କେନ୍ଦ୍ରାପଡ଼ା: ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡର ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। ବ୍ଲକ କଂଗ୍ରେସ ଓ ଯୁବ କଂଗ୍ରେସର କର୍ମୀମାନେ ଆଜି ପୟାଶ୍ରାଦ୍ଧରେ ମମିତାଙ୍କ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପୟାଶ୍ରାଦ୍ଧ ଦେଇଛନ୍ତି।
ଏହି ପ୍ରତିବାଦକାରୀ କର୍ମୀମାନେ କଟକ-ଚାନ୍ଦବାଲି ରାଜରାସ୍ତାରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ମମିତାଙ୍କ ଆତ୍ମାର ସଦଗତି ପ୍ରାର୍ଥନା କରିବା ସହିତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସଦବୁଦ୍ଧି ପାଇଁ ପୟା ଡାକିଥିଲେ। କର୍ମୀମାନେ ବିଜେଡି ସରକାର ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକରି ନାରାବାଜି କରିଥିଲେ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