କେନ୍ଦ୍ରାପଡ଼ା: ଅଗଷ୍ଟ ମାସରେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ଜାରି ରହିବ ଜୁଲାଇ ମାସ ଭଳି କୋଭିଡ କଟକଣା । ଜିଲ୍ଲାର ସମସ୍ତ ଦୋକାନ ବଜାର ସକାଳ 6 ଘଟିକାରୁ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ସହ ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସଟଡାଉନ ରହିବ ।
ତେବେ ଆସନ୍ତାକାଲି ଅଗଷ୍ଟ ମାସ ଆରମ୍ଭ ଓ ଶନିବାର ରହୁଥିବାରୁ କିଛିକାଂଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ପ୍ରଭାବ ପକାଇବ । କାରଣ ପୁର୍ବରୁ ଜିଲ୍ଲାପ୍ରଶାସନ ପକ୍ଷରୁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଶନିବାର ଓ ରବିବାର ଦୋକାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ ଆଜି ସନ୍ଧ୍ୟା 6 ରୁ ଦୋକାନ ବଜାର ବନ୍ଦ ହୋଇଥିବାରୁ ଓ ଶେଷରେ ସନ୍ଧ୍ୟା 8 ଟା ପରେ ପ୍ରଶାସନ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସଟଡାଉନ ଘୋଷଣା କରାଯିବାରୁ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