ETV Bharat / state

ଜିରୋ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର

ଖାତାଧାରୀଙ୍କ ଅଜାଣତରେ ଜିରୋ ଆକାଉଣ୍ଟରେ କୋଟିକୋଟି ଟଙ୍କା କାରବାର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମହାକାଳପଡା ଥାନା ଅଧିନ ପେଟଛେଲା ପଞ୍ଚାୟତ କେନ୍ତିଆ ଗ୍ରାମରୁ। ଅଧିକ ପଢନ୍ତୁ

ଜିରୋ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କରବାର

author img

By

Published : Feb 12, 2022, 8:20 PM IST

କେନ୍ଦ୍ରାପଡ଼ା: ଜିରୋ ବ୍ୟାଙ୍କ ଆକାଉଣ୍ଟ ଉପରେ ସାଇବର ଠକଙ୍କ ନଜର । ଜିରୋ ଆକାଉଣ୍ଟରେ ହେଉଛି କୋଟି କୋଟି ଟଙ୍କାର କାରବାର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମହାକାଳପଡା ଥାନା ଅଧିନ ପେଟଛେଲା ପଞ୍ଚାୟତ କେନ୍ତିଆ ଗ୍ରାମରୁ । ଚାଷ ଓ ବ୍ୟବସାୟ କରି ପରିବାର ଚଳାଉଥିବା ଗୋବିନ୍ଦ ସ୍ବାଇଁଙ୍କ ଜିରୋ ଆକାଉଣ୍ଟ ବ୍ୟାଙ୍କ ଜମାଖାତାରେ କୋଟି କୋଟି ଟଙ୍କା କାରବାର ହେଉଥିବା ଅଭିଯୋଗ ।

ଜିରୋ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର

ସୂଚନାନୁୟାୟୀ, ୨୦୧୫ ମସିହାରେ ଗୋବିନ୍ଦ ରାମନଗରସ୍ଥିତ SBI ବ୍ୟାଙ୍କରେ ପେଟଛେଲା ଗ୍ରାମରେ ଥିବା ଗ୍ରାହକ ସେବାକେନ୍ଦ୍ରରେ ଜନଧନ ଯୋଜନା ମାଧ୍ୟମରେ ଏକ ଜିରୋ ଆକାଉଣ୍ଟ ଖୋଲିଥିଲେ । ଏହି ଜମାଖାତାରେ ୧ ହଜାରରୁ ୫ ହଜାର ମଧ୍ୟରେ ଗୋବିନ୍ଦ କାରବାର କରନ୍ତି । କେନ୍ତିଆ ଗ୍ରାମରେ ସନ୍ତୋଷୀ ମା'ଙ୍କ ମନ୍ଦିର ନିର୍ମାଣ ପାଇଁ ଜଣେ ଭକ୍ତ ଗୋବିନ୍ଦଙ୍କ ବ୍ୟାଙ୍କ ଜମାଖାତାକୁ ୨ ହଜାର ଟଙ୍କା ପଠାଇଥିଲେ । ଟଙ୍କା ଉଠାଇବା ପାଇଁ ଗୋବିନ୍ଦ ଗ୍ରାହକ ସେବାକେନ୍ଦ୍ରକୁ ଯାଇ ଥିବାବେଳେ ଟଙ୍କା ଉଠିନଥିଲା ।

ଏନେଇ ସେ ଦାୟିତ୍ବରେ ଥିବା ବ୍ୟକ୍ତି ଜଣଙ୍କ ବ୍ୟାଙ୍କ ଯାଇ KYC ଭରିବାକୁ ପରାମର୍ଶ ଦେଇଥିଲେ । ବ୍ୟାଙ୍କରେ KYC ଭରିବା ପାଇଁ ଯିବା ସମୟରେ ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ତାଙ୍କ ଜିରୋ ଆକାଉଣ୍ଟ ବ୍ୟାଙ୍କ ଜମା ଖାତାରେ କୋଟି କୋଟି ଟଙ୍କା କାରବାର ହେଉଥିବା ତାଙ୍କୁ ଅବଗତ କରାଇଥିଲେ । ଏହାପରେ ସେ ମହାକାଳପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏନେଇ ଜାଣିବା ପରେ ଗୋବିନ୍ଦଙ୍କ ପରିବାର ଆଶଙ୍କାରେ ରହିଛନ୍ତି । ଅନ୍ୟପଟେ ସାଇବର ଠକେଇ ନେଇ ରାମନଗର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ଏବଂ ମହାକାଳପଡା ଥାନା ଅଧିକାରୀ ତଦନ୍ତରେ ବାଧା ଉପୁଜିବା ଆଶଙ୍କା ରହିଥିବାରୁ କୌଣସି ପ୍ରତିକ୍ରିୟା ରଖିବାକୁ ମନାକରି ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.