ETV Bharat / state

କେନ୍ଦ୍ରାପଡାରେ ଅରୁଣ ସାହୁ, ମହିଳା ମହାବିଦ୍ୟାଳୟ ପାଇଁ ସ୍ବତନ୍ତ୍ର ଘୋଷଣା

author img

By

Published : Feb 28, 2020, 8:21 AM IST

କେନ୍ଦ୍ରାପଡା କଲେଜର ବାର୍ଷିକ ଉତ୍ସବରେ ଯୋଗଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ସେ କୌଣସି ବି ବିରୋଧର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଅଧିକ ସୂଚନା ପାଇଁ ପଢନ୍ତୁ ...

college-annual-function-programme-attend-by-higher-education-minister-arun-ku-sahu
କେନ୍ଦ୍ରପଡାର କଲେଜର ବାର୍ଷିକ ଉତ୍ସବରେ ଯୋଗଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

କେନ୍ଦ୍ରାପଡା: ଜିଲ୍ଲାର 2ଟି କଲେଜର ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁ । ପୂର୍ବାହ୍ନରେ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ ମନ୍ତ୍ରୀ । ଅଧ୍ୟାପକଙ୍କ କାର୍ଯ୍ୟ ନିର୍ଘଣ୍ଟ ୭ ଘଣ୍ଟା ରାଜ୍ୟ ସରକାର କରିଥିବାରୁ କିଛି ଅଧ୍ୟାପକ ଏହାକୁ ବିରୋଧ କରୁଛନ୍ତି ବୋଲି ସେ କହିଥିଲେ । କିନ୍ତୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ପାଇଁ ସେ ଏହି ବିରୋଧକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ସେହିପରି ମଧ୍ୟାହ୍ନରେ ଜିଲ୍ଲାର ସମସ୍ତ କଲେଜ ଅଧ୍ୟକ୍ଷ ମାନଙ୍କ ଏକ ବୈଠକରେ ଜିଲ୍ଲାରେ କିପରି ଉଚ୍ଚଶିକ୍ଷା ବିଭାଗର ପାସହାର ବୃଦ୍ଧି ହେବ ସେନେଇ ଆଲୋଚନା କରିଥିଲେ । ଏହାପରେ ଅପରାହ୍ନରେ ତୁଳସୀ ମହିଳା ମହାବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାଙ୍କ ଶିକ୍ଷା କ୍ଷେତ୍ରରେ ତୁଳସୀ ମହିଳା ମହାବିଦ୍ୟାଳୟ ଏକ ଦୃଢ଼ ଦୃଶ୍ୟପଟ ତିଆରି କରିଥିବା ବକ୍ତବ୍ୟରେ କହିଥିଲେ । କେନ୍ଦ୍ରାପଡ଼ା ବିଧାୟକଙ୍କ ପାଣ୍ଠିରୁ ମହିଳା ମହାବିଦ୍ୟାଳୟକୁ ଏକ ରିଡିଙ୍ଗ ରୁମ ଯୋଗାଇ ଦିଆଯିବା ସହିତ ଖୁବଶୀଘ୍ର ରାଜ୍ୟ ସରକାର ଏହି କଲେଜର ଉନ୍ନତିକରଣ ପାଇଁ ପାଣ୍ଠି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.