ETV Bharat / state

ହରିଣ ମାଂସ ଜବତ, ସରକାରୀ ଶିକ୍ଷକଙ୍କ ସମେତ ୨ ଗିରଫ - କେନ୍ଦ୍ରାପଡାରୁ ହରିଣ ମାଂସ ଜବତ

ହରିଅଂଶ ନାଳ ନିକଟରୁ ହରିଣ ମାଂସ ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ସେମାନଙ୍କ ମଧ୍ୟୁ ଜଣେ ସରକାରୀ ଶିକ୍ଷମକ ଥିବା ସୂଚନା । ଅଧିକ ପଢନ୍ତୁ

ହରିଣ ମାଂସ ଜବତ ସହ ୨ ଗିରଫ , ଜଣେ ସରକାରୀ ଶିକ୍ଷକ

author img

By

Published : Dec 10, 2021, 3:43 PM IST

କେନ୍ଦ୍ରାପଡା: ଗହିରାମଥା ବରୁଣେଇ ଫରେଷ୍ଟ (Gahiramatha Barunei Forest )ବ୍ଲକ ହରିଅଂଶ ନାଳ ନିକଟରୁ ହରିଣ ମାଂସ ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ହରିଣ ଶିକାର କରି ମାଂସ ଧରି ଜଙ୍ଗଲରେ ବୁଲୁଥିବା ବେଳେ ବନବିଭାଗ ସ୍କ୍ୱାର୍ଡ ଦ୍ୱାରା ଦୁଇଜଣ ଶିକାରୀ ଗିରଫ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଶିକାରୀ ଫେରାର ହୋଇଯାଇଛନ୍ତି । ଦୁଇ ଶିକାରୀଙ୍କ ମଧ୍ୟରେ ଫକୀର ଚରଣ ନାୟକ ନାମକ ଜଣେ ସରକାରୀ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଥିବା ସୂଚନା ମିଳିଛି। ଜଣେ ସରକାରୀ କର୍ମଚାରୀ ହୋଇ କିଭଳି ଭାବରେ ଏଭଳି ଧର୍ତ୍ତବ୍ୟ ଅପରାଧ କରିବାକୁ ପଛାଇଲେ ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ହରିଣ ମାଂସ ଜବତ, ସରକାରୀ ଶିକ୍ଷକଙ୍କ ସମେତ ୨ ଗିରଫ

ଏହି ଚଢ଼ାଉରେ ୫କିଲୋଗ୍ରାମ ହରିଣ ମାଂସ ଜବତ କରାଯାଇଥିବା ବେଳେ ଶିକାର ପାଇଁ ବ୍ୟବହୃତ ଗୋଟିଏ କଟୁରୀ,୩ଟି ଫାସ ଏବଂ ଗୋଟିଏ ପଲିଥିନ ବ୍ୟାଗ ଆଦି ଜବତ କରିଛି ବନବିଭାଗ । ତେବେ ଭିତରକନିକା ଅଞ୍ଚଳରେ ହରିଣ ଶିକାର କିଛି ନୂଆ କଥା ନୁହେଁ କାରଣ ପୂର୍ବରୁ ମଧ୍ଯ ବିଭିନ୍ନ ସମୟରେ ଏଭଳି ହରିଣ, ବାରହା ଶିକାର ହେଉଥିବା ନଜିର ରହିଛି।

ଶିକ୍ଷକ ଫକୀର ଚରଣଙ୍କ ବିରୋଧରେ ତୁରନ୍ତ ଶିକ୍ଷା ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ସେପଟେ ବନବିଭାଗ ତାର ପାଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରିବା ସହିତ ବନ୍ୟଜନ୍ତୁକୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ପରିବେଶବିତ ମତ ପ୍ରକାଶ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.