ETV Bharat / state

ବିଜୁ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନ:୧୫୦୦ କୋଟିରୁ ଉର୍ଦ୍ଧ୍ବ ପ୍ରକଳ୍ପକୁ କେନ୍ଦ୍ରାପଡ଼ାବାସୀଙ୍କୁ ଭେଟି ଦେଲ ନବୀନ

author img

By

Published : Dec 15, 2021, 6:48 PM IST

କେନ୍ଦ୍ରାପଡ଼ାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏହାସହ ୧୫୮୧.୩୨ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ଅଧିକ ପଢନ୍ତୁ

ବିଜୁ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନ:୧୫୦୦ କୋଟିରୁ ଉର୍ଦ୍ଧ୍ବ ପ୍ରକଳ୍ପକୁ କେନ୍ଦ୍ରାପଡ଼ାବାସୀଙ୍କୁ ଭେଟି ଦେଲ ନବୀନ
ବିଜୁ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନ:୧୫୦୦ କୋଟିରୁ ଉର୍ଦ୍ଧ୍ବ ପ୍ରକଳ୍ପକୁ କେନ୍ଦ୍ରାପଡ଼ାବାସୀଙ୍କୁ ଭେଟି ଦେଲ ନବୀନ

କେନ୍ଦ୍ରାପଡା : ଜିଲ୍ଲାବାସୀ ପାଇବେ ଘରୋଇ ମେଡିକାଲରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ଆରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଜି(ବୁଧବାର) ସାମିଲ ହୋଇଛି । ଜିଲ୍ଲା ଟାଉନ ହଲଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଯୋଗ ଦେବା ସହ ଭର୍ଚ୍ଚୁଆଲ ମାଧ୍ୟମରେ ଲୋକଙ୍କୁ କାର୍ଡ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲାର ୩୮୧୭ ପରିବାରର ୧୧ଲକ୍ଷ ୫୬ ହଜାର ୪୩୩ ଜଣ ପୁରୁଷ ଓ ମହିଳା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲାଭବାନ ହେବେ । ଏହାସହ ୧୫୮୧.୩୨ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେଉଁ ବିଭାଗର କେତେ ଟଙ୍କା ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୋଟ ୫୪ଟି ପ୍ରକଳ୍ପ ମୂଲ୍ୟ ୨୨୦୭୧.୭୫ଲକ୍ଷ

୧.ଜଳସେଚନ ବିଭାଗ(୪ଟି ପ୍ରକଳ୍ପ)-୫୭୯୮.୩୯ ଲକ୍ଷ
୨.ପୁର୍ତ୍ତ ବିଭାଗ(୯ଟି ପ୍ରକଳ୍ପ)-୩୬୩୦.୧୦ଲକ୍ଷ
୩.ସ୍ୱାସ୍ଥ୍ୟ ବିଭାଗ(୧୦ଟି ପ୍ରକଳ୍ପ)-୩୭୮.୭୫ ଲକ୍ଷ
୪.ଭିତ୍ତିଭୂମି ପାଇଁ(୮ଟି ପ୍ରକଳ୍ପ)-୪୭୨.୯୩ଲକ୍ଷ
୫.ଶକ୍ତି ବିଭାଗ(୩ଟି ପ୍ରକଳ୍ପ)-୫୮୧୪.୫୭ଲକ୍ଷ
୬.ପାନୀୟଜଳ ଯୋଗାଣ ବିଭାଗ(୧୪ଟି ପ୍ରକଳ୍ପ)-୧୮୨୭.୪୩ ଲକ୍ଷ
୭.ସେତୁ ନିର୍ମାଣ ବିଭାଗ(୬ଟି ପ୍ରକଳ୍ପ)-୪୧୪୯.୫୮ଲକ୍ଷ

୧୦୬ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ

୧.ଜଳସେଚନ ବିଭାଗ(୬ଟି ପ୍ରକଳ୍ପ)-୬୬୦୫.୪୯ଲକ୍ଷ
୨.ପାନୀୟଜଳ ଯୋଗାଣ(୧୯ପ୍ରକଳ୍ପ)-୮୭୨୧୭.୪୦ ଲକ୍ଷ
୩.ଡ୍ରେନେଜ ବିଭାଗ(୫ଟି ପ୍ରକଳ୍ପ)-୧୩୬୬ ଲକ୍ଷ
୪.ନଦୀବନ୍ଧ ସୁଦୃଢ଼ୀକରଣ(୩ଟି ପ୍ରକଳ୍ପ)-୧୪୪୪.୧୬ଲକ୍ଷ
୫.ଭିତ୍ତିଭୂମି ପାଇଁ(୯ଟି ପ୍ରକଳ୍ପ)-୧୭୭୮ଲକ୍ଷ
୬.ସ୍ୱାସ୍ଥ୍ୟ ବିଭାଗ(୩ଟି ପ୍ରକଳ୍ପ)-୧୧୨୪.୪ଲକ୍ଷ
୭.ଶିକ୍ଷା ପାଇଁ(୨ଟି ପ୍ରକଳ୍ପ)-୧୮୬୮.୭୩ଲକ୍ଷ
୮.ରାସ୍ତା ନିର୍ମାଣ(୨୪ଟି ପ୍ରକଳ୍ପ)-୧୫୨୬୦.୫୮ ଲକ୍ଷ
୯.ସେତୁ ନିର୍ମାଣ(୫ଟି ପ୍ରକଳ୍ପ)-୧୩୧୪୨.୧୬ ଲକ୍ଷ
୧୦.କୋଠାବାଡ଼ି ନିର୍ମାଣ(୨୯ଟି ପ୍ରକଳ୍ପ)-୫୫୦୩.୭୪ଲକ୍ଷ
୧୧.ଶକ୍ତି ବିଭାଗର ଗୋଟିଏ ପ୍ରକଳ୍ପ ପାଇଁ ୭୫୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି ଜୋର ଧରିଛି । ଏହି ପ୍ରକଳ୍ପକୁ ନିକଟ ଭବିଷ୍ୟତରେ କେନ୍ଦ୍ରାପଡାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ସେହିପରି ଡାକ୍ତର ଅଭାବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏହାକୁ ସୁଧାରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.