ETV Bharat / state

ଘୋଟାଲାର ଗନ୍ତାଘର ପଟ୍ଟାମୁଣ୍ଡାଇ ମହିଳା କଲେଜ, ବଡବାବୁଙ୍କ ଟାର୍ଗେଟରେ କନିଷ୍ଠ କିରାଣୀ

author img

By

Published : Jan 30, 2020, 11:55 PM IST

Updated : Jan 31, 2020, 1:33 AM IST

ଧିରେ ଧିରେ ଫିଟିବାରେ ଲାଗିଛି ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଗୁମର । ପୂର୍ବରୁ ଅଧ୍ୟକ୍ଷାଙ୍କ ନିଯୁକ୍ତି ଘଟଣା ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ବର୍ତ୍ତମାନ ମହାବିଦ୍ୟାଳୟର ପୂର୍ବତନ ସଭାପତି ତଥା କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କ ବାବୁଗିରି ଘଟଣା ସାମ୍ନାକୁ ଆସିଛି। ଅଧିକ ଖବର ପଢନ୍ତୁ...

Pattamundai women's college issue
ବଡବାବୁଙ୍କ ଟାର୍ଗେଟରେ କନିଷ୍ଠ କିରାଣୀ

କେନ୍ଦ୍ରାପଡା: ପୁଣି ଚର୍ଚ୍ଚାରେ ପଟ୍ଟାମୁଣ୍ଡାଇ ମହିଳା ବିଦ୍ୟାଳୟ । ପ୍ରଥମେ ନିଯୁକ୍ତିରେ ଚଞ୍ଚକତା ଆଉ ଏବେ ଜଣେ କନିଷ୍ଠ କିରାଣୀଙ୍କୁ ଟାର୍ଗେଟ କରି ବହିଷ୍କାର କରିଥିବା ଘଟଣା ସାମ୍ନାକୁ ଆସିଛି । ମହାବିଦ୍ୟାଳୟର ପୂର୍ବତନ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ସଞ୍ଜୟ କୁମାର ପଣ୍ଡା ଆଣିଛନ୍ତି ଏଭଳି ସଙ୍ଗୀନ ଅଭିଯୋଗ ।

ଘୋଟାଲାର ଗନ୍ତାଘର ପଟ୍ଟାମୁଣ୍ଡାଇ ମହିଳା କଲେଜ, ବଡବାବୁଙ୍କ ଟାର୍ଗେଟରେ କନିଷ୍ଠ କିରାଣୀ

ଏକ ଜମିକିଣା ଘଟଣାରେ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ସଞ୍ଜୟ ପଣ୍ଡାଙ୍କୁ ଚିଠି ନଂ 7497/22.12.2018ରେ ବରଖାସ୍ତ କରାଯାଇଥିବା ମହିଳା ମହାବିଦ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ପରେ ଗତ 10.01.2019ରିଖରେ ଅଧ୍ୟକ୍ଷା ଚିଠି ନଂ-161ରେ ସଞ୍ଜୟଙ୍କ ବିରୋଧରେ ଆର୍ଥିକ ଅନିୟମିତତା ସମ୍ବନ୍ଧରେ କୌଣସି ଅଭିଯୋଗ କିମ୍ବା ପ୍ରମାଣ ନଥିବା ଦର୍ଶାଇ ସଞ୍ଜୟଙ୍କ ବରଖାସ୍ତକୁ ପୁନଃବିଚାର କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟି ସଭାପତିଙ୍କୁ ଦରଖାସ୍ତ ଲେଖିଥିଲେ । ହେଲେ ଏପର୍ଯ୍ୟନ୍ତ ପୁନଃବିଚାର ହୋଇନଥିବାରୁ ଚାକିରି ହରାଇ ବସିଛନ୍ତି ସଞ୍ଜୟ ।

