ETV Bharat / state

ବାଡିରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ, ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ - ବ୍ରହ୍ମକମଳ ଫୁଲ ଫୁଟିବା ଖବର

କେନ୍ଦ୍ରାପଡାର ଜଣେ ବ୍ୟକ୍ତିଙ୍କ ଘର ବାଡିରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ ଫୁଲ । ଏହି ଫୁଲ ସାଧାରଣତଃ ହିମାଳୟରେ ଫୁଟୁଥିବାରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କଲେ ବଗିଚା ମାଲିକ । ଅଧିକ ପଢନ୍ତୁ

ବାଡିରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ, ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ

author img

By

Published : Jul 14, 2022, 7:55 AM IST

କେନ୍ଦ୍ରାପଡା: ଘର ବାଡିରେ ଫୁଟିଲା ତିନୋଟି ବ୍ରହ୍ମକମଳ ଫୁଲ । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ପଟଣା ଗ୍ରାମର ଚାଷୀ ବୀରବର ସ୍ବାଇଁଙ୍କ ଘରପଛ ବାଡିରେ ଫୁଟିଛି ତିନୋଟି ବ୍ରହ୍ମ କମଳ ଫୁଲ । ତିନିବର୍ଷ ତଳେ ବୀରବରଙ୍କ ଭଣଜା ଏହି ବ୍ରହ୍ମକମଳ ଗଛଟିକୁ କୋଲକତାରୁ ଆଣି ମାମୁଁଙ୍କୁ ଉପହାର ଦେଇଥିଲେ ।

ବାଡିରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ, ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ

ଆଜି ଏହି ଗଛରେ ତିନୋଟି ଫୁଲ ଫୁଟିଥିବା ଦେଖି ପରିବାରବର୍ଗ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଏହି ଫୁଲକୁ ବୀରବର ଓ ପରିବାରବର୍ଗ କାକଟପୁରସ୍ଥିତ ଜଗନ୍ନାଥ ମନ୍ଦିରରେ ସମର୍ପଣ କରିବା ପାଇଁ ମାନସିକ କରିଛନ୍ତି । ଏହାପୂର୍ବରୁ ଚଳିତବର୍ଷ ପ୍ରଥମ ରଜରେ ବୀରବରଙ୍କ ଏହି ବ୍ରହ୍ମକମଳ ଗଛରେ ସମାନ ଭାବେ ତିନୋଟି ଫୁଲ ଫୁଟିଥିବା ବେଳେ ସେ ଏହାକୁ ଜିଲ୍ଲାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କୁ ଲାଗି କରାଇଥିଲେ ।

ମାତ୍ର ୨୯ଦିନ ଅନ୍ତରରେ ଏହି ଗଛରେ ପୁନର୍ବାର ଫୁଲ ଫୁଟିଥିବାରୁ ଏହା ଭଗବାନଙ୍କ ଆଶୀର୍ବାଦ ବୋଲି କହିଛନ୍ତି ବୀରବର । ଏହି ଦୁର୍ଲଭ ଫୁଲଟି ହିମାଳୟ ପର୍ବତରେ ଫୁଟୁଥିବା ବେଳେ ପ୍ରତିକୂଳ ପରିବେଶରେ ମଧ୍ୟ ଫୁଟିଥିବା ଦେଖିବାକୁ ବୀରବରଙ୍କ ପରିବାର ସମେତ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରିଛନ୍ତି । ଏଥିସହ ଫୁଲକୁ ଦେଖିବା ପାଇଁ ଧାଇଁ ଆସିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.