ETV Bharat / state

ତଦନ୍ତ ବେଳେ ଅପରାଧି ସନ୍ତୋଷ ଫେରାର, ପୋଲିସ- ପରିବାର ମଧ୍ୟରେ ଛକାପଞ୍ଝା

ନୂଆବର୍ଷ ରାତି ପ୍ରାୟ ୧୧ ଟା ବେଳେ ସନ୍ତୋଷ ବଡ ଚତୁରତାର ସହ ସ୍ପେଶାଲ ସ୍କାର୍ଡ ଆଖିରେ ଧୂଳି ଦେଇ ପୋଲିସ କବଳରୁ ଖସିଯିବାରେ ସଫଳ ହୋଇଛି ସନ୍ତୋଷ l ଏ ନେଇ ସଦର ଥାନାରେ ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ଅଭିଯୋଗ ହେବା ପରେ ସଦର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l

author img

By

Published : Jan 3, 2020, 7:04 AM IST

criminal-murder-by-police
criminal-murder-by-police

କେନ୍ଦ୍ରାପଡ଼ା: ପୁଲିସ ହେପାଜତରୁ ଚମ୍ପଟ ମାରିଛି ଦୁର୍ଦାନ୍ତ ଅପରାଧି ସନ୍ତୋଷ ମଲିକ l ନୂଆବର୍ଷ ରାତି ପ୍ରାୟ ୧୧ ଟା ବେଳେ ସନ୍ତୋଷ ବଡ ଚତୁରତାର ସହ ସ୍ପେଶାଲ ସ୍କାର୍ଡ ଆଖିରେ ଧୂଳି ଦେଇ ପୋଲିସ କବଳରୁ ଖସିଯିବାରେ ସଫଳ ହୋଇଛି l ଏ ନେଇ ସଦର ଥାନାରେ ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ଅଭିଯୋଗ ହେବା ପରେ ସଦର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l

ତଦନ୍ତ ବେଳେ ଅପରାଧି ସନ୍ତୋଷ ଫେରାର...

ସନ୍ତୋଷ ନାମରେ ବିଭିନ୍ନ ଥାନାରେ ପ୍ରାୟ ୧୬ ରୁ ଅଧିକ ମାମଲା ରହିଛି l ଅନ୍ୟପକ୍ଷରେ ସନ୍ତୋଷର ସ୍ତ୍ରୀ ଝିଲି ମଲିକ ନିଜ ସ୍ଵାମୀ ପୋଲିସ ପାଖରୁ ନିଖୋଜ ହୋଇଯିବା ଓ ତାଙ୍କ ସ୍ବାମୀଙ୍କୁ ପୋଲିସ ମାରିଦେଇଥିବା ଅଭିଯୋଗ ନେଇ ଜିଲାପାଳ ଓ ଏସପିଙ୍କୁ ଅଭିଯୋଗ କରିଛନ୍ତି l ଝିଲିଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ଵାମୀ ସନ୍ତୋଷଙ୍କୁ ସ୍ପେଶାଲ ସ୍କ୍ବାର୍ଡ ଗତ ଡିସେମ୍ବର 30 ତାରିଖରେ ତାଙ୍କ ଗାଁ କୁତରଙ୍ଗ ରୁ ଉଠାଇ ଆଣିଥିଲା l ତେବେ ତାଙ୍କ ସ୍ଵାମୀ ସେହି ଦିନଠାରୁ ଘରକୁ ଫେରି ନାହାନ୍ତି କିମ୍ବା ପୁଲିସ ତାଙ୍କୁ ଗିରଫ କରି ନାହିଁ l ସ୍ବାମୀଙ୍କୁ ତାଙ୍କୁ ଫେରାଇ ଦେବା ପାଇଁ ଝିଲୀ ଦାବି କରିଛନ୍ତି l ଝିଲୀଙ୍କ ଅଭିଯୋଗ ନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l