ଗାଇଡ ଲାଇନ ଅନୁସାରେ, କଲେଜ ପାଇଁ ଜମି କିଣା ଗଲେ ପରିଚାଳନା କମିଟି ସଭାପତିଙ୍କ ଅନୁମତି ଦରକାର ପଡିଥାଏ ଓ ଏହି ଅନୁମତି କଲେଜ ପରିଚାଳନା କମିଟି ସମ୍ପାଦକ ତଥା ସମ୍ପୃକ୍ତ କଲେଜର ଅଧ୍ୟକ୍ଷା ସଭାପତିଙ୍କ ଠାରୁ ଆଣିବାକୁ ପଡିଥାଏ । ହେଲେ ସେ ସମୟରେ ଏସବୁ ହୋଇନଥିବାରୁ ଆକାଉଣ୍ଟାଣ୍ଟ ଭାବରେ ଟଙ୍କା ଦେବାକୁ ପ୍ରଥମେ ଅମଙ୍ଗ ହୋଇଥିଲେ ସଞ୍ଜୟ । ତେବେ ପୂର୍ବତନ ସଭାପତିଙ୍କ ଅନୁମତି ପତ୍ର ଥିବା ଓ ବିଭିନ ପ୍ରକାର ଚାପ ପକାଇ ଅଧ୍ୟକ୍ଷା, ଆକାଉଣ୍ଟାଣ୍ଟ ସଞ୍ଜୟଙ୍କୁ କଲେଜ ଆକାଉଣ୍ଟରୁ 5,50,000ଟଙ୍କା ଭାଉଚର କରାଇ ନେଇଥିଲେ । ଫଳରେ ଅନିୟମିତତା ଅଭିଯୋଗରେ ସଞ୍ଜୟଙ୍କୁ ବହିଷ୍କାର କରାଯାଇଛି ।

ଅନ୍ୟପଟେ ଦୀର୍ଘ 1ବର୍ଷରୁ ଊର୍ଦ୍ଧ୍ଵ ସମୟ ଚାକିରୀ ହରାଇ ସଞ୍ଜୟ ବାରମ୍ବାର ନ୍ୟାୟ ପାଇଁ ଦୌଡୁଥିଲେ ମଧ୍ୟ ପ୍ରଶାସନ ତାଙ୍କ ଗୁହାରି ଶୁଣିବା ବଦଳରେ ଦେଉଛନ୍ତି ମାନସିକ ନିର୍ଯାତନା ଯାହା ସଞ୍ଜୟ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ସେହିପରି ଆର୍ଥିକ ଅନିୟମିତତା ହେଲେ ଏକ ତଦନ୍ତ କମିଟି ବସାଇ ତଦନ୍ତ ହେବା ଓ ସମ୍ପୃକ୍ତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପ୍ରାବଧାନ ରହିଛି । ହେଲେ ବର୍ତ୍ତମାନ ସୁଦ୍ଧା ସଞ୍ଜୟଙ୍କ ବିରୋଧରେ କୌଣସି କମିଟି ତଦନ୍ତ କରିନଥିବା ଓ କାରଣ ଦର୍ଶାଅ ନୋଟିସ ଜାରି କରିନଥିବା କହିଛନ୍ତି ସଞ୍ଜୟ । କେବଳ ଅତିରିକ୍ତ ଜିଲ୍ଲାପାଳ ନିଜର ବାବୁଗିରି ପାଇଁ ତାଙ୍କୁ ବହିଷ୍କାର କରିଥିବା ଅଭିଯୋଗ ଆଣିଛନ୍ତି ସେ ।

