ETV Bharat / state

କେନ୍ଦ୍ରାପଡାରେ ନାବାଳିକା ଗଣଦୁଷ୍କର୍ମ ଘଟଣା ! ସ୍ବଧାର ଗୃହକୁ ଗଲେ ୬ ଅଭିଯୁକ୍ତ ନାବାଳକ - କେନ୍ଦ୍ରାପଡାରେ ନାବାଳିକା ଗଣଦୁଷ୍କର୍ମ ଘଟଣା

କେନ୍ଦ୍ରାପଡାରେ ନାବାଳିକା ଗଣଦୁଷ୍କର୍ମ ଘଟଣା ! ଏହି ଘଟଣାରେ ୬ ଜଣ ଅଭିଯୁକ୍ତ ନାବାଳକଙ୍କୁ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବା ପରେ ସେମାନଙ୍କୁ ଅନୁଗୁଳ ସ୍ଥିତ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି । ସେପଟେ, ଏ ଘଟଣାରେ ପୋଲିସର ଭୂମିକାକୁ ଓ ନ୍ୟାୟିକ ପ୍ରଦାନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ନାବାଳିକା ଗଣଦୁଷ୍କର୍ମ ଘଟଣା ! ସ୍ବଧାର ଗୃହକୁ ଗଲେ ୬ ଅଭିଯୁକ୍ତ ନାବାଳକଙ୍କୁ

author img

By

Published : Jul 6, 2022, 11:03 PM IST

କେନ୍ଦ୍ରାପଡା: ଜିଲ୍ଲାରେ ନାବାଳିକା ଗଣଦୁଷ୍କର୍ମ ଘଟଣା ! ଏହି ଘଟଣାରେ ୬ ଜଣ ଅଭିଯୁକ୍ତ ନାବାଳକଙ୍କୁ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବା ପରେ ସେମାନଙ୍କୁ ଅନୁଗୁଳ ସ୍ଥିତ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି । ତେବେ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ପୋଲିସର ଭୂମିକାକୁ ଓ ନ୍ୟାୟିକ ପ୍ରଦାନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ।

କେନ୍ଦ୍ରାପଡାରେ ନାବାଳିକା ଗଣଦୁଷ୍କର୍ମ ଘଟଣା ! ସ୍ବଧାର ଗୃହକୁ ଗଲେ ୬ ଅଭିଯୁକ୍ତ ନାବାଳକଙ୍କୁ

ସୂଚନା ଅନୁସାରେ,ଗତ ୧ ତାରିଖରେ ନବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ନାବାଳିକା ପରିବାର ପକ୍ଷରୁ ଗତ ୩ ତାରିଖରେ ଏତଲା ଦିଆଯାଇଥିବା ବେଳେ ପୋଲିସ ୪ ତାରିଖ ଦିନ ଘଟଣା ସମ୍ପର୍କରେ ବୁଝିବା ପାଇଁ ନାବାଳିକା ଓ ତାଙ୍କ ପରିବାରଙ୍କୁ ସୂର୍ଯ୍ୟାସ୍ତ ପରେ ଥାନାକୁ ଡକାଇ ଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନାରେ ରଖି ପଚରାଉଚରା ମଧ୍ୟ କରିଥିଲେ ।

ଏହାସହ ଅଭିଯୁକ୍ତ ନାବାଳକ ମାନଙ୍କୁ ଥାନାକୁ ୪ ତାରିଖରୁ ଅଣାଯାଇଥିଲା । ହେଲେ ସେମାନଙ୍କୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଜୁଭେନାଇଲ ଜଷ୍ଟିସ ବୋର୍ଡ(JJB)ରେ ହାଜର କରାଯାଇନଥିବା କାରଣରୁ ମାମଲାର ତଦନ୍ତକାରୀ ଅଧିକାରିଣୀ ତଥା କେନ୍ଦ୍ରାପଡ଼ା ସଦର ଥାନା ଆଡିସନାଲ ଆଇଆଇସି ଜ୍ୟୋତିର୍ମୟୀ ସେଠୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ।

ନ୍ୟାୟାଳୟର ଉର୍ଦ୍ଧ୍ଵରେ କେହି ନୁହଁ ବୋଲି କହିବା ସହ ଭବିଷ୍ୟତରେ ସମସ୍ତ ପ୍ରକାର ପରିସୀମା ମଧ୍ୟରେ ରହି ସମୟ ଅନୁସାରେ କାର୍ଯ୍ୟ କରିବାକୁ ପୋଲିସକୁ ଚେତାବନୀ ଦେଇଛନ୍ତି ଅଧ୍ୟକ୍ଷ । ଏପଟେ ପୋଲିସ ନାବାଳିକାଟିକୁ ନିଜ ହେପାଜତରେ ରଖିବା ସହିତ ଆଜି ତାଙ୍କର ଡାକ୍ତରୀ ମାଇନା କରିବା ପରେ 164 ବୟାନ ରେକର୍ଡ଼ କରିଥିଲା । ପରେ କେନ୍ଦ୍ରାପଡା ଜୁଭେନାଇଲ ଜଷ୍ଟିସ ବୋର୍ଡ(JJB)ରେ ହାଜର କରିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.