ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, 2 ଅଭିଯୁକ୍ତ ଗିରଫ

author img

By

Published : Oct 17, 2019, 2:59 PM IST

କେନ୍ଦ୍ରାପଡ଼ା ଆଳି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି । ଏହି ମାମଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, 2 ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: ଆଳି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି । ଏନେଇ ଗତ ସୋମବାର ଆଳି ବ୍ଲକ କାର୍ଯ୍ୟାଳୟରେ ହେଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପରେ ଦାୟିତ୍ବରେ ଥିବା ବିଡ଼ିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ସମର୍ଥ ବର୍ମା । ଏହି ମାମଲାରେ ଦୁର୍ନୀତି କରିଥିବା ଦୁଇ ଅଭିଯୁକ୍ତଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗିରଫ କରିଛି ପୋଲିସ ।

ଘଟଣାରୁ ପ୍ରକାଶ ବ୍ଲକ ଅରେଇକଣା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ସୂଚନା ପାଇ ଗତ ସୋମବାର ପଞ୍ଚାୟତ ଗସ୍ତ କରିଥିଲେ ବିଡିଓ। ଅରେଇକଣା ପଞ୍ଚାୟତର ପୁଷ୍ପଲତା ସୁତାରଙ୍କର କୋଠାଘର ଥିବା ସତ୍ତ୍ବେ ତାଙ୍କୁ ୨୦୧୬-୧୭ ମସିହାରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଥିଲା । କିନ୍ତୁ ଶ୍ରୀମତୀ ସୁତାର କୌଣସି କାମ କରିନଥିଲେ ମଧ୍ୟ ତାଙ୍କୁ ଦ୍ଵିତୀୟ କିସ୍ତି ଅର୍ଥାତ ୩୦ ହଜାର ଟଙ୍କା ଦିଆଯାଇଥିଲା ।

ସବୁଠାରୁ ବଡ଼ କଥା ହେଲା କୌଣସି ଫାଇଲ କାମ କରାନଯାଇ ମଧ୍ୟ ଉକ୍ତ ମହିଳାଙ୍କ ଆକାଉଣ୍ଟକୁ କମ୍ପ୍ୟୁଟର ପ୍ରୋଗ୍ରାମର ହିମାଂଶୁ ଦାସ ଦ୍ଵିତୀୟ କିସ୍ତି ପଠାଇଥିଲେ । ତେବେ ଜିଆରଏସ ଜିଓ ଟ୍ୟାଗ କରିନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜର ଦୋଷକୁ ଘୋଡାଇବାକୁ ଯାଇ ହିମାଂଶୁ ସାମୟିକ ଜିଓ ଟ୍ୟାଗ କରୁଥିବା ବିଶ୍ବରଞ୍ଜନ ଦାସଙ୍କୁ ଧରି ପୁଷ୍ପଲତାଙ୍କ ଘରର ଫଟୋ ଉଠାଇଥିଲେ ।

