ETV Bharat / state

କେନ୍ଦ୍ରାପଡାରେ କୋରୋନା କୋପ, ଦୁଇମାସରେ 3000 ପାର

କେନ୍ଦ୍ରାପଡା ଜିଲ୍ଲାରେ ଉପରମୁହାଁ କୋରୋନା ଗ୍ରାଫ । ଦ୍ବିତୀୟ ଲହର କୋପରେ ଜିଲ୍ଲାରେ ଦୁଇମାସରେ ତିନି ହଜାର ପାର ହେଲାଣି ସଂକ୍ରମଣ ମାମଲା । ଅଧିକ ପଢନ୍ତୁ...

କେନ୍ଦ୍ରାପଡାରେ କୋରୋନା କୋପ
କେନ୍ଦ୍ରାପଡାରେ କୋରୋନା କୋପ
author img

By

Published : May 21, 2021, 7:08 AM IST

କେନ୍ଦ୍ରାପଡା: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ କରି ଚାଲିଛି କୋରୋନା । ରାଜ୍ୟର ପ୍ରତି ଜିଲ୍ଲାରେ ଏବେ କୋରୋନା ଉଗ୍ର ରୂପ ଧାରଣ କରିଛି । କେନ୍ଦ୍ରାପଡା ଜିଲ୍ଲାରେ ଉପରମୁହାଁ କୋରୋନା ଗ୍ରାଫ । ଦ୍ବିତୀୟ ଲହର କୋପରେ ଜିଲ୍ଲାରେ ଦୁଇମାସରେ ତିନି ହଜାର ପାର ହେଲାଣି ସଂକ୍ରମଣ ମାମଲା । ଯାହା ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

କେନ୍ଦ୍ରାପଡାରେ କୋରୋନା କୋପ

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫୩ରେ ପହଞ୍ଚିଥିବାବେଳେ ୧,୦୫୩ଟି ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ଜିଲ୍ଲାରୁ 11ହଜାର 724ଜଣ କୋରୋନା କବଳରୁ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ 35ଜଣଙ୍କ ଜୀବନ ନେଇଛି ମହାମାରୀ । ଡେରାବିଶ ବ୍ଲକରେ ସଂକ୍ରମଣ ହାର ୫0 ପ୍ରତିଶତରୁ ଅଧିକ ରହିଥିବା ବେଳେ ଜିଲ୍ଲାରେ ମୋଟ ୬ଟି ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ ରହିଛି ।

ମହାମାରୀକୁ ହରାଇବା ପାଇଁ ଅଧିକରୁ ଅଧିକ ଟ୍ରେସିଂ କରାଯାଉଛି । ଏହି ସହିତ ସର୍ବାଧିକ ଟେଷ୍ଟିଂ କେନ୍ଦ୍ରାପଡ଼ା ଜିଲ୍ଲାରେ ହେଉଥିବାରୁ ସଂକ୍ରମଣ ଟ୍ରେସ କରାଯାଇପାରୁଛି ବୋଲି କହିଛନ୍ତି ଜିଲ୍ଲାପାଳ । ଗୁରୁବାର ଲକଡାଉନ-୨ର ଗାଇଡଲାଇନ ଅନୁଯାୟୀ ପୂର୍ବାହ୍ନ ୧୧ଟାରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକୁ ବନ୍ଦ କରାଯାଇଛି। ବିନା କାରଣରେ କଣ୍ଟେନମେଣ୍ଟ ଜୋନ ମଧ୍ୟରୁ ବାହାରେ ବୁଲୁଥିବା ଲୋକମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳ କହିଥିବା ବେଳେ ଭବିଷ୍ୟତରେ ସଂକ୍ରମଣ ହାର ହ୍ରାସ ଓ ସ୍ୱାସ୍ଥ୍ୟବିଭାଗ କର୍ମଚାରୀଙ୍କ ପରିଶ୍ରମ ପାଇଁ କୋଭିଡକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବା ପାଇଁ ଯୋଜନା ଚାଲିଥିବା କହିଛି ଜିଲ୍ଲା ପ୍ରଶାସନ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.