ETV Bharat / state

Brahmani Boat Tragedy: ନାବାଳକ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ଶକ୍ତିମନ୍ତ୍ରୀ - ଆଳି ଡଙ୍ଗା ବୁଡି ଘଟଣା

ଆଳି ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ଘଟଣା । ନିଖୋଜ ଥିବା ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏଯାଏଁ ନାଉରିଆଙ୍କ ପତ୍ତା ମିଳିନାହିଁ । ଅଧିକ ପଢନ୍ତୁ

Brahmani Boat Tragedy
Brahmani Boat Tragedy
author img

By

Published : Apr 27, 2023, 6:38 PM IST

Updated : Apr 27, 2023, 7:47 PM IST

Brahmani Boat Tragedy: ନାବାଳକ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ଶକ୍ତିମନ୍ତ୍ରୀ

କେନ୍ଦ୍ରାପଡ଼ା: ଆଳି ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ଘଟଣା । ୨ ନିଖୋଜଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏଯାବତ ଆଉ ଜଣେ ନିଖୋଜ ଅଛନ୍ତି । ନିଖୋଜ ଜଣକ ନାଉରିଆ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଦେବ ପହଞ୍ଚି ସ୍ଥିତି ପରଖିଛନ୍ତି । ଡଙ୍ଗାରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରୁଥିବା ବେଳେ ସକାଳ ସମୟରେ ଘଟିଥିଲା ଏହି ଅଘଟଣ ।

ଆଳି ବ୍ଲକ ଏକମାଣିଆ ଓ ରାଜନଗର କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଗୁରୁବାର ସକାଳ ସମୟରେ ଓଲଟି ପଡ଼ିଥିଲା ଯାତ୍ରୀବାହୀ ଡ଼ଙ୍ଗା । ଡଙ୍ଗାଟି ୩୦ ଜଣ ଯାତ୍ରୀ ଏବଂ ୩ଟି ମଟର ସାଇକେଲ ନେଇ ରାଜନଗର କେରଡାଗଡ଼ ଘାଟକୁ ଆସୁଥିବା ବେଳେ ମଝି ନଈରେ ଡଙ୍ଗା ବୁଡି ଯାଇଥିଲା । ଫଳରେ ଦୀର୍ଘବର୍ଷ ଧରି ବ୍ରାହ୍ମଣୀ ନଦୀରେ ଡଙ୍ଗା ବାହୁଥିବା ନାଉରିଆ ସୁଦର୍ଶନ ସ୍ବାଇଁଙ୍କ ସହ ୧୬ ବର୍ଷର ବାଳକ ଦେବେନ୍ଦ୍ର ବେହେରା ନିଖୋଜ ହୋଇଥିଲେ। ତେବେ ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ନାବାଳକ ଦେବେନ୍ଦ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ହେଲେ ଏବେ ବି ଡ଼ଙ୍ଗା ନାଉରିଆ ସୁଦର୍ଶନଙ୍କ ପତ୍ତା ମିଳୁନାହିଁ ।

ନିଖୋଜ ନାବାଳକ
ନିଖୋଜ ନାବାଳକ

ଏହା ବି ପଢନ୍ତୁ- Boat capsizes in Brahmani River: ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୪ଲକ୍ଷ ସହାୟତା

ଉଦ୍ଧାର ହୋଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣଙ୍କୁ ରାଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଡଙ୍ଗା ବୁଡିରେ ନିଖୋଜ ସୁଦର୍ଶନଙ୍କୁ ଉଦ୍ଧାର କରିବା ପାଇଁ ଆସିଥିବା ରାଜନଗର ଅଗ୍ନିଶମ ବାହିନୀର ଯନ୍ତ୍ରାଂଶ ଅଚଳ ହେବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ନହେବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହି ଏକମାଣିଆ ପଞ୍ଚାୟତଟି ଏକମାଣିଆ, ନଳପାହି ଓ ଦକ୍ଷିଣଦିଆ ୩ଟି ଗାଁକୁ ନେଇ ଗଠିତ। ଏହି ପଞ୍ଚାୟତଟିକୁ ଚାରିପଟୁ ବ୍ରାହ୍ମଣୀ ନଦୀ ଘେରୀ ରହିଛି । ଗାଁରୁ ବାହାରକୁ ବାହାରିଲେ ଡ଼ଙ୍ଗା ହିଁ ଏକମାତ୍ର ଭରସା ।

ଏହା ବି ପଢନ୍ତୁ- Boat capsizes in Brahmani River: ବ୍ରାହ୍ମଣୀ ନଦୀରେ ବୁଡିଲା ଡଙ୍ଗା, 2 ନିଖୋଜ

ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଗାଁକୁ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡି ଆସିବା ସ୍ବପ୍ନ । ରାତି ଅଧରେ କାହାର ଦେହ ଖରାପ ହେଲେ ଶିକା ଭାର ହିଁ ଏକମାତ୍ର ଭରସା ପାଲଟିଥାଏ ଏମାନଙ୍କ ପାଇଁ । ଏହି ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ମସିହାରେ ରାଜନଗର ଆସିଥିବା ବେଳେ ଶୁଭ ଶିଳାନ୍ୟାସ କାରିଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ପୋଲ କେବଳ ଶିଳାନ୍ୟାସରେ ସୀମିତ ରହିଛି । ତେଣୁ ତୁରନ୍ତ ସରକାର ଅନ୍ୟ ମୂଲ୍ୟବାନ ଜୀବନ ଯିବା ପୂର୍ବରୁ ପୋଲ ନିର୍ମାଣ କରି ଅଞ୍ଚଳବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଦାବି ଜୋରଦାର ହୋଇଛି ।

ଅପରପକ୍ଷରେ ସରକାରଙ୍କର ଲୋକମାନଙ୍କ ଜୀବନ ପ୍ରତି ଦରଦ ବଦଳରେ କମ୍ପାନୀ ପ୍ରୀତି ପାଇଁ ଆଜି ପର୍ଯ୍ୟନ୍ତ ପୋଲ ହୋଇ ପାରିନାହିଁ । ତୁରନ୍ତ ସରକାର ପୋଲ ନିର୍ମାଣ କରି ମୂଲ୍ୟବାନ ଜୀବନ ସୁରକ୍ଷିତ ରଖନ୍ତୁ ବୋଲି ପୂର୍ବତନ ରାଜନଗର ବିଧାୟକ ଅଲେଖ ଜେନା ଓ ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି । କେବେ ଏହି ନଦୀ ଉପରେ ପୋଲ ନିର୍ମାଣ କରି ସରକାର ଅଞ୍ଚଳବାସୀଙ୍କ ଧନଜୀବନକୁ ସୁରକ୍ଷା ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Apr 27, 2023, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.