ETV Bharat / state

ସମ୍ଭାବ୍ୟ ବାତ୍ୟା 'ୟାସ' ପାଇଁ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ମହାକାଳପଡା ଗସ୍ତ

author img

By

Published : May 23, 2021, 11:02 PM IST

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ବାତ୍ଯାର ରୂପ ନେଉଛି। ବାତ୍ୟା ସ୍ଥିତି ସମୀକ୍ଷା କରିବା ପାଇଁ ମହାକାଳପଡା ଗସ୍ତ କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି । ଅଧିକ ପଢନ୍ତୁ...

Central DIG visit kendrapada on cyclone Yaas
ସମ୍ଭାବ୍ୟ ବାତ୍ୟା 'ୟାସ' ପାଇଁ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ମହାକାଳପଡା ଗସ୍ତ

କେନ୍ଦ୍ରାପଡା: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ବାତ୍ଯାର ରୂପ ନେଉଛି। ବାତ୍ଯାଜନିତ ଆଶଙ୍କା ଯୋଗୁଁ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଛି । ଆଜି କେନ୍ଦ୍ରାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ କେନ୍ଦ୍ରାପଡା ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ।

ସମୂଦ୍ର କୂଳିଆ ଗ୍ରାମ ମାନଙ୍କରେ କଚ୍ଚା ଘରେ ଥିବା ପରିବାର,ଗାଈଗୋରୁ ସମେତ ଗୃହ ପାଳିତ ପଶୁମାନଙ୍କୁ ନିରାପଦ ସ୍ଥାନକୁ ତଥା ବାତ୍ଯା ଆଶ୍ରୟସ୍ଥଳୀ ଓ ପକ୍କା ଘରେ ଆଶ୍ରୟ ନେବାକୁ ସଚେତନ କରାଯାଇଛି । ମତ୍ସ୍ଯଜୀବୀ ମାନଙ୍କୁ ସମୁଦ୍ରରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଜନଜୀବନର ସୁରକ୍ଷା ନେଇ ଆଜି କେନ୍ଦ୍ରାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ ମହାକାଳପଡା ବ୍ଲକର ବଙ୍ଗୋପସାଗର ଉପକୂଳ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଡିଆଇଜି ପଙ୍କଜ ମହାକାଳପଡା ବ୍ଲକର ଜମ୍ବୁ,ବତୀଘର,ଖରୀନାସୀ ଓ ରାମନଗର ସମେତ କେତେକ ସ୍ଥାନରେ ପହଞ୍ଚି ଜୀବନ ଜୀବିକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ମତ୍ସ୍ଯଜୀବୀ ମାନଙ୍କ ସହିତ ଆଲୋଚନା କରି ସମ୍ଭାବ୍ୟ ବାତ୍ଯାର ମୁକାବିଲା ପାଇଁ ପୋଲିସ ପ୍ରଶାସନ ସବୁବେଳେ ଲୋକମାନଙ୍କ ପାଖରେ ରହି ମୁକାବିଲା କରିବା ପାଇଁ କହିଥିଲେ।

ମତ୍ସ୍ଯଜୀବୀମାନେ ସେମାନଙ୍କର ଧନଜୀବନର ସୁରକ୍ଷା ନେଇ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନ ସହିତ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।ଡିଆଇଜିଙ୍କ ଏହି ସମ୍ଭାବ୍ୟ ବାତ୍ଯାଞ୍ଚଳ ଗସ୍ତ ସମୟରେ ଜିଲ୍ଲା ଏସପି ମଦକର ସନ୍ଦୀପ ସମ୍ପଦ ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.