ସେପଟେ ସନ୍ତୋଷକୁ ଗତକାଲି ପୋଲିସ ଗିରଫ କରିଥିଲା । ତଦନ୍ତ ସମୟରେ ପୋଲିସକୁ ଭୁଆଁ ବୁଲାଇବା ସହିତ ରାତିରେ ପରିଶ୍ରା କରିବା ନାଁ କହି ଦୁଇଜଣ କନେଷ୍ଟବଳଙ୍କୁ ଧକ୍କା ମାରି ସନ୍ତୋଷ ଖସିଯାଇଥିବା କହିଛନ୍ତି ସଦର ଆଇଆଇସି ପ୍ରମୋଦ ମଲ୍ଲିକ । ସନ୍ତୋଷର ଗିରଫ ଘଟଣାକୁ ନେଇ ପୋଲିସ ଓ ପରିବାର ଲୋକଙ୍କ ମଧ୍ୟରେ ତୁ ତୁ ମେ ମେ ହେଉଥିବା ବେଳେ ସନ୍ତୋଷ ବାସ୍ତବିକ ଏବେ କେଉଁଠି ଏହାକୁ ନେଇ ଉଠିଛି ପ୍ରଶ୍ନ । କେହିକେହି ଗତ ୨୦୧୮ ମସିହା ଅଗଷ୍ଟ ୨୫ ତାରିଖରେ ମହାକାଳପଡ଼ା ହାଜତ ମୃତ୍ୟୁ ଘଟଣା ସହିତ ସନ୍ତୋଷର ତଥାକଥିତ ଫେରାର ଘଟଣାକୁ ନେଇ ସମାନତା ପ୍ରକାଶ କରୁଥିବା ଦେଖାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:02.01.2020
Radhakanta Mohanty, Kendrapada
Slug-od_kpr_wife alleged_script_7204459
Anchor-କେନ୍ଦ୍ରାପଡ଼ା ପୁଲିସ ହେପାଜତରୁ ଚମ୍ପଟ ମାରିଛି ଦୁର୍ଦାନ୍ତ ଅପରାଧି ସନ୍ତୋଷ ମଲିକ lନୂଆବର୍ଷ ରାତି ପ୍ରାୟ ୧୧ ଟା ବେଳେ ସନ୍ତୋଷ ବଡ ଚତୁରତାର ସହ ସ୍ପେଶାଲ ସ୍କ୍ୱାର୍ଡ ଆଖିରେ ଧୂଳି ଦେଇ ପୋଲିସ ବାରକରୁ ଖସିଯିବାରେ ସଫଳ ହୋଇଛି l ଏ ନେଇ ସଦର ଥାନାରେ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଅଭିଯୋଗ ହେବା ପରେ ସଦର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l ସନ୍ତୋଷ ନାମରେ ବିଭିନ୍ନ ଥାନାରେ ପ୍ରାୟ ୧୬ ରୁ ଅଧିକ ମାମଲା ରହିଛି l ଅନ୍ୟପକ୍ଷରେ ସନ୍ତୋଷର ସ୍ତ୍ରୀ ଝିଲି ମଲିକ ନିଜ ସ୍ଵାମୀ ପୋଲିସ ପାଖରୁ ନିଖୋଜ ହୋଇଯିବା ଓ ତାଙ୍କ ସ୍ୱାମୀଙ୍କୁ ପୋଲିସ ମାରିଦେଇଥିବା ଅଭିଯୋଗ ନେଇ ଜିଲାପାଳ ଓ ଏସପିଙ୍କୁ ଅଭିଯୋଗ କରିଛନ୍ତି l ଝିଲିଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ଵାମୀ ସନ୍ତୋଷ ଙ୍କୁ ସ୍ପେଶାଲ ସ୍କ୍ୱାର୍ଡ ଗତ ଡିସେମ୍ବର 30 ତାରିଖରେ ତାଙ୍କ ଗାଁ କୁତରଙ୍ଗ ରୁ ଉଠାଇ ଆଣିଥିଲା l ତେବେ ତାଙ୍କ ସ୍ଵାମୀ ସେହି ଦିନଠାରୁ ଘରକୁ ଫେରି ନାହାନ୍ତି କିମ୍ବା ପୁଲିସ ତାଙ୍କୁ ଗିରଫ କରି ନାହିଁ l ତାଙ୍କ ସ୍ୱାମୀଙ୍କୁ ତାଙ୍କୁ ଫେରାଇ ଦେବା ପାଇଁ ଝିଲି ଦାବି କରିଛନ୍ତି lଝିଲି ଙ୍କ ଅଭିଯୋଗ ନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ lସେପଟେ ସନ୍ତୋଷକୁ ଗତକାଲି ପୋଲିସ ଗିରଫ କରିଥିବା,ତଦନ୍ତ ସମୟରେ ପୋଲିସକୁ ଭୁଆଁ ବୁଲାଇବା ସହିତ ରାତିରେ ଅନ୍ୟତମ ସହଯୋଗୀ ମାନଙ୍କୁ ଧରିବା ପାଇଁ ପୋଲିସକୁ କହିବା ସହିତ ପରିଶ୍ରା କରିବା ନାଁ କହି ଦୁଇଜଣ କନେଷ୍ଟବଳଙ୍କୁ ଧକ୍କା ମାରି ସନ୍ତୋଷ ଖସିଯାଇଥିବା କହିଛନ୍ତି ସଦର ଆଇଆଇସି ପ୍ରମୋଦ ମଲ୍ଲିକ।ସନ୍ତୋଷର ଗିରଫ ଘଟଣାକୁ ନେଇ ପୋଲିସ ଓ ପରିବାର ଲୋକଙ୍କ ମଧ୍ୟରେ ତୁ ତୁ ମେ ମେ ହେଉଥିବା ବେଳେ ସନ୍ତୋଷ ବାସ୍ତବିକ ଏବେ କେଉଁଠି ଏହାକୁ ନେଇ ଉଠିଛି ପ୍ରଶ୍ନ।କେହିକେହି ଗତ ୨୦୧୮ ମସିହା ଅଗଷ୍ଟ ୨୫ ତାରିଖରେ ମହାକାଳପଡ଼ା ହାଜତ ମୃତ୍ୟୁ ଘଟଣା ସହିତ ସନ୍ତୋଷର ତଥାକଥିତ ଫେରାର ଘଟଣାକୁ ନେଇ ସମାନତା ପ୍ରକାଶ କରୁଥିବା ଦେଖାଯାଇଛି।
Body:Byt-ପ୍ରହ୍ଲାଦ ମଲ୍ଲିକ(ସନ୍ତୋଷର ବାପା)
Byt-ଝିଲ୍ଲୀ ମଲ୍ଲିକ(ସନ୍ତୋଷର ସ୍ତ୍ରୀ ତଥା ଅଭିଯୋଗକାରିଣୀ)Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.