ETV Bharat / state

ବିଡ଼ିଓଙ୍କ ବିରୋଧରେ କଂଗ୍ରେସର ରଣହୁଙ୍କାର, ଜନସାଧାରଣଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ

କେନ୍ଦ୍ରାପଡ଼ାରେ ବିଡ଼ିଓଙ୍କ ମନମାନୀ ବିରୋଧରେ ରଣହୁଙ୍କାର ଦେଇଛି କଂଗ୍ରେସ । ଯାହାର ପ୍ରତିବାଦ କରି ପୂର୍ବତନ ମନ୍ତ୍ରୀଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଅଧିକ ପଢନ୍ତୁ

ବିଡ଼ିଓଙ୍କ ବିରୋଧରେ କଂଗ୍ରେସର ରଣହୁଙ୍କାର
ବିଡ଼ିଓଙ୍କ ବିରୋଧରେ କଂଗ୍ରେସର ରଣହୁଙ୍କାର
author img

By

Published : Jul 14, 2023, 7:48 PM IST

ବିଡ଼ିଓଙ୍କ ବିରୋଧରେ କଂଗ୍ରେସର ରଣହୁଙ୍କାର

କେନ୍ଦ୍ରାପଡ଼ା: ବିଡ଼ିଓଙ୍କ ମନମାନୀ ବିରୋଧରେ କଂଗ୍ରେସର ରଣହୁଙ୍କାର । ଜନସାଧାରଣଙ୍କୁ ଅସମ୍ମାନ କରିବା ସହ ବ୍ଲକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ପୂର୍ବତନ ମନ୍ତ୍ରୀଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । କେନ୍ଦ୍ରାପଡା ବ୍ଲକକୁ ନିଜ କାମରେ ଆସୁଥିବା ଜନସାଧାରଣଙ୍କୁ ବିଡ଼ିଓ ବନ୍ଦନା ଖଟୁଆ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ। ତେବେ ବିଡ଼ିଓ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଦାବି ଯେଉଁ ଜନସାଧାରଣଙ୍କ ପାଇଁ ସେ ଅଫିସର ହୋଇଛନ୍ତି ସେମାନଙ୍କୁ ଉଚିତ ସମ୍ମାନ ଦିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ।

ଏଥିସହ ଆଉ 4ଟି ଦାବିକୁ ନେଇ ଆନ୍ଦୋଳନ କରିଛି କଂଗ୍ରେସ । ଗଣେଶ୍ୱର ବେହେରାଙ୍କ ଗରାପୁର ସ୍ଥିତ ବାସଭବନରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଲକ ସମ୍ମୁଖରେ କଂଗ୍ରେସର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଲକ ପ୍ରଶାସନ ମଧୁବାବୁ ପେନସନ ଯୋଜନାକୁ ଦୀର୍ଘ ବର୍ଷ ଧରି ବନ୍ଦ କରି ରଖିଥିବା କଂଗ୍ରେସ ଅଭିଯୋଗ କରିଛି । ଯେଉଁଥି ପାଇଁ ବ୍ଲକ ଅଧିନସ୍ଥ ପଞ୍ଚାୟତଗୁଡିକରେ ପ୍ରାୟ ୧୦ହଜାର ବୃଦ୍ଧ, ବୃଦ୍ଧା ଓ ବିଧବା ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ତେଣୁ ଖୁବଶୀଘ୍ର ମଧୁବାବୁ ପେନସନ ଯୋଜନାରେ ବରିଷ୍ଠ ନାଗରିକମାନଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି କଂଗ୍ରେସ ନେତା ।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଚଞ୍ଚକତା କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଘର ପାଇବାକୁ ହକଦାର ଥିବା ଲୋକେ ଘର ପାଇପାରି ନଥିବାବେଳେ ଦଳୀୟ ପ୍ରୀତି ଅନୁସାରେ ଘର ବଣ୍ଟାଯାଉଥିବା କହି ବର୍ଷିଛି କଂଗ୍ରେସ । ଏଣୁ ଏହାକୁ ବାତିଲ କରାଯାଇ ଆବାସ ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ବାସଗୃହ ପ୍ରଦାନ କରିବାକୁ ଦାବି କରିଛି କଂଗ୍ରେସ । ଏହାସହ ଆବାସ ଯୋଜନା ନେଇ କରାଯାଇଥିବା ସର୍ଭେ ରିପୋର୍ଟର ଭିଜିଲାନ୍ସ ତଦନ୍ତ କରିବାକୁ ମଧ୍ୟ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ମେୟର-ବିଧାୟକ ତୁତୁ ମେମେ; ସିଟି ଯନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ, ଭୁଲ ମାନିଲେ ଯନ୍ତ୍ରୀ

ମନରେଗା ଯୋଜନାରେ କାମ ଅନ୍ବେଷଣ କରୁଥିବା ଲୋକଙ୍କ ପାଇଁ କାମ ନଥିବାବେଳେ ମେସିନ୍‌ ଲଗାଇ କାମ କରାଯାଉଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏହାର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ମନରେଗା କାମର ଭିଡିଓ ସୁଟିଂ ପାଇଁ ଦାବି କରାଯାଇଛି । ସେହିପରି ରାସନ କାର୍ଡରୁ ବଞ୍ଚିତ ହୋଇଥିବା ପ୍ରକୃତ ହିତାଧିକାରୀଙ୍କୁ କାର୍ଡ ଯୋଗାଇ ଦେବା ପାଇଁ ପୂର୍ବତନ ମନ୍ତ୍ରୀ ଦାବି କରିଛନ୍ତି । ଆସନ୍ତା ସପ୍ତାହକ ମଧ୍ୟରେ ସରକାର ଯଦି କଂଗ୍ରେସର ଏହି ଦାବିଗୁଡ଼ିକ ପ୍ରତି କର୍ଣ୍ଣପାତ ନକରନ୍ତି, ତେବେ ଆଇନକୁ ହାତକୁ ନେଇ ଜେଲ୍‌ ଭାଙ୍ଗିବା ପର୍ଯ୍ୟନ୍ତ କଥା ଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.