୍ଭାର

କେନ୍ଦ୍ରାପଡ଼ା: ଜିଲ୍ଲାରେ ଶିଳ୍ପର ସମ୍ଭାର ନେଇ ଆସିଛି ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ । ଡିଜିଟାଲ ତାଲିମ ସେବା ଯୋଗାଇବା ପାଇଁ ସ୍ଥାପନ ହେଲା ଡିଜିଟାଲ ସ୍କିଲ୍‌ ସେଣ୍ଟର । ବିଜୟନଗରରେ ଆଇଟିଆଇ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । ସେଣ୍ଟରଟିରେ ପର୍ଯ୍ୟାୟକ୍ରମେ ୧୦୦ ଜଣ ଯୁବକଯୁବତୀ ତାଲିମ ନେବେ । ଆସନ୍ତା ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଜନଶୁଣାଣୀ ମଧ୍ୟ ଅନୁଷ୍ଠିତ ହେବ ।

ଶିଳ୍ପ ବିହୀନ ଜିଲ୍ଲା ଭାବେ ଅପଖ୍ୟାତି ମୁଣ୍ଡାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପର ସମ୍ଭାର ନେଇ ଆସୁଛି "ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ" କମ୍ପାନୀ । ଏଭଳି ଏକ ଦକ୍ଷତା ଭିତ୍ତିକ ଡିଜିଟାଲ ତାଲିମ ସେବା ଯୋଗାଇବା ପାଇଁ ରାମନଗରଠାରେ ଆଜି ସ୍ଥାପନ କରିଛି "ଡିଜିଟାଲ ସ୍କିଲ୍‌ ସେଣ୍ଟର" । ଏଥିସହ ବିଜୟନଗରରେ ଆଇଟିଆଇ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ସେଣ୍ଟରଟିରେ ପର୍ଯ୍ୟାୟକ୍ରମେ ୧୦୦ ଜଣ ଯୁବକ ଯୁବତୀ ତାଲିମ ନେବେ । ଅନ୍ୟପଟେ ଏହି ବ୍ଲକରେ ଶିଳ୍ପାନୁଷ୍ଠାନ ଗଢିବା ପାଇଁ ଏଏମ/ଏନଏସ (ଆର୍ସେଲର ମିତ୍ତଲ/ନିପ୍ପନ ଷ୍ଟିଲ) ଏମଓୟୁ ରାଜ୍ୟ ସରକାରଙ୍କ ସହ ଚୁକ୍ତି ହୋଇଛି । ଆସନ୍ତା ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଜନଶୁଣାଣୀ ମଧ୍ୟ ଅନୁଷ୍ଠିତ ହେବ । ତେବେ ଏଭଳି ସମୟରେ ଯୁବକ ଯୁବତୀ ମାନଙ୍କୁ ଡିଜିଟାଲ ତାଲିମ ଦେଇ ଡିଜିଟାଲି ଦୃଢ଼ କରିବା ଲକ୍ଷ୍ୟରେ ଏଏମ/ଏନଏସର ପଦକ୍ଷେପକୁ ସବୁଠି ପ୍ରଶଂସା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ.....ରାଜ୍ୟ ସ୍ବାସ୍ଥ୍ୟ ପରିବାର ଓ କଲ୍ୟାଣ ବିଭାଗ ଆଣିଲା ୨ ଗର୍ଭ ନିରୋଧକ

ଆଜି ପୂର୍ବାହ୍ନ ସମୟରେ ମୁଖ୍ୟଅତିଥି ତଥା କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ୠତୁରାଜଙ୍କ ଦ୍ଵାରା ଏହି ସ୍କିଲ ସେଣ୍ଟରର ଉଦଘାଟନ କରାଯାଇଥିଲା । ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲାର ଛତା,ପଟ୍ଟାମୁଣ୍ଡାଇ ଠାରେ ବିଭିନ୍ନ ସଂସ୍ଥା କାର୍ଯ୍ୟକାରୀ ହେଉଥିବା ବେଳେ ରାମନଗର ଠାରେ ପ୍ରତିଷ୍ଠା ହୋଇଥିବା ଏହି ସ୍କିଲ ସେଣ୍ଟରରେ ମହାକାଳପଡ଼ା ତହସିଲ ଅଧିନର ଯୁବକ ଯୁବତୀ ମାନଙ୍କୁ ତାଲିମ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସାମାଜିକ ଗୋଷ୍ଠୀ ଦାୟିତ୍ୱ ବୋଧତା ପଦକ୍ଷେପ ସ୍ୱରୂପ ଏହି ଡିଜିଟାଲ ସ୍କିଲ ଟ୍ରେନିଂ ସେଣ୍ଟରର ପ୍ରତିଷ୍ଠା ବୋଲି କହିଛନ୍ତି ଜିଲ୍ଲାପାଳ । ସେହିପରି ବିଜୟନଗରରେ କମ୍ପାନୀ ପକ୍ଷରୁ ଇଣ୍ଡିଆ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା ନିର୍ଦ୍ଦେଶକ ତଥା ଉପ ସଭାପତି ତୋମୋମିତ୍ସୁ ଇନାଡ଼ା, ଓଡିଶା ଗ୍ରୀନ ଫିଲଡ଼ ଏକଜିକ୍ୟୁଟିଭ ଡାଇରେକ୍ଟର ଟି.ଏସ.ସାନଭୋଗ, ଗ୍ରୀନ ଫିଲଡ଼ ପ୍ରୋଜେକ୍ଟ ମୁଖ୍ୟ ସଂଯୋଜକ ଏଲ.ସି.ମହାପାତ୍ର, ମୁଖ୍ୟ ସିଏସଆର ଡ଼ଃ ବିକାଶ ୟାଦବେନ୍ଦୁ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ହେଉଥିବା ଗାଁ ମାନଙ୍କରୁ ମୋଟ ୨୦୦ ଜଣ ଯୁବକଯୁବତୀଙ୍କୁ ତାଲିମ ଦିଆଯିବ ବୋଲି ସୂଚନା ମିଳିଛି । ତେବେ ତାଲିମ ପାଇ ଦକ୍ଷ ହେବେ ଜିଲ୍ଲାର ଅପହଞ୍ଚ ଓ ଅନୁନ୍ନତ କୁହାଯାଉଥିବା ମହାକାଳପଡ଼ା ବ୍ଲକର ରାମନଗର, ବତୀଘର, ପେଟଛେଲା, ଜମ୍ବୁ, ସୁନୀତି ଭଳି ପଞ୍ଚାୟତର ଯୁବଗୋଷ୍ଠୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.