ETV Bharat / state

ବଳଦେବଜୀଉଙ୍କ ମନ୍ଦିରରେ ପ୍ରବଳ ଭିଡ, ଆଶିଷ ଭିକ୍ଷା କଲେ ଶ୍ରଦ୍ଧାଳୁ - କେନ୍ଦ୍ରାପଡା ଖବର

ନୂଆ ବର୍ଷ ଅବସରରେ କେନ୍ଦ୍ରାପଡା ଜିଲ୍ଲା ବଳଦେବଜୀଉ ମନ୍ଦିରରେ ପ୍ରବଳ ଜନ ସମାଗମ ହୋଇଛି । ଜନତାଙ୍କ ଠାରୁ ନେତା ସମସ୍ତେ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ବଳଦେବଜୀଉଙ୍କ ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ
ବଳଦେବଜୀଉଙ୍କ ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ
author img

By

Published : Jan 1, 2023, 6:53 PM IST

ବଳଦେବଜୀଉଙ୍କ ମନ୍ଦିରରେ ପ୍ରବଳ ଭିଡ, ଆଶିଷ ଭିକ୍ଷା କଲେ ଶ୍ରଦ୍ଧାଳୁ

କେନ୍ଦ୍ରାପଡା: ବିଶ୍ବକୁ ଛୁଇଁଲା ନୂଆ ବର୍ଷର ପ୍ରଥମ ସୂର୍ଯ୍ୟ । ନୂଆ ଆଶା, ନୂଆ ସମ୍ଭାବନା ନେଇ 2023କୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ବଳଦେବଜୀଉ ମନ୍ଦିରରେ ପ୍ରବଳ ଜନ ସମାଗମ ହୋଇଛି । କୋଭିଡ ମହାମାରୀ ଯୋଗୁଁ ୨୦୨୧ ଓ ୨୦୨୨ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ବଳଦେବଜୀଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି । ରାତ୍ରି ୩ ଘଟିକାରୁ ଆରମ୍ଭ ହୋଇଥିଲା ମହାପ୍ରଭୁ ବଳଦେବଜୀଉଙ୍କ ନୀତିକାନ୍ତି । ଆଜି ଇଂରାଜୀ ନବବର୍ଷ ଓ ପବିତ୍ର ଶାମ୍ବ ଦଶମୀ (ସୂର୍ଯ୍ୟ ପୂଜା) ପାଇଁ ମନ୍ଦିରର ଭିଡକୁ ଲକ୍ଷ୍ୟ କରି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବଳଦେବଜୀଉଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଭକ୍ତଙ୍କ ସମାଗମ ହୋଇଛି । ସକାଳ ଆଳତୀ ଦର୍ଶନ ଓ ପହିଲି ଭୋଗ ପାଇବା ପାଇଁ ଶ୍ରଦ୍ଧାଳୁଙ୍କଠାରେ ଉତ୍କଣ୍ଠା ଦେଖିବାକୁ ମିଳିଥିବା କହିଛନ୍ତି ପୂଜାପଣ୍ଡା । ଜୟମଙ୍ଗଳା,ନୀତିସ୍ନାନ,ବଲ୍ଲଭ ଭୋଗ ପରେ ପହିଲି ଭୋଗରେ ପୋଡପିଠା, ପକୁଡି, ଡାଳିମ୍ବ ଓ କାକରା ପିଠା ବଳଦେବଜୀଉଙ୍କ ସମେତ ଶ୍ରୀ ଜଗନ୍ନାଥ,ମା ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କ ନିକଟରେ ଭୋଗ ଲାଗିଛି । ଏହି ଦର୍ଶନ ପାଇ ଜନ୍ମ ଜନ୍ମାନ୍ତର ପାପ କ୍ଷୟ ହୋଇଥାଏ ବିଶ୍ବାସ ରହିଛି ।

ଆଜି ନବବର୍ଷ ଅବସରରେ ନେତାଙ୍କଠାରୁ ଆରମ୍ଭ କରି ଜନତାଙ୍କ ପର୍ଯ୍ୟନ୍ତ ମନ୍ଦିରରେ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ । କରୋନା କଟକଣା ପାଇଁ ଦୁଇବର୍ଷ ହେବ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । ଚଳିତବର୍ଷ ଦର୍ଶନ ମହାପ୍ରଭୁଙ୍କୁ ଶାନ୍ତିରେ ଦର୍ଶନ କରିପାରିଛନ୍ତି ବୋଲି କହିଛନ୍ତି ଶ୍ରଦ୍ଧାଳୁ । ସେପଟେ ପୁଣିଥରେ କୋଭିଡ ମହାମାରୀ ବିଶ୍ବରେ ଚିନ୍ତା ବଢ଼ାଇଛି । ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକମାନଙ୍କ ମନରେ ଅସୀମ ଧୈର୍ଯ୍ୟ ଓ ସାହସ ମହାପ୍ରଭୁ ଦିଅନ୍ତୁ । ଏବଂ କୋଭିଡ ବିଶ୍ବରୁ ଉଭେଇଯାଉ ବୋଲି କହିଛନ୍ତି ଦର୍ଶନ କରିବାକୁ ଆସିଥିବା ଭକ୍ତ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.