ETV Bharat / state

ଦୁଷ୍କର୍ମ ଉଦ୍ୟମକାରୀକୁ 3 ବର୍ଷର କାରାଦଣ୍ଡ - ଛାତ୍ରୀଙ୍କୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ

ଛାତ୍ରୀଙ୍କୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣାର ଅଭିଯୁକ୍ତକୁ ଦଣ୍ଡ । ଜିଲ୍ଲାର ସିଜେଏମ(Chief Judicial Magistrate ) କୋର୍ଟର ମୁଖ୍ୟବିଚାର ବିଭାଗ ବିଚାରପତି ଅଭିଯୁକ୍ତ କାଳନ୍ଦୀ ବେହେରାକୁ 3 ବର୍ଷ କାରାଦଣ୍ଡ ସହ 25 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

_CJM court give justice
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Feb 12, 2020, 9:20 PM IST

କେନ୍ଦ୍ରାପଡା: ଛାତ୍ରୀଙ୍କୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣାର ଅଭିଯୁକ୍ତକୁ ଜିଲ୍ଲାର ସିଜେଏମ(Chief Judicial Magistrate ) କୋର୍ଟର ମୁଖ୍ୟବିଚାର ବିଭାଗ ବିଚାରପତି ଜ୍ଞାନରଞ୍ଜନ ପଟ୍ଟନାୟକ, ଅଭିଯୁକ୍ତ କାଳନ୍ଦୀ ବେହେରାକୁ 3 ବର୍ଷ କାରାଦଣ୍ଡ ସହ 25 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ 8 ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଜଣାଇଛନ୍ତି ଅତିରିକ୍ତ ସରକାରୀ ଓକିଲ ରମାକାନ୍ତ ସ୍ବାଇଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନାମୁତାବକ, 2007 ଅକ୍ଟୋବର 15ରେ ଯଦୁପୁର ଛକଠାରେ ବସରୁ ଓହ୍ଲେଇ ଜଣେ ଛାତ୍ରୀ କଲେଜ ଯାଉଥିବା ବେଳେ ଅଭିଯୁକ୍ତ ଛାତ୍ରୀର ପିଛା କରିଥିଲେ ଓ ନିକଟସ୍ଥ ଗଛ ଉହାଡକୁ ଟେକି ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ଛାତ୍ରୀ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଦୌଡି ଆସିଥିଲେ । ଏନେଇ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । 13ଜଣଙ୍କ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ମାନ୍ୟବର ବିଚାରପତି ଦଣ୍ଡ ଶୁଣାଇଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.