ବଡକଥା ହେଉଛି, ଜମିକିଣାରେ କଲେଜର ଅଧକ୍ଷା ମଧ୍ୟ ସମ୍ପୃକ୍ତ ଥିବାବେଳେ କେବଳ ତଳିଆ କର୍ମଚାରୀଙ୍କୁ କାହିଁକି ବରଖାସ୍ତ କରାଗଲା ? ଅନ୍ୟପଟେ କଲେଜରେ ହୋଇଥିବା ବ୍ୟାପକ ଦୁର୍ନୀତି ନେଇ ଲୋକପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି। ଆସନ୍ତା ଫେବୃୟାରୀ 7ରେ ଲୋକପାଳଙ୍କ ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ସମେତ 7ଟି ପକ୍ଷଙ୍କୁ ହାଜର ହେବାପାଇଁ ନିର୍ଦ୍ଦେଶ ରହିଛି। ତେବେ ଘଟଣା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟିର ସଭାପତି ବସନ୍ତ ରାଉତଙ୍କୁ ପଚାରିବାରୁ ସେ ଅଲଗା କାରଣ ପାଇଁ ସଞ୍ଜୟଙ୍କୁ ବହିଷ୍କାର କରାଯାଇଥିବା କହିଛନ୍ତି । କେବେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ତାହାକୁ ସମସ୍ତଙ୍କ ଅପେକ୍ଷା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:30.01.2020
Radhakanta Mohanty, Kendrapada
Slug-od_kpr_pmi clg_script_7204459
Anchor-ଧିରେ ଧିରେ ଫିଟିବାରେ ଲାଗିଛି ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଗୁମର।ପୁର୍ବରୁ ଅଧ୍ୟକ୍ଷାଙ୍କ ନିଯୁକ୍ତି ଘଟଣା ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ବର୍ତ୍ତମାନ ମହାବିଦ୍ୟାଳୟର ପୂର୍ବତନ ସଭାପତି ତଥା କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କ ବାବୁଗିରି ସାମ୍ନାକୁ ଆସିଛି।
VO1-ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନାରୀ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଗତ ୯୦ ଦଶକରେ ଅଞ୍ଚଳର ବୁଦ୍ଧିଜୀବି ମହିଳା ମାନଙ୍କ ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ଏକ ମହାବିଦ୍ୟାଳୟ ସ୍ଥାପନ କରିଥିଲେ।ପରେ ମହାବିଦ୍ୟାଳୟରେ ନିଯୁକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯିବା ଏବଂ କିଛିଦିନ ପରେ ମହାବିଦ୍ୟାଳୟରେ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ମହିଳା ମହାବିଦ୍ୟାଳୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଗତ କିଛିଦିନ ତଳେ ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀଙ୍କ ନିଯୁକ୍ତିରେ ଚଂଚକତା ପରେ ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ଜଣେ ଅଧ୍ୟାପିକାଙ୍କୁ ଚାରିଥର ନିଯୁକ୍ତି ନେଇ ETV BHARAT ଖବର ପ୍ରସାରଣ କରିଥିଲା।