ETV Bharat / state

ବଳଦେବଜୀଉ ମନ୍ଦିର ଖୋଲିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ମନ୍ଦିର ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର । ଅଧିକ ପଢନ୍ତୁ...

ବଳଦେବଜୀଉ ମନ୍ଦିର ଖୋଲିବାକୁ ଦାବି
ବଳଦେବଜୀଉ ମନ୍ଦିର ଖୋଲିବାକୁ ଦାବି
author img

By

Published : Dec 16, 2020, 8:04 AM IST

କେନ୍ଦ୍ରାପଡା: କୋରୋନା ସାରା ବିଶ୍ବରେ ଦଶମାସ ହେବ ତାର କାୟା ବିସ୍ତାର କରିଛି । କୋରୋନା ସହ ମୁକାବିଲା କରିବାକୁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ସ୍ଥିତିରେ ସାମାନ୍ୟ ସୁଧାର ଆସିବାରୁ କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିର ଖୋଲିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ସୂଚନାଅନୁସାରେ, ଆଜିକୁ ମାସମାସ ଧରି କୋରୋନା କଟକଣା ଯୋଗୁଁ ସମସ୍ତ ଦେବାଦେବୀ ମନ୍ଦିର ଗୁଡିକୁ ଜନସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରଖାଯାଇଥିଲା । ପୌରାଣିକ ମତାନୁଯାୟୀ ବଡ଼ବଡ଼ ମହାମାରୀ ଭଗବାନଙ୍କ କୃପାରୁ ଧରାପୃଷ୍ଠରୁ ଲୋପ ପାଇଛି ଓ ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଆଗାମୀ ଦିନରେ ଶ୍ରୀମନ୍ଦିରକୁ ସାଧାରଣ ଲୋକଙ୍କ ନିମନ୍ତେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କର ଏହି ନିଷ୍ପତ୍ତି ପରେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିବାକୁ ଦାବି ହୋଇଛି ।

ବଳଦେବଜୀଉ ମନ୍ଦିର ଖୋଲିବାକୁ ଦାବି

ଏ ନେଇ କେନ୍ଦ୍ରାପଡ଼ା ସାମାଜିକ ବିକାଶ ପରିଷଦର ସଭାପତି ରଶ୍ମିରଞ୍ଜନ ଚୌଧୁରୀ,କେନ୍ଦ୍ରାପଡ଼ା ଜିଲ୍ଲା ରାଜୀବଗାନ୍ଧୀ ଷ୍ଟୁଡେଣ୍ଟ ଫୋରମ୍ ଜିଲ୍ଲା ସଭାପତି ଉମେଶ ପାଢୀଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.