ETV Bharat / state

କଳିଙ୍ଗ ନଗର ଗୁଳିକାଣ୍ଡ, ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ - କଳିଙ୍ଗ ନଗର ଗୁଳିକାଣ୍ଡ

Congress press meet: କଳିଙ୍ଗ ନଗର ଗୁଳିକାଣ୍ଡ ନେଇ ଆସନ୍ତା 2 ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳିବ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

Congress press meet
କଳିଙ୍ଗ ନଗର ଗୁଳିକାଣ୍ଡ
author img

By ETV Bharat Odisha Team

Published : Dec 31, 2023, 3:17 PM IST

କଳିଙ୍ଗ ନଗର ଗୁଳିକାଣ୍ଡ

କେନ୍ଦ୍ରାପଡା: ଯାଜପୁର କଳିଙ୍ଗନଗଦର ଗୁଳିକାଣ୍ଡକୁ ପୁରିବାକୁ ଯାଉଛି 18 ବର୍ଷ । କିନ୍ତୁ ସେ ଦିନର ସେ ଛାତିଥରା ଘଟଣା ଆଜିବି ଲୋକଙ୍କ ମନରୁ ଲିଭିନି । ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ାରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ଓ ବିଜେପିକୁ ଟାର୍ଗେଟ୍‌ କରିଥିଲେ ପିସିସି ମୁଖପାତ୍ର ଗଣେଶ୍ୱର ବେହେରା । ବିଜେଡି ସରକାର ଆଦିବାସୀମାନଙ୍କ ସ୍ୱାର୍ଥକୁ ନଦେଖି ପୁଞ୍ଜିପତି ଓ ଶିଳ୍ପପତିଙ୍କ ସ୍ୱାର୍ଥକୁ ଦେଖିଥାଆନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-କଳିଙ୍ଗନଗର ଗୁଳିକାଣ୍ଡକୁ 'ଶ୍ରଦ୍ଧାଞ୍ଜଳି ଦିବସ' ପାଳିବ କଂଗ୍ରେସ: ବିଜେଡି-ବିଜେପି ଉପରେ ବର୍ଷିଲେ ଶରତ ପଟ୍ଟନାୟକ

ପୂର୍ବତନ ମନ୍ତ୍ରୀ ତଥା ପିସିସି ମୁଖପାତ୍ର ଗଣେଶ୍ୱର ବେହେରା କହିଛନ୍ତି ଯେ, ବିଜେଡି ସରକାର ଆଦିବାସୀ ମାନଙ୍କ ସ୍ୱାର୍ଥକୁ ନଦେଖି ପୁଞ୍ଜିପତି ଓ ଶିଳ୍ପପତିଙ୍କ ସ୍ୱାର୍ଥକୁ ଦେଖିଥାଏ । ରାଜ୍ୟ ସରକାରଙ୍କ ଏହି ବୈମାତୃକ ମନୋଭାବ ଯୋଗୁଁ ଆଜି ଆଦିବାସୀମାନେ ଉପେକ୍ଷିତ, ଅବହେଳିତ ଓ ନିର୍ଯାତିତ । କଳିଙ୍ଗନଗର ଗୁଳିକାଣ୍ଡ ସମୟରେ ପୋଲିସ କିଛି ନିରୀହ ଜନସାଧାରଣଙ୍କୁ ବାନ୍ଧି ଆଣିଥିବା ବେଳେ ଏହି ଘଟଣାକୁ ଦୀର୍ଘ ବର୍ଷ ବିତିଥିଲେ ମଧ୍ୟ ଚାର୍ଜସିଟ୍‌ ଦାଖଲ ହୋଇନଥିବା କାରଣରୁ ସେମାନେ ଜେଲ୍‌ର ଚାରି କାନ୍ଥ ମଧ୍ୟରେ ଜୀବନ କାଟୁଛନ୍ତି । ଆଦିବାସୀ ଯେଉଁଠି କଂଗ୍ରେସ ସେଇଠି । କିନ୍ତୁ ଦୁଃଖ ହେଉଛି ଆଦିବାସୀଙ୍କ ସ୍ୱାର୍ଥ ବିରୋଧରେ ଯିବା ରାଜ୍ୟ ସରକାରଙ୍କ ଅଭ୍ୟାସରେ ପରିଣତ ହୋଇଛି । ଏହାକୁ କଂଗ୍ରେସ ନିନ୍ଦା କରୁଛି । ଆଦିବାସୀଙ୍କ ସ୍ବାର୍ଥ ପାଇଁ କଂଗ୍ରେସ ଚିରକାଳ ଲଢ଼େଇ କରିବାକୁ ପ୍ରସ୍ତୁତ । ଗୁଳିକାଣ୍ଡ ସମୟରେ ସୋନିଆ ଗାନ୍ଧୀ ଓଡ଼ିଶା ଆସି ଘଟଣାସ୍ଥଳକୁ ଯାଇଥିଲେ । ମର୍ମାହତ ପରିବାରଙ୍କୁ ସହାୟତା ପ୍ରଦାନ କରିଥିଲେ । ସେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାରେ ରହିଥିବାରୁ ଆଦିବାସୀଙ୍କ ସ୍ବାର୍ଥ ପାଇଁ କାମ କରିଥିଲେ ।

2006 ଜାନୁଆରୀ 2 ତାରିଖରେ କଳିଙ୍ଗନଗରରେ 13 ଜଣ ଆଦିବାସୀଙ୍କୁ ଗଣହତ୍ୟା ହୋଇଥିଲା । ଏହି ଦିନକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବ କଂଗ୍ରେସ । ଏହି ଘଟଣାରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ଆତ୍ମାର ସଦଗତି କାମନା ଆସନ୍ତା 2 ତାରିଖରେ ସାଧାରଣଙ୍କ ପାଖକୁ ଯିବ କଂଗ୍ରେସ । ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ବିରୋଧ କରି ସ୍ଥାନୀୟ ଆଦିବାସୀ ଓ ପୋଲିସଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ଗୁଳିରେ 13 ଆଦିବାସୀ ପ୍ରାଣ ହରାଇଥିଲେ । ଏଥିରେ ଆଦିବାସୀଙ୍କ ଆକ୍ରମଣରେ ଜଣେ ପୋଲିସ ହାବିଲଦାରଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.