ETV Bharat / state

Panchayat poll: ଆସନ ସଂଖ୍ୟା ବୃଦ୍ଧି ନେଇ ଆଶାବାଦୀ କଂଗ୍ରେସ, ପ୍ରାର୍ଥୀ ଭରିଲେ ନାମାଙ୍କନ ପତ୍ର - କେନ୍ଦ୍ରାପଡ଼ା ପଞ୍ଚାୟତ ନିର୍ବାଚନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ। ସୋମବାର ପ୍ରଥମ ଦିନରେ ପ୍ରାରମ୍ଭିକ ଭାବେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଫର୍ମ କ୍ରୟ କରୁଛନ୍ତି । ଅଧିକ ପଢ଼ନ୍ତୁ

candidates submitted nomination paper for kendrapara panchayat election
panchayat polls: ଆସନ ସଂଖ୍ୟା ବୃଦ୍ଧି ନେଇ ଆଶାବାଦୀ କଂଗ୍ରେସ
author img

By

Published : Jan 17, 2022, 4:05 PM IST

କେନ୍ଦ୍ରାପଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ । ଆଜି ପ୍ରଥମ ଦିନରେ ପ୍ରାରମ୍ଭିକ ଭାବେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଫର୍ମ କ୍ରୟ କରୁଛନ୍ତି । ନାମାଙ୍କନପତ୍ର ଫର୍ମ କ୍ରୟ ଓ ଦାଖଲର ସମୟସୀମା ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏ ରହିବ। ତେଣୁ ପ୍ରାର୍ଥୀମାନେ ଫର୍ମ କିଣି ଆବଶ୍ୟକ ନଥିପତ୍ର ସଂଗ୍ରହରେ ଲାଗିପଡ଼ିଛନ୍ତି।

panchayat polls: ଆସନ ସଂଖ୍ୟା ବୃଦ୍ଧି ନେଇ ଆଶାବାଦୀ କଂଗ୍ରେସ

ଗତ ରବିବାର କଂଗ୍ରେସ ୨୭ଟି ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥି ଘୋଷଣା କରିଛି। ଆଜି(ସୋମବାର) ଚୟନ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ଅବସରରେ ପୂର୍ବତନ ଆଳି ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ନାଥଶର୍ମା ଉପସ୍ଥିତ ରହି ପ୍ରାର୍ଥୀଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଛି।

ତେବେ ଚଳିତ ନିର୍ବାଚନରେ କଂଗ୍ରେସ ଅଧିକ ଜିଲ୍ଲା ପରିଷଦ ଆସନ ଦଖଲ କରିବ ବୋଲି ଆଶା ରଖିଛି । ସେପଟେ ବିଜେଡିର ଦୁର୍ନୀତି ଓ ବିଜେପିର ଦରଦାମ ବୃଦ୍ଧି ସେମାନଙ୍କ ଆସନ କମାଇବ ବୋଲି କଂଗ୍ରେସ ନେତା ଦେବେନ୍ଦ୍ର ନାଥଶର୍ମା କହିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.