ETV Bharat / state

କୋରୋନା ସମୟରେ ପୌରପିରଷଦର ଉଚ୍ଛେଦ ନୋଟିସକୁ ବିରୋଧ - kendrapada municipality

କେନ୍ଦ୍ରାପଡା ପୌରପରିଷଦ ଚିକେନ୍ କାଉଣ୍ଟରକୁ ୨୪ ଘଣ୍ଟାରେ ଉଚ୍ଛେଦ ପାଇଁ ନୋଟିସ ଜାରି କରିଛନ୍ତି ପୌର ନିର୍ବାହୀ ଅଧିକାରୀ । ଅଧିକ ପଢନ୍ତୁ...

chicken center eviction notice in kendrapada municipality
କୋରୋନା ସମୟରେ ପୌରପିରଷଦର ଉଚ୍ଛେଦ ନୋଟିସକୁ ବିରୋଧ
author img

By

Published : Nov 11, 2020, 2:55 AM IST

Updated : Nov 11, 2020, 4:28 AM IST

କେନ୍ଦ୍ରାପଡା: କୋରୋନା ସମୟରେ ଉଚ୍ଛେଦ ନୋଟିସକୁ ବିରୋଧ । କେନ୍ଦ୍ରାପଡା ପୌର ପରିଷଦ ଅଧିନ ଉର୍ଦ୍ଦୁ ପାଠାଗାର ନିକଟରେ ଥିବା ୮ଟି ଚିକେନ୍ କାଉଣ୍ଟରକୁ ୨୪ ଘଣ୍ଟାରେ ଉଚ୍ଛେଦ ପାଇଁ ନୋଟିସ ଜାରି କରିଛନ୍ତି ପୌର ନିର୍ବାହୀ ଅଧିକାରୀ ।

କୋରୋନା ସମୟରେ ପୌରପିରଷଦର ଉଚ୍ଛେଦ ନୋଟିସକୁ ବିରୋଧ

ସୂଚନା ଅନୁଯାୟୀ,ଏହି ୮ଟି ଦୋକାନ କେନ୍ଦ୍ରାପଡ଼ା ଟାଉନ ହାଇସ୍କୁଲ ପଡିଆ ନିକଟରେ ଏଣେତେଣେ ବସିବା ଫଳରେ ବିଭିନ୍ନ ସମୟରେ ଦୁର୍ଗନ୍ଧକୁ ଲକ୍ଷ୍ୟରଖି ତତ୍କାଳୀନ କେନ୍ଦ୍ରାପଡା ଜିଲ୍ଲାପାଳ ରେଘୁ ଜୀ ସେମାନଙ୍କୁ ଉର୍ଦ୍ଦୁ ପାଠାଗାର ନିକଟରେ ଗୋଟିଏ ସ୍ଥାନରେ ଥଇଥାନ କରାଇଥିଲେ ଏବଂ ଏନେଇ ପୌର ପ୍ରଶାସନକୁ ଖଜଣା ଦେବା ସହ ଏହି କାଉଣ୍ଟର ଗୁଡିକୁ ଖାଦ୍ୟସାମଗ୍ରୀ ବିକ୍ରୟ ପାଇଁ ପୌର ପ୍ରଶାସନ ଲାଇସେନ୍ସ ମଧ୍ୟ ଦେଇଥିଲା । ତେବେ ଆଜି ମଧ୍ୟାହ୍ନରେ ହଠାତ ପୌର ପ୍ରଶାସନ ପକ୍ଷରୁ ଚିକେନ୍ ବିକ୍ରୟ କରାଯାଉଥିବା ସ୍ଥାନରେ ଉଚ୍ଛେଦ ନୋଟିସ ଲଗାଯିବାରୁ ଏହି ୮ଜଣ ବ୍ୟବସାୟୀଙ୍କ ସମେତ ସେମାନଙ୍କ କର୍ମଚାରୀ ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀଙ୍କୁ ଭେଟି ଥଇଥାନ ପୁର୍ବରୁ ଉଚ୍ଛେଦକୁ ବିରୋଧ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯେପର୍ଯ୍ୟନ୍ତ ଥଇଥାନ କରାଯାଇନାହିଁ ସେପର୍ଯ୍ୟନ୍ତ ଉଚ୍ଛେଦ କରାନଯାଉ ବୋଲି ଏହି ବ୍ୟକ୍ତିମାନେ ଦାବି କରିଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Nov 11, 2020, 4:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.