ETV Bharat / state

ଚଣ୍ଡୀଦେବୀଙ୍କୁ ମଣ୍ଡାପିଠା ଦେଲେ ଦୂରହୁଏ ମହାମାରୀ, ପୂର୍ଣ୍ଣହୁଏ ମନସ୍କାମନା ! - ମଣ୍ଡା ଖାଆନ୍ତି ଚଣ୍ଡି ମା

ଦୈବୀଶକ୍ତି ଆଗରେ ସର୍ବଦା ପରାଜିତ ମାନବ ସମାଜ । ମା'ଚଣ୍ଡୀଙ୍କୁ ମଣ୍ଡାପିଠା ଦେଇ ସନ୍ତୁଷ୍ଟ କରାଇବା ପରେ ହଇଜା ମହାମାରୀ ଦୂର ହୋଇଥିବା ବିଶ୍ବାସ । କାହିଁ କେଉଁ କାଳରୁ ଏହି ବିଶ୍ବାସରେ କେନ୍ଦ୍ରାପଡାରେ ଚାଲିଛି ଡାକମଣ୍ଡା ପର୍ବ । ଅଧିକ ପଢନ୍ତୁ

ଚଣ୍ଡୀଦେବୀଙ୍କୁ ମଣ୍ଡାପିଠା ଦେଲେ ଦୂରହୁଏ ମହାମାରୀ ପୂର୍ଣ୍ଣହୁଏ ମନସ୍କାମ !

author img

By

Published : Apr 28, 2022, 10:20 PM IST

କେନ୍ଦ୍ରାପଡା: ଦୈବୀଶକ୍ତି ଆଗରେ ପରାଜିତ ମାନବ ସମାଜ । ମା' ଚଣ୍ଡୀଙ୍କୁ ଶାନ୍ତ କରିବା ପାଇଁ ମୁଣ୍ଡ ବଦଳରେ ମଣ୍ଡାପିଠା ଦେଇ ସନ୍ତୁଷ୍ଟ କରାଇଲା ଭକ୍ତ । ସେବେଠାରୁ ଚାଲିଛି କେନ୍ଦ୍ରାପଡା ଇନ୍ଦୁପୁର ଚଣ୍ଡୀ ଦେବୀ ପୀଠରେ ମଣ୍ଡାପିଠା ପରମ୍ପରା । ଅଧିକାଂଶ ଦେବୀ ପୀଠରେ ବଳିଦାନ ପ୍ରଥା ଚାଲୁ ରହିଥିବାବେଳେ ଏଠାରେ କିନ୍ତୁ ମା'ଙ୍କୁ ମଣ୍ଡାପିଠା ଦେଇ ସନ୍ତୁଷ୍ଟ କରିଥାଏ ଭକ୍ତ । କେବଳ ଜିଲ୍ଲା ନୁହଁ, ଆଖପାଖ ଜିଲ୍ଲାବାସୀ ମଧ୍ୟ ମା'ଙ୍କ ସାନିଧ୍ୟ ପାଇଁ ଧାଇଁ ଆସୁଛନ୍ତି ।

ଚଣ୍ଡୀଦେବୀଙ୍କୁ ମଣ୍ଡାପିଠା ଦେଲେ ଦୂରହୁଏ ମହାମାରୀ

କିମ୍ବଦନ୍ତୀ ଅନୁଯାୟୀ, ପ୍ରାୟ 500 ବର୍ଷ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅଞ୍ଚଳରେ ହଇଜା ମହାମାରୀ ବ୍ୟାପୀ ଅନେକ ଲୋକଙ୍କ ପ୍ରାଣହାନୀ ଘଟୁଥିଲା । ଏଠାକାର ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଦେବୀଙ୍କ ନିକଟରେ ପୂଜକ ସମେତ ଭକ୍ତମାନେ ଅଧିଆ ପଡିବାରୁ ମା' ଉଗ୍ରରୂପରେ ସ୍ୱପ୍ନାଦେଶ ହୋଇ ଏକହଜାର ମୁଣ୍ଡ ନେବେ ବୋଲି କହିଥିଲେ । କିନ୍ତୁ ଭୟରେ ମୁଣ୍ଡ ବଦଳରେ ହଜାରେ ମଣ୍ଡା ଜାଚି ଦେଇଥିଲା ଭକ୍ତ । ମା' ମଧ୍ୟ ଭକ୍ତର ଭୋଗଥାଳିରେ ସନ୍ତୁଷ୍ଟ ହୋଇ ହଇଜା ମହାମାରୀର ବିନାଶ କରିଥିଲା । ସେହି ଦିନଠାରୁ ମଣ୍ଡାପିଠା ପରମ୍ପରା ଚାଲିଆସୁଛି । ମା'ଚଣ୍ଡୀଦେବୀ ମଣ୍ଡା ପାଇଁ ମହାମାରୀ ଡାକ ଦେଇଥିବାରୁ ଏହାକୁ "ଡାକମଣ୍ଡା"କୁହାଯାଏ ।