ପରବର୍ତ୍ତୀ ସମୟରେ ଘଟଣାର ତଦନ୍ତ କରାଯିବା ପରେ ହିମାଂଶୁଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିଲେ । ଏହା ସହ ସେମାନଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପାଇଁ ବିଡ଼ିଓଙ୍କୁ ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। କମ୍ପ୍ୟୁଟର ପ୍ରୋଗ୍ରାମର ହିମାଂଶୁ ଦାସ ଓ ତାଙ୍କୁ ଏହି ଦୁର୍ନୀତିରେ ସହଯୋଗ କରିଥିବା ଜିଓ ଟ୍ୟାଗିଙ୍ଗ ସାମୟିକ କର୍ମଚାରୀ ବିଶ୍ବରଞ୍ଜନ ଦାସଙ୍କୁ ଆଳି ପୋଲିସ ବିଳମ୍ବିତ ରାତିରେ ଗିରଫ କରି ତଦନ୍ତ ପରେ କୋର୍ଟ ଚାଲାଣ କରିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:17.10.2019
Radhakanta Mohanty,
Kendrapada
Slug-od_kpr_02_arrest_script_7204459
Anchor-କେନ୍ଦ୍ରାପଡ଼ା ଆଳି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି।ଏନେଇ ଗତ ସୋମବାର ଆଳି ବ୍ଲକ କାର୍ଯ୍ୟାଳୟରେ ହେଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପରେ ଦାୟିତ୍ୱରେ ଥିବା ବିଡ଼ିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ସମର୍ଥ ବର୍ମା।ଘଟଣାରୁ ପ୍ରକାଶ ଆଳି ବ୍ଲକ ଅରେଇକଣା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ସୂଚନା ପାଇ ଗତ ସୋମବାର ପଞ୍ଚାୟତ ଗସ୍ତ କରିଥିଲେ।ଅରେଇକଣା ପଞ୍ଚାୟତର ପୁଷ୍ପଲତା ସୁତାରଙ୍କର କୋଠାଘର ଥିବା ସତ୍ତ୍ୱେ ତାଙ୍କୁ ୨୦୧୬-୧୭ ମସିହାରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଥିଲା।କିନ୍ତୁ ଶ୍ରୀମତୀ ସୁତାର କୌଣସି କାମ କରିନଥିଲେ ମଧ୍ୟ ତାଙ୍କୁ ଦ୍ଵିତୀୟ କିସ୍ତି ଅର୍ଥାତ ୩୦ ହଜାର ଟଙ୍କା ଦିଆଯାଇଥିଲା।ସବୁଠାରୁ ବଡ଼ କଥା ହେଉଛି କୌଣସି ଫାଇଲ କାମ କରାନଯାଇ ମଧ୍ୟ ଉକ୍ତ ମହିଳାଙ୍କ ଆକାଉଣ୍ଟକୁ କମ୍ପ୍ୟୁଟର ପ୍ରୋଗ୍ରାମର ହିମାଂଶୁ ଦାସ ଦ୍ଵିତୀୟ କିସ୍ତି ପଠାଇଥିଲେ।ତେବେ GRS ଜିଓ ଟ୍ୟାଗ କରିନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜର ଦୋଷକୁ ଘୋଡାଇବାକୁ ଯାଇ ହିମାଂଶୁ ସାମୟିକ ଜିଓ ଟ୍ୟାଗ କରୁଥିବା ବିଶ୍ୱରଞ୍ଜନ ଦାସଙ୍କୁ ଧରି ପୁଷ୍ପଲତାଙ୍କ ଘରର ଫଟୋ ଉଠାଇଥିଲେ।ପରବର୍ତ୍ତୀ ସମୟରେ ଘଟଣାର ତଦନ୍ତ କରାଯିବା ପରେ ହିମାଂଶୁଙ୍କୁ ଜିଲ୍ଲାପାଳ ନିଲମ୍ବନ କରିବା ପରେ ସେମାନଙ୍କ ନାମରେ ଥାନାରେ ଅଭିଯୋଗ କରିବା ପାଇଁ ବିଡ଼ିଓଙ୍କୁ ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ।କମ୍ପ୍ୟୁଟର ପ୍ରୋଗ୍ରାମର ହିମାଂଶୁ ଦାସ ଓ ତାଙ୍କୁ ଏହି ଦୁର୍ନୀତିରେ ସହଯୋଗ କରିଥିବା ଜିଓ ଟ୍ୟାଗିଙ୍ଗ ସାମୟିକ କର୍ମଚାରୀ ବିଶ୍ୱରଞ୍ଜନ ଦାସଙ୍କୁ ଆଳି ପୋଲିସ ବିଳମ୍ବିତ ରାତିରେ ଗିରଫ କରି ତଦନ୍ତ ପରେ କୋର୍ଟ ଚାଲାଣ କରିଛି।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.