ETV Bharat / state

ସୁରକ୍ଷାରୁ ବଞ୍ଚିତ କୋରୋନା ଯୋଦ୍ଧା: ମିଳୁନି ମାସ୍କ, ଗ୍ଲୋଭସ ଓ ପିପିଇ କିଟ - corona warriors health worker neglecting in kendrapara

କେନ୍ଦ୍ରାପଡାରେ ସଫେଇ କର୍ମଚାରୀଙ୍କୁ ମିଳୁନି ମାସ୍କ,ଗ୍ଲୋଭସ ଓ ପିପିଇ କିଟ । ରହୁଥିବା ବସ୍ତିରେ ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇନି ସାନିଟାଇଜ । ଅଧିକ ପଢନ୍ତୁ.....

corona warriors health worker neglecting in kendrapara
କୋରୋନା ଯୋଦ୍ଧାଙ୍କୁ ଅବହେଳା, ମିଳୁନି ମାସ୍କ,ଗ୍ଲୋଭସ ଓ ପିପିଇ କିଟ
author img

By

Published : Jul 25, 2020, 2:05 PM IST

Updated : Jul 26, 2020, 7:21 AM IST

କେନ୍ଦ୍ରପଡା: କୋରୋନା ଯୋଦ୍ଧାଙ୍କୁ ଅବହେଳା । ନିଜ ଜୀବନକୁ ବାଜି ଲଗାଇ ସମାଜ ପାଇଁ ଉତ୍ସର୍ଗ କରୁଛନ୍ତି ନିଜକୁ । ଏପରିକି ମହାମାରୀ ସମୟରେ କୋଭିଡ ହସପିଟାଲ ସଫା କରୁଛନ୍ତି । ହେଲେ, ସଂକ୍ରମଣରୁ ରକ୍ଷା ପାଇଁ ସେମାନଙ୍କୁ ମାସ୍କ,ଗ୍ଲୋଭସ,ସୁ ଓ ପିପିଇ କିଟ ମିଳି ନଥିବା ଅଭିଯୋଗ ହୋଇଛି । ଆମେ କହୁଛୁ କେନ୍ଦ୍ରାପଡାର ଚଉରୀ ବ୍ରହ୍ମପୁର ଗାଁରେ ରହୁଥିବା ସଫେଇ କର୍ମଚାରୀଙ୍କ କଥା । ଯେଉଁ ସଫେଇ କର୍ମଚାରୀମାନେ ସହରରେ ଥିବା 21ଟି ଓ୍ବାର୍ଡକୁ ନିତିଦିନ ସଫା କରନ୍ତି । ହେଲେ ସେମାନେ ରହୁଥିବା ବସ୍ତିରେ ମ୍ୟୁନସିପାଲଟି କି ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଉନି । ଯାହାକୁ ନେଇ ବସ୍ତିରେ ରହୁଥିବା 800ରୁ ଅଧିକ ସଫେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସୁରକ୍ଷାରୁ ବଞ୍ଚିତ କୋରୋନା ଯୋଦ୍ଧା: ମିଳୁନି ମାସ୍କ,ଗ୍ଲୋଭସ ଓ ପିପିଇ କିଟ
ସଫେଇ କର୍ମଚାରୀ ସମସ୍ୟା ନେଇ ସ୍ବର ଉଠାଇଛନ୍ତି ଜିଲ୍ଲା ଦଳିତ ସଂଘର ସଭାପତି । କୋଭିଡ ପରିଚାଳନା ପାଇଁ ସରକାର ଯେଉଁ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି ସେମାନଙ୍କ ସୁରକ୍ଷା ପାଇଁ କୈଣସି ବ୍ୟବସ୍ଥା କରୁନାହାଁନ୍ତି । ସଫେଇ କର୍ମଚାରୀ ରହୁଥିବା ବସ୍ତି ନିକଟରୁ ମଧ୍ୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ସଂକ୍ରମଣର ଭୟକୁ ଅଧିକ ବଢାଇ ଦେଇଛି ସେପଟେ,ଉପଜିଲ୍ଲାପାଳ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । କେନ୍ଦ୍ରାପଡ଼ାରେ କୋରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଯଦି ଏହି ସଫେଇ କର୍ମଚାରୀଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ନ ଦିଏ ତେବେ ଭବିଷ୍ୟତରେ ଜିଲ୍ଲାରେ କୋରୋନା ସ୍ଥିତି ଅତି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 26, 2020, 7:21 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.