ETV Bharat / state

କେନ୍ଦ୍ରାପଡ଼ାରେ ଉଦଘାଟିତ ହେଲେ COVID-19 ହସ୍ପିଟାଲ - କୋରୋନା

ପ୍ରସ୍ତୁତ ହୋଇ ସାରିଛି କେନ୍ଦ୍ରାପଡ଼ା କୋଭିଡ ହସ୍ପିଟାଲ । ଅନ୍ତିମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ବର ସ୍ଥିତ ସମ୍ ହସ୍ପିଟାଲ ମଧ୍ୟରେ ଏକ ବୁଝାମଣା ପତ୍ର ବା MOU ସ୍ୱାକ୍ଷର ହୋଇଛି l କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଓ ସମ୍ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ପୁଷ୍ପରାଜ ସାମନ୍ତ ସିଂହାର ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଥିଲେ । ଅଧିକ ପଢନ୍ତୁ...

COVID-19 Hospital was inaugurated in Kendrapara
କେନ୍ଦ୍ରାପଡ଼ାରେ ଉଦ୍ଘାଟିତ ହେଲା COVID-19 ହସ୍ପିଟାଲ
author img

By

Published : Apr 14, 2020, 3:43 PM IST

କେନ୍ଦ୍ରାପଡ଼ା: କୋରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ତେବେ ଏନେଇ ପ୍ରସ୍ତୁତ ହୋଇ ସାରିଛି କେନ୍ଦ୍ରାପଡ଼ା କୋଭିଡ ହସ୍ପିଟାଲ । ଅନ୍ତିମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ବର ସ୍ଥିତ ସମ୍ ହସ୍ପିଟାଲ ମଧ୍ୟରେ ଏକ ବୁଝାମଣା ପତ୍ର ବା MOU ସ୍ୱାକ୍ଷର ହୋଇଛି l କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଓ ସମ୍ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ପୁଷ୍ପରାଜ ସାମନ୍ତ ସିଂହାର ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଥିଲେ ।

କେନ୍ଦ୍ରାପଡ଼ାରେ ଉଦ୍ଘାଟିତ ହେଲା COVID-19 ହସ୍ପିଟାଲ

କୋଭିଡ ହସ୍ପିଟାଲ ପରିସରରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ସୋଆ କୂଳପତି ଡାକ୍ତର ଅଶୋକ କୁମାର ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ । ସମ୍ ହସ୍ପିଟାଲ ପକ୍ଷରୁ ଏଠାରେ ୧୧୦ ଗୋଟି ବେଡର ବ୍ୟବସ୍ଥା କରାଯିବା ସହ ହସ୍ପିଟାଲରେ ଭେଣ୍ଟିଲେଟର, ଇସିଜି, ଇକୋ,ଏକ୍ସରେ ପ୍ରଭୂତିର ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷରେ ଗତ ଦୁଇଦିନ ତଳେ ରାଜନଗରର ନଳଦିଆ ଗ୍ରାମରୁ ଜଣେ କୋରୋନା ଆକ୍ରାନ୍ତ ଯୁବତୀ ଚିହ୍ନଟ ହେବାପରେ ସମ୍ପୃକ୍ତ ଗାଁ ଓ ପାଖ ଗାଁ କୁ ପ୍ରଶାସନ ପକ୍ଷରୁ ସଟ ଡାଉନ ଘୋଷଣା କରାଯାଇ ଅଞ୍ଚଳର ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ଚାଲିଛି । ତେବେ ପରିବାରର ଏନ୍ୟ ସଦସ୍ୟ ମାନଙ୍କର ରକ୍ତ ନମୁନା ପରୀକ୍ଷା ହେବାକୁ ଯାଇଥିବା ବେଳେ ଆଜି ରିପୋର୍ଟ ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେହିପରି ଜିଲ୍ଲାରେ ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ରହିଛି ଏବଂ ଏନେଇ ଜିଲ୍ଲାବାସୀ କେହି ଭୟ କରିବାର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.