ETV Bharat / state

ଜେଲରୁ ମୁକୁଳିଲେ ସାରଥୀ, ଯାଇପାରିବେନି ବାରିମୂଳ

ମୁକୁଳିଲେ ସାରଥୀ । କେନ୍ଦ୍ରାପଡ଼ା SDJM କୋର୍ଟର ବିଚାରପତି ଦୁଇଜଣ ଜାମିନଦାର ଓ ଦୁଇଲକ୍ଷ ଟଙ୍କା ପ୍ରତିବଦଳରେ ସାରଥୀଙ୍କୁ ବାହାରିବା ପାଇଁ ଅନୁମତି ଦେଇଥିଲେ କୋର୍ଟ । କୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇପାରିବେନି ସାରଥି ।

author img

By

Published : Jul 25, 2019, 8:34 PM IST

Updated : Jul 25, 2019, 10:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ, କେନ୍ଦ୍ରାପଡା

କେନ୍ଦ୍ରାପଡା: ଚାରି ବର୍ଷ ପରେ ଜେଲର ଚାରି କାନ୍ଥରୁ ବାହାରିଲେ ମାନ୍ୟବର ବା ତଥାକଥିତ ବାବା ସାରଥୀ। ସମସ୍ତ 3ଟି ମାମଲାରେ ଜାମିନ ପାଇବା ପରେ ଆଜି ଚୌଦ୍ବାର ଜେଲରୁ ମୁକୁଳିଲେ କେନ୍ଦ୍ରାପଡ଼ାର ଆତ୍ମଘୋଷିତ ସାରଥୀ ବାବା ଓରଫ ସନ୍ତୋଷ ରାଉଳ। କେନ୍ଦ୍ରାପଡା SDJM କୋର୍ଟରୁ ରିଲିଜ ଅର୍ଡର ଆସିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ସାରଥିଙ୍କୁ ଛଡାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ, କେନ୍ଦ୍ରାପଡା

ଗତ ୨୨ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସାରଥୀଙ୍କ ଜାମିନ ଆବେଦନ ଉପରେ ମୋହର ମାରି କିଛି ସର୍ତ୍ତ ମଧ୍ୟ ରଖିଥିଲେ। ଆହୁରିମଧ୍ୟ ନିମ୍ନ ଅଦାଲତ କିଛି ସର୍ତ୍ତ ରଖିପାରିବେ ବୋଲି ଜାମିନ ଆବେଦନ ସମୟରେ ନିର୍ଦ୍ଦେଶ ଦେଇଥିଲେ। ଏହି ଅନୁସାରେ ଆଜି କେନ୍ଦ୍ରାପଡ଼ା SDJM କୋର୍ଟର ବିଚାରପତି ଦୁଇଜଣ ଜାମିନଦାର ଓ ଦୁଇଲକ୍ଷ ଟଙ୍କା ପ୍ରତିବଦଳରେ ସାରଥୀଙ୍କୁ ଜାମିନ ଦେଇଛନ୍ତି।

