ETV Bharat / state

ପଞ୍ଚାୟତ ସମିତି ବୈଠକରେ ଦୁଇ ଗୋଷ୍ଠୀ ମଧ୍ୟରେ ହଟ୍ଟଗୋଳ

author img

By

Published : Nov 19, 2022, 7:44 PM IST

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ପଞ୍ଚାୟତ ସମିତି ଦ୍ଵିତୀୟ ସାଧାରଣ ବୈଠକରେ ହଟ୍ଟଗୋଳ । ପ୍ରତିବାଦ କରି କାଗଜ ଚିରିଥିବାବେଳେ ପରସ୍ପରକୁ ଚେୟାର ଉଠାଇ ଆକ୍ରମଣ କରିବା ଉଦ୍ୟମ ହୋଇଛି । ଅଧିକ ପଢ଼ନ୍ତୁ

ପଞ୍ଚାୟତ ସମିତି ବୈଠକରେ ଦୁଇ ଗୋଷ୍ଠୀ ମଧ୍ୟରେ ହଟ୍ଟଗୋଳ
ପଞ୍ଚାୟତ ସମିତି ବୈଠକରେ ଦୁଇ ଗୋଷ୍ଠୀ ମଧ୍ୟରେ ହଟ୍ଟଗୋଳ

କେନ୍ଦ୍ରାପଡ଼ା: ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ । ଗୋଟିଏ ଗୋଷ୍ଠୀ ପ୍ରତିବାଦ କରି କାଗଜ ଚିରିଥିବାବେଳେ ପରସ୍ପରକୁ ଚେୟାର ଉଠାଇ ଆକ୍ରମଣ କରିବା ଉଦ୍ୟମ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ପଞ୍ଚାୟତ ସମିତି ଦ୍ଵିତୀୟ ସାଧାରଣ ବୈଠକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଗଣତନ୍ତ୍ରରେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ଭାବମୂର୍ତ୍ତିକୁ ମଳିନ ପକାଇଛି । ମିଳିଥିବା ସୂଚନା ଅନୁସାରେ ବୈଠକ ପ୍ରାରମ୍ଭରେ ଗତ ପ୍ରଥମ ସାଧାରଣ ବୈଠକରେ ହୋଇଥିବା ପ୍ରସ୍ତାବକୁ ପାରିତ କରିବା ପାଇଁ ଆଲୋଚନା ହେଉଥିଲା ।

ସମିତି ଅଧିନ ଖମୋଳ ପଞ୍ଚାୟତର ସମିତିସଭ୍ୟ ପୂର୍ବ ବୈଠକରେ ଆଲୋଚିତ ପ୍ରସଙ୍ଗ ବ୍ୟତୀତ ଅନ୍ୟ ପ୍ରସ୍ତାବ ସ୍ଥାନିତ ହୋଇଥିବା କାରଣରୁ ଏହା ଉପରେ ପ୍ରଶ୍ନ କରିଥିଲେ । ସେହିପରି ଅନ୍ୟ ଜଣେ ସଦସ୍ୟ ଅଧ୍ୟକ୍ଷାଙ୍କୁ ବୈଠକ କାହିଁକି ୭ ମାସ ବିଳମ୍ବରେ କରାଗଲା ବୋଲି ପ୍ରଶ୍ନ ପଚାରିବାରୁ ପୂର୍ବତନ ଅଧ୍ୟକ୍ଷ ମଞ୍ଚ ତଳେ ବସି ଏହାର ଉତ୍ତର ଦେଇଥିଲେ । ଏହି ସମୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ ଓ ହଟ୍ଟଗୋଳ । ପରେ ପ୍ରସ୍ତାବ ଗୁଡିକ ସ୍ଥାନିତ ହୋଇଥିବା କାଗଜକୁ ଗୋଟିଏ ଗୋଷ୍ଠୀ ଫିଙ୍ଗା ଫୋପଡା ଆରମ୍ଭ କରିଥିବାବେଳେ, ଅନ୍ୟ ଗୋଷ୍ଠୀ ଏହାର ପ୍ରତିବାଦରେ ଚେୟାର ଧରି ଆକ୍ରମଣ କରିବା ପାଇଁ ବୈଠକରେ ଉଦ୍ୟମ କରିଥିଲେ ।

ତେବେ ପରିସ୍ଥିତି ଅଣାୟତ ହେବା ଆଗରୁ ବିଡିଓ ନମିତା ବାରିକ ଏବଂ ଏବିଡିଓ ଭଞ୍ଜ କିଶୋର ନାୟକ ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ । ପୂର୍ବତନ ଅଧ୍ୟକ୍ଷ ତଥା ବୈଠକରେ ଅଧ୍ୟକ୍ଷାଙ୍କ ପାଇଁ ଉତ୍ତର ଦେଉଥିବା ବାରିମୂଳ ସମିତିସଭ୍ୟଙ୍କୁ ଏନେଇ ପଚାରିବାରୁ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଉଦ୍ଦେଶ୍ୟ ରଖି ଏହି ଗୋଷ୍ଠୀ ଉଦ୍ୟମ କରୁଥିବା ସେ କହିଥିଲେ । ସମିତି ବୈଠକରେ ଯାହା କୋରମ ଓ ବ୍ୟବସ୍ଥା ତଦନୁଯାୟୀ କାର୍ଯ୍ୟ ନହେଲେ ଏଭଳି ବାଧା ଉପୁଜିଥାଏ ବୋଲି କହିଛନ୍ତି ବର୍ତ୍ତମାନର ଉପାଧ୍ୟକ୍ଷ ।

ଅନ୍ୟପଟେ ଏନେଇ ବିଡିଓଙ୍କୁ ପଚାରିବାରୁ ସେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ମଧ୍ୟରେ ସାମାନ୍ୟ ମନାନ୍ତର ଓ ମତାନ୍ତର କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହାର ସମାଧାନ କରାଯାଇଛି ବୋଲି କହିଛନ୍ତି । ତେବେ ଦ୍ଵିତୀୟ ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ଆବାସ, ସ୍ବଚ୍ଛତା ନେଇ ବିଭିନ୍ନ ଆଲୋଚନା ହେବାକୁ ଥିବାବେଳେ ହଟ୍ଟଗୋଳ କାରଣରୁ ଏହି ଆଲୋଚନାକୁ ସ୍ଥଗିତ ରଖାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.