ETV Bharat / state

CRPF ଯବାନଙ୍କ ଅସ୍ୱାଭାବିକ ମୃତ୍ୟୁ - ସିଆରପିଏଫ ଯବାନଙ୍କ ଅସ୍ୱାଭାବିକ ମୃତ୍ୟୁ

ଯବାନଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ କେନ୍ଦ୍ରାପଡା ଅରଡ଼ପଲି ଗାଁରେ ଉତ୍ତେଜନା । ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକେ ଓ ଗ୍ରାମବାସୀ । ଅଧିକ ପଢନ୍ତୁ

ସିଆରପିଏଫ ଯବାନଙ୍କ ଅସ୍ୱାଭାବିକ ମୃତ୍ୟୁ
ସିଆରପିଏଫ ଯବାନଙ୍କ ଅସ୍ୱାଭାବିକ ମୃତ୍ୟୁ
author img

By

Published : Jun 3, 2022, 12:24 PM IST

କେନ୍ଦ୍ରାପଡା: ପୁଅକୁ ହରାଇ କାନ୍ଦି କାନ୍ଦି ମାଟିରେ ଲୋଟି ପଡୁଛି ମା, ସ୍ବାମୀକୁ ହରାଇ କୋହ କମ୍ଭାଳିପାରୁନି ସ୍ତ୍ରୀ, ପାଖରେ ବସିଥିବା ୨ କୁନି ଶିଶୁ ଜାଣିପାରୁନାହାନ୍ତି କଣ ହୋଇଛି ବାପାଙ୍କର । କେନ୍ଦ୍ରାପଡାରେ ଜଣେ ଯବାନଙ୍କ ଅସ୍ବଭାବିକ ମୃତ୍ୟୁ ପରେ ଏବେ ଶୋକାକୁଳ ହୋଇଛି ପୁରାପରିବେଶ । ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକେ ଓ ଗ୍ରାମବାସୀ । କିଭଳି ଯବାନଙ୍କ ମୃତ୍ୟୁ ହେଲା ତାହା ଏବେ ସନ୍ଦେହ ଘେରରେ । ଅରଡ଼ପଲି ଗାଁର ଯବାନ ମିହିର ରଞ୍ଜନ ପଣ୍ଡା ଗତ ୧୮ ବର୍ଷ ହେବ ଛତିଶଗଡ଼ ୧୯୬ ବାଟାଲିଅନରେ କାର୍ଯ୍ୟରତ ଥିଲେ । ଗତ ୨୫ ତାରିଖରେ ମିହିରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଶଶୁର ଘର ଲୋକେ କାହାକୁ ନ ଜଣାଇ ଛତିଶଗଡ଼ରୁ ନେଇ ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ମିହିରଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଅଣାଯିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

CRPF ଯବାନଙ୍କ ଅସ୍ୱାଭାବିକ ମୃତ୍ୟୁ

ଅନ୍ୟପଟେ ଡାକ୍ତରଙ୍କ ବିନା ଡିସଚାର୍ଜ ପେପରରେ ରାତିଅଧିଆ ମିହିରଙ୍କ ମୃତଦେହକୁ ପୈତୃକ ବାସଭବନକୁ ଅଣାଯାଇଥିଲା । କିନ୍ତୁ ବ୍ୟବଚ୍ଛେଦ କରାନଯିବାରୁ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଅନ୍ୟପେଟ ପରିବାର ଲୋକଙ୍କୁ କିପରି ମିହିରଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ କରାଗଲା ନାହିଁ ସେନେଇ ପ୍ରଶ୍ନ କରିଛନ୍ତି ଗାଁ ଲୋକେ । ମିହିରଙ୍କ ଶ୍ୱଶୁର ସେ କାମ କରୁଥିବାବିଭାଗ ଉପରେ ଦୋଷାରୋପ କରିଛନ୍ତି ।

ଗତ ସୋମବାର ବିଳମ୍ବିତ ରାତିରେ ମିହିରଙ୍କ ମୃତ ଶରୀର ଅରଡ଼ପଲ୍ଲୀ ଗାଁରେ ପହଁଞ୍ଚିବା ପରେ ଗାଁଲୋକେ ଉତ୍ୟକ୍ତ ହେବା ସହିତ ବିନା କାଗଜପତ୍ରରେ ମୃତଦେହକୁ ଆଣିଥିବା ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ମୃତ୍ୟୁ ପଛରେ ବିଭିନ୍ନ ରହସ୍ୟ ଉଙ୍କି ମାରୁଥିବା ବେଳେ ଏହାର ସତ୍ୟସତ୍ୟ ପଦାକୁ ଆଣିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ମିହିରଙ୍କୁ ଗାର୍ଡ ଅଫ ଅନର ଦେଇଥିବା ବେଳେ ମୃତ୍ୟୁର କାରଣ ପାଇଁ ଶ୍ବଶୂରଘର ଲୋକ ଦାୟୀ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଏକ ରିପୋର୍ଟ ପ୍ରସ୍ତୁତ କରି ଦିଆଯିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଆରପି ଅଧିକାରୀ ଅଜୟ କୁମାର ସାହୁ । ବିନା ମୃତଦେହ ବ୍ୟବଚ୍ଛେଦରେ ମିହିରଙ୍କ ଅନ୍ତିମ ସଂସ୍କାର କରାଯିବା ଘଟଣା ମିହିରଙ୍କ ମୃତ୍ୟୁ ପଛର ରହସ୍ୟକୁ ଚାପିବାକୁ ଉଦ୍ୟମ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ କିଭଳି CRPF ଯବାନ ମିହିର ନ୍ୟାୟ ପାଇବେ ସେନେଇ ତଦନ୍ତର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.