SDJM କୋର୍ଟଙ୍କ ବିନାନୁମତିରେ ସାରଥୀ କେନ୍ଦ୍ରାପଡ଼ା ଛାଡି ବାହାରକୁ ଯାଇ ପାରିବ ନାହିଁ ବୋଲି ସର୍ତ୍ତ ରଖିଛନ୍ତି। ତେବେ ଉଚ୍ଚ ନ୍ୟାୟାଳୟ ପୂର୍ବରୁ ବାରିମୂଳସ୍ଥିତ ଆଶ୍ରମକୁ ଯିବାରେ ବାରଣ କରାଯାଇଛି । ସେହିପରି କୌଣସି ସାକ୍ଷ ମାନଙ୍କୁ ପ୍ରଭାବିତ ନକରିବା ପାଇଁ କରିଥିବା ସର୍ତ୍ତ ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ସାରଥି ଓକିଲ । ଅନ୍ୟପଟେ ସରକାରୀ ଓକିଲ ବିଚାରଳୟର ସମସ୍ତ ସର୍ତ୍ତ ମାନିବେ ବୋଲି କହିଛନ୍ତି। ଦୁଇଜଣ ଜାମିନଦାର ପରୀକ୍ଷିତ ମିଶ୍ର ଏବଂ ପ୍ରଶାନ୍ତ କୁମାର ଦାସଙ୍କ ଦ୍ବାରା ସାରଥୀଙ୍କୁ ଜାମିନ ମିଳିଥିବା ସୂଚନା ଦେଇଛନ୍ତି ସାରଥୀ ଓକିଲ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:25.07.2019
Radhakanta Mohanty, Kendrapada
Slug-od_kpr_02_sarathi_script_7204459
Anchor-ଆଜି ଚୌଦ୍ୱାର ଜେଲରୁ ମୁକୁଳିପାରନ୍ତି କେନ୍ଦ୍ରାପଡ଼ାର ଆତ୍ମଘୋଷିତ ସାରଥୀ ବାବା ଓରଫ ସନ୍ତୋଷ ରାଉଳ।ଗତ ୨୨ ତାରିଖ ଦିନ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସାରଥୀଙ୍କ ଜାମିନ ଆବେଦନ ଉପରେ ମୋହର ମାରି କିଛି ସର୍ତ୍ତ ମଧ୍ୟ ରଖିଥିଲେ।ଆହୁରିମଧ୍ୟ ନିମ୍ନ ଅଦାଲତ କିଛି ସର୍ତ୍ତ ରଖିପାରିବେ ବୋଲି ଜାମିନ ଆବେଦନ ସମୟରେ ନିର୍ଦ୍ଦେଶ ଦେଇଥିଲେ।ଏହି ଅନୁସାରେ ଆଜି କେନ୍ଦ୍ରାପଡ଼ା SDJM କୋର୍ଟର ବିଚାରପତି ଦୁଇଜଣ ଜାମିନଦାର ଓ ଦୁଇଲକ୍ଷ ଟଙ୍କା ପ୍ରତିବଦଳରେ ସାରଥୀଙ୍କୁ ଜାମିନ ଦେଇଛନ୍ତି।ମାନ୍ୟବର SDJM କୋର୍ଟଙ୍କ ବିନାନୁମତିରେ ସାରଥୀ କେନ୍ଦ୍ରାପଡ଼ା ଛାଡି ବାହାରକୁ ଯାଇ ପାରିବ ନାହିଁ ବୋଲି ସର୍ତ୍ତ ରଖିଛନ୍ତି।ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପୂର୍ବରୁ ବାରିମୂଳସ୍ଥିତ ଆଶ୍ରମକୁ ଯିବାରେ ବାରଣ,କୌଣସି ସାକ୍ଷ ମାନଙ୍କୁ ପ୍ରଭାବିତ ନକରିବା ପାଇଁ କରିଥିବା ସର୍ତ୍ତ ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ସାରଥିଙ୍କ ଓକିଲ ସଂଗ୍ରାମ କେଶରୀ ସିଂହ।ଅନ୍ୟପଟେ ସରକାରୀ ଓକିଲ ବିଚାରଳୟର ସମସ୍ତ ସର୍ତ୍ତ ମାନିବେ ବୋଲି କହିଛନ୍ତି।ଦୁଇଜଣ ଜାମିନଦାର ପରୀକ୍ଷିତ ମିଶ୍ର ଏବଂ ପ୍ରଶାନ୍ତ କୁମାର ଦାସଙ୍କ ଦ୍ୱାରା ସାରଥୀଙ୍କୁ ଜାମିନ ମିଳିଥିବା ସୂଚନା ଦେଇଛନ୍ତି ସାରଥୀ ଓକିଲ।
Body:Byt-ସଂଗ୍ରାମ କେଶରୀ ସିଂହ(ସାରଥୀ ଓକିଲ)
Byt-ନିରଞ୍ଜନ ବଳ(ସରକାରୀ ଓକିଲ)Conclusion:Breaking
Last Updated : Jul 25, 2019, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.