ETV Bharat / state

ପଟ୍ଟାମୁଣ୍ଡାଇ ରାଜନୈତିକ କନ୍ଦଳ; ବିଡ଼ିଓଙ୍କୁ ଅସମ୍ମାନ ଏତଲା ପରେ ପାଲଟା ଏତଲା ଦେଲା କଂଗ୍ରେସ

author img

By ETV Bharat Odisha Team

Published : Sep 30, 2023, 6:06 PM IST

Updated : Sep 30, 2023, 7:23 PM IST

ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ଭାଇରାଲ । ବିଡ଼ିଓଙ୍କୁ ଦୁର୍ବ୍ୟବହାର କରିଯାଇଥିବା ଅଭିଯୋଗରେ ସରଗରମ ରାଜନୀତି । ଅଧିକ ପଢନ୍ତୁ

ସରଗରମ ପଟ୍ଟାମୁଣ୍ଡାଇ ରାଜନୀତି
ସରଗରମ ପଟ୍ଟାମୁଣ୍ଡାଇ ରାଜନୀତି
ସରଗରମ ପଟ୍ଟାମୁଣ୍ଡାଇ ରାଜନୀତି

କେନ୍ଦ୍ରାପଡା: ରାଜନଗର ରାଜନୀତିରେ ଘଡିକେ ଛୁଟୁଛି ଘୋଡା । 27 ତାରିଖରେ କଂଗ୍ରେସ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ତାଙ୍କ ସମର୍ଥକଙ୍କ ସହ ପଟ୍ଟାମୁଣ୍ଡାଇ ବିଡିଓଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ ଆଣି ବିଡିଓଙ୍କୁ ସିଟରୁ ଛିଡା ହେବା ପାଇଁ କହିଥିଲେ । ଏହାସହ ତାଙ୍କ ସହ ଆସିଥିବା ଦଳୀୟ କର୍ମୀ ଓ ପୂର୍ବତନ ଲୋକ ପ୍ରତିନିଧିମାନେ ହୋହଲ୍ଲା କରି ବିଡ଼ିଓଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ସୋସିଆଲ ମିଡିଅରେ ଘୁରି ବୁଲୁଛି । ଯାହାକୁ ନେଇ ସରଗରମ ହୋଇଛି ପଟ୍ଟାମୁଣ୍ତାଇ ରାଜନୀତି ।

ଏହାକୁ ନେଇ ଗତକାଲି (ଶୁକ୍ରବାର) ପଟ୍ଟାମୁଣ୍ଡାଇ ବିଡିଓ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ତାଙ୍କ ସମର୍ଥକଙ୍କ ନାଁରେ ଏତଲା ଦେଇଥିଲେ । ଅନ୍ୟପଟେ ବିଡିଓଙ୍କୁ ହୋଇଥିବା ଦୁର୍ବ୍ୟବହାରକୁ ନିନ୍ଦା କରିଛନ୍ତି ପଞ୍ଚାୟତ ସମିତିର ଜନ ପ୍ରତିନିଧିମାନେ। ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷଙ୍କ ନେତୃତ୍ୱରେ ପଞ୍ଚାୟତ ସମିତିର ସମସ୍ତ ଜନ ପ୍ରତିନିଧିମାନେ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀଙ୍କୁ ଭେଟି ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅପରପକ୍ଷରେ ସମାନ ଭାବେ କଂଗ୍ରେସ ପକ୍ଷରୁ ମଧ୍ୟ ବିଡିଓଙ୍କ ନାମରେ ୩୦ରୁ ଉର୍ଦ୍ଧ୍ବ ଏତଲା ଦେବା ସହିତ କଂଗ୍ରେସ କର୍ମୀଙ୍କୁ ବିଡିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଥାନା ଅଧିକାରୀଙ୍କୁ ଭେଟିଛନ୍ତି ।

ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ କହିଛନ୍ତି, ‘‘ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଏକ ନିନ୍ଦନୀୟ ଘଟଣା । ପ୍ରିତିବାଦ କରିବାର ସମସ୍ତଙ୍କୁ ଅଧିକାର ଅଛି । ହେଲେ ଗାଣତାନ୍ତ୍ରିକ ଭାବେ ପ୍ରତିବାଦ କରିବା ଦରକାର । କାହାକୁ ଦୁର୍ବ୍ୟବହାର କରିବା ଆଇନ ସଙ୍ଗତ ନୁହେଁ । ପଟ୍ଟମୁଣ୍ଡାଇର 58 ଜଣ ସରପଞ୍ଚ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ତାଙ୍କ ସମର୍ଥକଙ୍କ ନାଁରେ ଥାନାରେ ଲିଖିତ ଏତଲା ଦେଇଛନ୍ତି । ପୋଲିସ ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।’’

ଏହା ମଧ୍ୟ ପଢନ୍ତୁ..ଜୟନାରାୟଣଙ୍କ ସାଂଘାତିକ ଅଭିଯୋଗ, କହିଲେ ଗୃହ ଭିତରେ ଓ ବାହାରେ ମୁଁ ଅସୁରକ୍ଷିତ

ସେପଟେ କଂଗ୍ରେସ କର୍ମୀ ସର୍ବେସ୍ବର ସେଠୀ କହିଛନ୍ତି, ‘‘ପଟ୍ଟାମୁଣ୍ଡାଇରେ ବିଭିନ୍ନ କାର୍ଯ୍ୟରେ ବିଡିଓ ଦୁର୍ନୀତି କରୁଛନ୍ତି । ଯାହାର ପ୍ରିତିବାଦରେ ଗତ 27 ତାରିଖରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ କଂଗ୍ରେସ କର୍ମକତ୍ତାମାନେ ପ୍ରିତିବାଦ କରିଥିଲେ । ମାତ୍ର ବିଡିଓ ସେମାନଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଯାହାକୁ ଆଧାର କରି କଂଗ୍ରେସ ପକ୍ଷରୁ ବିଡିଓଙ୍କ ନାଁରେ ୩୦ରୁ ଉର୍ଦ୍ଧ୍ବ ଏତଲା ଦିଆଯାଇଛି । ଏହାସହ ତାଙ୍କୁ ଗିରଫ କରି ତୁରନ୍ତ ଦଣ୍ଡବିଧାନ କରିବାକୁ ଦାବି କରାଯାଇଛି ।’’

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Sep 30, 2023, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.