ତେବେ ଉକ୍ତ ମହିଳା ମହାବିଦ୍ୟାଳୟ ସଭାପତି ଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କ ପଦକ୍ଷେପକୁ ନେଇ ବର୍ତ୍ତମାନ ଉଠିଛି ବଡ଼ ପ୍ରଶ୍ନ।ଏକ ଜମିକିଣା ଘଟଣାରେ ତଥା ମହାବିଦ୍ୟାଳୟ ଟଙ୍କା ହେରଫେର ଘଟଣାରେ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ସଞ୍ଜୟ ପଣ୍ଡାଙ୍କୁ ଚିଠି ନଂ 7497/22.12.2018ରେ ବରଖାସ୍ତ କରାଯାଇଥିବା ମହିଳା ମହାବିଦ୍ୟାଳୟକୁ ନିର୍ଦ୍ଦେଶାନାମ ଜାରି କରାଯାଇଥିଲା ପରେ ଗତ 10.01.2019ରିଖରେ ଅଧ୍ୟକ୍ଷା ଚିଠି ନଂ-161ରେ ସଞ୍ଜୟଙ୍କ ବିରୋଧରେ ଆର୍ଥିକ ଅନିୟମିତତା ସମ୍ବନ୍ଧରେ କୌଣସି ଅଭିଯୋଗ କିମ୍ବା ପ୍ରମାଣ ନଥିବା ଦର୍ଶାଇ ସଞ୍ଜୟଙ୍କ ବରଖାସ୍ତକୁ ପୁନଃବିଚାର କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟି ସଭାପତିଙ୍କୁ ଦରଖାସ୍ତ ଲେଖିଥିଲେ।ସବୁଠାରୁ ବଡ଼ କଥା ହେଉଛି ଯେଉଁ ଜମି କିଣା କାରଣ ଦର୍ଶାଇ ସଞ୍ଜୟଙ୍କୁ ବରଖାସ୍ତ କରାଯାଇଛି ଆକାଉଣ୍ଟାଣ୍ଟ ଭାବରେ ତାଙ୍କର ସେଭଳି କ୍ଷମତା ନଥିବା ଉଚ୍ଚ ଶିକ୍ଷା ବିଭାଗ ଗାଇଡ଼ଲାଇନ କହୁଛି।କଲେଜ ପାଇଁ ଜମି କିଣା ଗଲେ ପରିଚାଳନା କମିଟି ସଭାପତିଙ୍କ ଅନୁମତି ଦରକାର ପଡିଥାଏ ଓ ଏହି ଅନୁମତି କଲେଜ ପରିଚାଳନା କମିଟି ସମ୍ପାଦକ ତଥା ସମ୍ପୃକ୍ତ କଲେଜର ଅଧ୍ୟକ୍ଷା ସଭାପତିଙ୍କ ଠାରୁ ଆଣିବାକୁ ପଡିଥାଏ ବୋଲି ଗାଇଡ଼ଲାଇନ ରହିଛି।ତେବେ ଏସବୁ ହୋଇନଥିବାରୁ ଆକାଉଣ୍ଟାଣ୍ଟ ଭାବରେ ଟଙ୍କା ଦେବାକୁ ପ୍ରଥମେ ଅମଙ୍ଗ ହୋଇଥିଲେ ସଞ୍ଜୟ।ତେବେ ପୂର୍ବତନ ସଭାପତିଙ୍କ ଅନୁମତି ପତ୍ର ଥିବା ଓ ବିଭିନ ପ୍ରକାର ଚାପ ପ୍ରୟୋଗ କରି ଅଧ୍ୟକ୍ଷା,ଆକାଉଣ୍ଟାଣ୍ଟ ସଞ୍ଜୟଙ୍କୁ କଲେଜ ଆକାଉଣ୍ଟରୁ 5,50,000ଟଙ୍କା ଭାଉଚର କରି ନେଇଥିବା ବେଳେ ଏହି ଜମିକିଣା ପ୍ରସଙ୍ଗରେ ଅତିରିକ୍ତ ଜିଲ୍ଲାପାଳ କେବଳ ସଞ୍ଜୟଙ୍କୁ ବରଖାସ୍ତ କରିଥିବା ବେଳେ ଅଧ୍ୟକ୍ଷାଙ୍କୁ କାହିଁକି ଘଣ୍ଟ ଘୋଡାଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ସେହିପରି ଦୀର୍ଘ 1ବର୍ଷରୁ ଉର୍ଦ୍ଧ୍ଵ ସମୟ ଚାକିରୀ ହରାଇ ସଞ୍ଜୟ ବାରମ୍ବାର ନ୍ୟାୟ ପାଇଁ ଦୌଡୁଥିଲେ ମଧ୍ୟ ପ୍ରଶାସନ ତାଙ୍କ ଗୁହାରି ଶୁଣିବା ବଦଳରେ ଦେଉଛନ୍ତି ମାନସିକ ନିର୍ଯ୍ୟାତନା ଯାହା ସଞ୍ଜୟ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।