ETV Bharat / state

ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ, ମଇଁଷି ଚରାଳିଙ୍କୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡାରେ ଥମୁନି କୁମ୍ଭୀର ଆତଙ୍କ । ପୁଣି ବ୍ରାହ୍ମଣୀ ନଦୀରୁ ଜଣଙ୍କୁ ଟାଣି ନେଲା କୁମ୍ଭୀର । ଅଧିକ ପଢନ୍ତୁ

crocodile drag away man from brahmani river

author img

By ETV Bharat Odisha Team

Published : Aug 31, 2023, 12:55 PM IST

crocodile drag away man from brahmani river

କେନ୍ଦ୍ରାପଡା: ଜିଲ୍ଲାରେ ଥମୁନି ମଣିଷ ଖିଆ କୁମ୍ଭୀର ଆତଙ୍କ । ଜଣଙ୍କ ପରେ ଜଣଙ୍କୁ ଝାମ୍ପି ନେଉଛି କୁମ୍ଭୀର । କୁମ୍ଭୀର ପଞ୍ଝାରେ ଯାଉଛି ନିରିହ ଜୀବନ । କେନ୍ଦ୍ରାପଡାରେ ପୁଣି ଜଣେ ବ୍ୟକ୍ତିଙ୍କୁ ଟାଣି ନେଇଛି କୁମ୍ଭୀର । ଶୌଚ ପାଇଁ ଯାଇଥିବା ବେଳେ ମଇଁଷି ଚରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ରାଜନଗର ବ୍ଲକର ରାଜପୁର ପଞ୍ଚାୟତରେ । କୁମ୍ଭୀର ମୁହଁକୁ ଯାଇଥିବା ବ୍ୟକ୍ତି ହେଉଛନ୍ତି ରାଜପୁର ଗାଁର ଭାସ୍କର ଓରଫ ଅଭୟ ରାଉତ । ଖୋଜା ଖୋଜି ଜାରି ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରିନାହିଁ ।

ଆଜି ପୂର୍ବାହ୍ନ ସମୟରେ ମଇଁଷି ଚରାଇବାକୁ ଯାଇଥିବା ବେଳେ ରାଜନଗର ସଂଲଗ୍ନ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ ଅଭୟ ରାଉତ । ଏହି ସମୟରେ କୂଳରେ ଛକି ବସିଥିବା କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ଅଭୟ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଅଭୟଙ୍କୁ ଖୋଜା ଖୋଜି କରିଥିଲେ । ଗତ ତିନି ମାସ ମଧ୍ୟରେ ଏହା ପଞ୍ଚମ ଘଟଣା ।

ଏହା ମଧ୍ୟ ପଢନ୍ତୁ-ବ୍ରାହ୍ମଣୀ ନଦୀରୁ ଟିକିଲି ବାବାଙ୍କୁ ଟାଣି ନେଲା କୁମ୍ଭୀର, ମିଳୁନି ପତ୍ତା

ନଜର ପକାନ୍ତୁ ପୂର୍ବ ଘଟଣା ଉପରେ...

ଗତ ଜୁଲାଇ 28 ତାରିଖରେ ପଟ୍ଟାମୁଣ୍ଡାଇ ବ୍ଳକରେ ଜଣେ ବାବାଙ୍କୁ ଟାଣି ନେଇଥିଲା କୁମ୍ଭୀର । ପେଣ୍ଠପାଳ ପଞ୍ଚାୟତ କୂଳସାହିରେ ଥିବା ବ୍ରାହ୍ମଣୀ ନଦୀ ତୁଠକୁ ଅମୂଲ୍ୟ ଦାସ ଓରଫ ଟିକିଲି ବାବା ଶୌଚ ହେବାକୁ ଯାଇବା ବେଳେ କୁମ୍ଭୀର ହାବୁଡରେ ପଡିଥିଲେ । କୁମ୍ଭୀର ତାଙ୍କୁ ନଦୀ ମଧ୍ୟକୁ ଟାଣି ନେଇଥିଲା । ଖୋଜା ଖୋଜି ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ସେହିପରି ଜୁନ 29 ତାରିଖରେ ଶୌଚ ହେବାକୁ ଯାଇ କୁମ୍ଭୀର ମୁହଁରେ ପଡିଥିଲେ ବୃଦ୍ଧ । ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଇଥିଲା କୁମ୍ଭୀର । ଦୀର୍ଘ ସମୟ ଖୋଜାଖୋଜି ପରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଗତମାସ ଜୁନ 14ରେ କୁମ୍ଭୀର ଆକ୍ରମଣରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ଜୁନ 22 ତାରିଖରେ ରାଜନଗର ହାତିଆଗଡ଼ି ଗାଁର ଜଣେ ମହିଳାଙ୍କୁ ଟାଣି ନେଇଥିଲା କୁମ୍ଭୀର । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଥିବା ବେଳେ କାହିଁକି କିଛି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.