ବୈଶାଖ ମାସ ଆରମ୍ଭ ଅର୍ଥାତ ପଣା ସଂକ୍ରାନ୍ତି ଠାରୁ ଜ୍ୟୋଷ୍ଠ ମାସ ସଂକ୍ରାନ୍ତି ମଧ୍ୟରେ ପଡୁଥିବା ସମସ୍ତ ଗୁରୁବାରରେ ମା' ଚଣ୍ଡୀଦେବୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ ଭଳି ଜିଲ୍ଲାରୁ ମହିଳାମାନେ ଧାଇଁ ଆସି ମଣ୍ଡାପିଠା ତିଆରିରେ କାହିଁ କେତେ ସକାଳୁ ଲାଗି ପଡ଼ିଥାନ୍ତି । ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଆସୁଥିବା ବ୍ରତଧାରୀମାନେ ପୂର୍ବଦିନ ଚାଉଳ ଚୁନାକୁ ଢ଼ିଙ୍କି କିମ୍ବା ହେମଦସ୍ତାରେ କୁଟିଥାନ୍ତି । ଚଣ୍ଡୀ ଦେବୀଙ୍କ ପୀଠରେ ପହଞ୍ଚିବା ପରେ ନୂଆ ମାଟିହାଣ୍ଡିରେ ସିନ୍ଦୂର, ଫୁଲହାର ଇତ୍ୟାଦି ଲାଗିକରି ଆଣ ଜନ୍ତି ଏବଂ ପୂର ପ୍ରସ୍ତୁତ କରି ତିଆରି କରିଥାନ୍ତି ମଣ୍ଡାପିଠା ।

ମଣ୍ଡାପିଠା ପ୍ରସ୍ତୁତି ଶେଷ ହେବା ପରେ ମା' ଚଣ୍ଡୀଦେବୀଙ୍କ ପାଖରେ ଲାଗି କରାଯାଇ ଏହି ହାଣ୍ଡି ସହ ପିଠାକୁ ନେଇ ଦୂରରେ ବିସର୍ଜନ କରିଥାନ୍ତି । ମା'ଙ୍କ ନିକଟରେ ମଣ୍ଡାପିଠା ମାନସିକ କଲେ ସନ୍ତାନ ପ୍ରାପ୍ତି, ବିଭିନ୍ନ ମାଲି ମକଦ୍ଦମାରେ ବିଜୟ, ପୁଅ ଅବା ଝିଅର ଚାକିରି ବା ବିବାହ ଆଦି ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ବାସ । ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଦେବୀଙ୍କ ପୀଠର ଅନ୍ୟ ଏକ ବୈଶିଷ୍ଟ୍ୟ ମଧ୍ୟ ରହିଛି, ଏଠାରେ ବ୍ରାହ୍ମଣ ପୂଜକଙ୍କ ବଦଳରେ ମାଳି ସମ୍ପ୍ରଦାୟର ବ୍ୟକ୍ତିମାନେ ମା'ଙ୍କୁ ଦୀର୍ଘବର୍ଷ ଧରି ପୂଜା କରି ଆସୁଛନ୍ତି ।

ତେବେ ବିଭିନ୍ନ ମହାମାରୀକୁ ମା'ଙ୍କ ଆକ୍ରୋଶ ବୋଲି ବିବେଚନା କରୁଛି ଭକ୍ତଟିଏ । ମା' ଏହି ପୂଜାରେ ସନ୍ତୁଷ୍ଟ ହୋଇ କୋଭିଡ ମହାମାରୀର ବିନାଶ କରୁ ବୋଲି ଭକ୍ତଙ୍କ କାମନା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.