ସେହିପରି ଆର୍ଥିକ ଅନିୟମିତତା ହେଲେ ଏକ ତଦନ୍ତ କମିଟି ବସାଇ ତଦନ୍ତ ହେବା ଓ ସମ୍ପୃକ୍ତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପ୍ରାବଧାନ ରହିଥିଲେ ସୁଦ୍ଧା ସଞ୍ଜୟଙ୍କ ବିରୋଧରେ କୌଣସି କମିଟି ତଦନ୍ତ କରିନଥିବା ଓ କାରଣ ଦର୍ଶାଅ ନୋଟିସ ଜାରି କରିନଥିବା କହିଛନ୍ତି ସଞ୍ଜୟ।କେବଳ ଅତିରିକ୍ତ ଜିଲ୍ଲାପାଳ ନିଜର ବାବୁଗିରି ପାଇଁ ତାଙ୍କୁ ବହିଷ୍କାର କରିଥିବା ଅଭିଯୋଗ ଆଣିଛନ୍ତି ସଞ୍ଜୟ।ସେହିପରି ମହାବିଦ୍ୟାଳୟରେ ନିଯୁକ୍ତି ଘୋଟାଲା ବ୍ୟାପକ ହୋଇଥିବା ଓ ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ବାରିକ ଏହି ଘୋଟାଲାର ମୁଖ୍ୟ ସୂତ୍ରଧର ହୋଇଥିବା ଦର୍ଶାଇ ପାଖାପାଖି ୧୨ଜଣ କର୍ମଚାରୀଙ୍କୁ ୨୦୧୨ରେ ସ୍ଥାନିତ କରାଯାଇଥିବା ଓ କଲେଜର କର୍ମଚାରୀ ଉପସ୍ଥାନ ଖାତାରେ ୨୦୧୨ ମସିହାରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ କରିଛନ୍ତି ବରଖାସ୍ତ ହୋଇଥିବା ସଞ୍ଜୟ।
Byt-ସଞ୍ଜୟ କୁମାର ପଣ୍ଡା(ପୂର୍ବତନ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ)
Body:VO2-କଲେଜରେ ହୋଇଥିବା ନିଯୁକ୍ତି ଚଂଚକତା ବିଷୟରେ ପଚରାଯିବାରୁ ଅତିରିକ୍ତ ଜିଲ୍ଲାପାଳ ଚିରାଚରିତ ଢଙ୍ଗରେ ତଦନ୍ତ ଚାଲିଛି, ପ୍ରକ୍ରିୟା ଶେଷ ହୋଇନାହିଁ କହୁଥିବା ବେଳେ ସଞ୍ଜୟଙ୍କ ବରଖାସ୍ତ ଜମିକିଣା ଦୁର୍ନୀତି ପାଇଁ ନୁହେଁ ଅନ୍ୟ କାରଣ ବୋଲି ପ୍ରତିକ୍ରିୟା ରଖିଛନ୍ତି।ତେବେ ଏଠାରେ ପ୍ରଶ୍ନ ଉଠେ ଜଣେ ତଳିଆ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଥିଲା ବେଳେ କଲେଜର ଅଧ୍ୟକ୍ଷାଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳର ବୁଦ୍ଧିଜୀବି।ତେବେ ମହିଳା କଲେଜରେ ହୋଇଥିବା ବ୍ୟାପକ ଦୁର୍ନୀତି ନେଇ ମାନନୀୟ ଲୋକପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି।ଆସନ୍ତା ଫେବୃୟାରୀ 7 ତାରିଖ ଦିନ ଲୋକପାଳଙ୍କ ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଙ୍କ ସମେତ ମୋଟ 7ଟି ପକ୍ଷଙ୍କୁ ହାଜର ହେବାପାଇଁ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି।
Byt-ବସନ୍ତ ରାଉତ(ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟି ସଭାପତି)
Conclusion:FVO-ଏହି ମହିଳା କଲେଜରେ ଦୁର୍ନୀତି ଗଭୀରତମ ସ୍ଥାନକୁ ଚାଲିଯାଇଥିବା ବେଳେ ଏହାର ନିରାକରଣ ମାନନୀୟ ଲୋକପାଳ ହିଁ କରିପାରିବେ ବୋଲି ସ୍ଥାନୀୟ ଜନସାଧାରଣଙ୍କ ଆଶା।
Last Updated : Jan 31, 2020, 1:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.