ETV Bharat / state

ମନରେଗାରେ ମହାଦୁର୍ନୀତି ଅଭିଯୋଗ; ଧାରଣାରେ ବସିଲେ ଜବକାର୍ଡଧାରୀ

ମନରେଗାରେ ମହାଦୁର୍ନୀତି ଅଭିଯୋଗ କରି କେନ୍ଦ୍ରାପଡାରେ ଧାରଣାରେ ବସିଲେ ଜବକାର୍ଡଧାରୀ । ଅଧିକ ପଢନ୍ତୁ...

author img

By

Published : Jan 30, 2021, 8:32 AM IST

ମନରେଗାରେ ମହାଦୁର୍ନୀତି ଅଭିଯୋଗ
ମନରେଗାରେ ମହାଦୁର୍ନୀତି ଅଭିଯୋଗ

କେନ୍ଦ୍ରାପଡା: ମନରେଗା କାମକଲେ ଶ୍ରମିକ କିନ୍ତୁ କାମ ନକରିଥିବା ଲୋକଙ୍କୁ ଏବଂ ନାବାଳକଙ୍କୁ ମିଳିଛି ମଜୁରୀ । କେନ୍ଦ୍ରାପଡା ମହାକାଳପଡା ବ୍ଲକ ନାଞ୍ଜୁରା ପଞ୍ଚାୟତରୁ ଆସିଛି ଏପରି ଅଭିଯୋଗ । ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଗ୍ରାମର ଗ୍ରାମସାଥୀ ଏବଂ ମନରେଗା କାର୍ଯ୍ୟ କରି ଅଧା ପାରିଶ୍ରମିକ ପାଇଥିବା କିଛି ଜବକାର୍ଡ଼ଧାରୀ ଧାରଣାରେ ବସିଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଧାରଣା ଦେଇଛନ୍ତି ।

ମନରେଗାରେ ମହାଦୁର୍ନୀତି ଅଭିଯୋଗ

ଗ୍ରାମସାଥୀ ଓ ଜବକାର୍ଡଧାରୀ ମାନେ ନାଞ୍ଜୁରା ପଞ୍ଚାୟତର ହୋଇଥିବା ମନରେଗା ଦୁର୍ନୀତିରେ ଲିପ୍ତଥିବା ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ଜିଆରଏସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦେଇଛନ୍ତି । ଯେପର୍ଯ୍ୟନ୍ତ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ନ ମିଳିଛି, ସେପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.