ETV Bharat / state

ଭିତରକନିକାରେ ଜାରି ରହିଛି କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା, ୨ ଦିନରେ ଚିହ୍ନଟ ହେଲାଣି ୩୦ ବସା

author img

By

Published : Jun 13, 2022, 5:42 PM IST

Updated : Jun 13, 2022, 6:29 PM IST

ଭିତରକନିକା ଜାତୀୟ ଉଦ୍ୟାନରେ ଜାରି ରହିଛି ବଉଳା କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା । କାର୍ଯ୍ୟରେ ଲାଗିଛନ୍ତି ବନ ବିଭାଗର ୪ ଟିମ । ଏବେ ସୁଦ୍ଧା ଚିହ୍ନଟ ହେଲାଣି ୩୦ ବସା । ହୋଇଥିବାବେଳେ ଆସନ୍ତା ମାସ ୧୫ ଯାଏଁ ଜାରି ରହିବ ପ୍ରକ୍ରିୟା । ଅଧିକ ପଢ଼ନ୍ତୁ

ଭିତରକନିକାରେ ଜାରି ରହିଛି କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା, ୨ଦିନରେ ଚିହ୍ନଟ ହେଲାଣି ୩୦ ବସା

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ବଉଳା କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା । ବନବିଭାଗର ୪ଟି ସ୍ବତନ୍ତ୍ର ଟିମ ଦ୍ବାରା ଭିତରକନିକାର ବିଭିନ୍ନ ନଦୀନାଳମାନଙ୍କରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ବସା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଗତକାଲି ସୁଦ୍ଧା ମୋଟ ୩୦ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ଜଣାପଡିଛି ।

ଭିତରକନିକାରେ ଜାରି ରହିଛି କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା, ୨ ଦିନରେ ଚିହ୍ନଟ ହେଲାଣି ୩୦ ବସା

ଆସନ୍ତା ଜୁଲାଇ ୧୫ ତାରିଖ ଯାଏଁ ଏହି ବସା ଚିହ୍ନଟ ପ୍ରକ୍ରିୟା ଚାଲୁରହିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ସଂଖ୍ୟକ ବସା ଚିହ୍ନଟ କରାଯିବା ଆଶା କରାଯାଉଛି । ତେବେ ମେ ମାସ ଆରମ୍ଭରୁ କୁମ୍ଭୀରମାନଙ୍କର ମିଳନ ପର୍ବ ଆରମ୍ଭ ହୋଇଥାଏ । ପରେ ମାଆ କୁମ୍ଭୀର ହେନ୍ତାଳ, ନାଳୀଆ ଓ ଖରଖରୀ ପତ୍ରରେ ଜୁଆର ମାଡୁନଥିବା ସ୍ଥାନରେ ବସା ବାନ୍ଧିଥାଏ । ଅଣ୍ଡାଦେବା ପରେ ଛୁଆ ଫୁଟିବା ପର୍ଯ୍ୟନ୍ତ ବସାକୁ ଜଗି ରହିଥାଏ । ଏହି ସମୟରେ ନିଜ ଛୁଆର ସୁରକ୍ଷା ପାଇଁ କୁମ୍ଭୀରମାନେ ଅତ୍ୟଧିକ ହିଂସ୍ର ହୋଇଥାନ୍ତି । ସେଥିପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ମାସ ଧରି ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Jun 13, 2022, 6:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.