ETV Bharat / state

କଦଳୀ କାନ୍ଦିରେ ବ୍ରାଉନ ସୁଗାର, କଲେଜ ଛାତ୍ରଙ୍କ ଭିଡିଓ ଭାଇରାଲ - Browon sugar

କଞ୍ଚା କଦଳୀ କାନ୍ଦିରେ ଚାଲିଛି ଧଳା ଜହରର ବ୍ୟବସାୟ । ଭାଇରାଲ ଭିଡିଓ କଲେଜ ଛାତ୍ର ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Oct 22, 2019, 2:33 PM IST

କେନ୍ଦ୍ରାପଡା: ସ୍ଥାନ କେନ୍ଦ୍ରାପଡା ରାଜନଗର ଅଞ୍ଚଳ । ବୟସ 20 ଖଣ୍ଡେ । ରାଜନଗର ଅଞ୍ଚଳର କଲେଜ ଛାତ୍ର ସମସ୍ତେ । ହେଲେ ହାତରେ ପାଠ୍ୟ ପୁସ୍ତକ ବଦଳରେ ଅଛି ଧଳା ଜହର ସାଙ୍ଗକୁ ଗଞ୍ଜେଇ । ଆଉ କଲେଜ ଯିବା ବାଟରେ ଗଞ୍ଜେଇ ଓ ବ୍ରାଉନ ସୁଗାରର ମଜା ନେଉଛନ୍ତି । ସେ ପୁଣି କଦଳୀ କାନ୍ଦି ଭିତରେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ କେନ୍ଦ୍ରାପଡାରେ ଦିନକୁ ଦିନ ବ୍ୟାପୁଛି ବ୍ରାଉନ ସୁଗାର କାରବାର । କିଛି ଦିନ ତଳେ କେନ୍ଦ୍ରାପଡା ସହରରୁ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ଯାହା ସ୍ପଷ୍ଟ କରିଥିଲା ଜିଲ୍ଲାରେ ବ୍ୟାପକ ମାତ୍ରାରେ ବ୍ରାଉନ ସୁଗାର କାରବାର ହେଉଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡା

ଏବେ ଏହାକୁ ଆହୁରି ସ୍ପଷ୍ଟ କରିଛି ଭାଇରାଲ ହୋଇଥିବା ଏହି ଭିଡିଓଟିରୁ । ଉକ୍ତ ଭିଡିଓରେ ରାଜନଗରର ଅଞ୍ଚଳର ଏକ ନିର୍ଦିଷ୍ଟ କଲେଜର ଛାତ୍ରମାନେ କୌଣସି ଏକ ସ୍ଥାନରେ ବ୍ରାଉନ ସୁଗାର ଓ ଗଞ୍ଜେଇ ସେବନ କରୁଛନ୍ତି ଏହାସହ ପାଖରେ କଞ୍ଚା କଦଳୀ ମଧ୍ୟ ଅଛି । ଏଥିରୁ ଆଶଙ୍କା କରାଯାଉଛି କଞ୍ଚା କଦଳୀ ମାଧ୍ୟମରେ ଧଳା ଜହରର ବେପାର ହେଉଛି । ଉକ୍ତ ଭିଡିଓରେ ଥିବା ଯୁବକ ବା ଛାତ୍ରମାନେ କଲେଜ ୟୁନିଫର୍ମ ମଧ୍ୟ ପରିଧାନ କରିଛନ୍ତି । ଯାହା ଚିନ୍ତାଜନକ । ପ୍ରଶ୍ନ ଉଠୁଛି ଯଦି କଲେଜ ଛାତ୍ରମାନଙ୍କର ହାତରେ ବ୍ରାଉନ ସୁଗାର ମିଳିଯାଉଛି ତେବେ ନିଶା ସେବନକାରୀଙ୍କ କଥା ନକହିବା ଭଲ ।

ଏହାକୁ ନେଇ ଜିଲ୍ଲାବାସୀ ଏବେ ଚିନ୍ତାରେ । କାରଣ କଲେଜ ଛାତ୍ର ମାନେ ବ୍ରାଉନ ସୁଗାର ସେବନ କରିବା ଘଟଣାକୁ ଆହୁରି ଚିନ୍ତା ବଢାଇ ଦେଇଛି । ଫଳରେ ଏହି ଘଟଣାକୁ ପୋଲିସ ଗମ୍ଭୀରତାର ସହ ତଦନ୍ତ କରି କେନ୍ଦ୍ରାପଡାରେ ବ୍ରାଉନ ସୁଗାର ବେପାର କରୁଥିବା କିଙ୍ଗପିନକୁ ଧରିବାକୁ ଦାବି କରୁଛନ୍ତି ବୁଦ୍ଧୀଜିବୀ । ଏହାସହ କଲେଜ ଛାତ୍ରଙ୍କୁ ମଧ୍ୟ ସଚେତନତା କରିବାକୁ ଦାବି କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:22.10.2019
Radhakanta Mohanty, Kendrapada
Slug-od_kpr_01_brownsugar_script_7204459
Anchor-କେନ୍ଦ୍ରାପଡା ରେ ବ୍ୟାପୁଛି ବ୍ରାଉନ ସୁଗାର କାରବାର।କିଛି ଦିନ ଦିନ ତଳେ କେନ୍ଦ୍ରାପଡା ସହରରୁ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା।କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ଏକ ମହାବିଦ୍ୟାଳୟ ର ଛାତ୍ର ମାନେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନ ରେ ଗଞ୍ଜେଇ ଓ ବ୍ରାଉନ ସୁଗାର ସେବନ କରୁଥିବା ର ଭିଡ଼ିଓ ରେ ଦେଖିବା ପାଇଁ ମିଳୁଛି।ଏହି ଭିଡ଼ିଓ ରେ ଛାତ୍ର ମାନେ ରାଜନଗର କଲେଜ ୟୁନିଫର୍ମ ପିନ୍ଧିଥିବା ଦେଖିବା ପାଇଁ ମିଳିଛି।ତେଣୁ ପୋଲିସ ଏହି ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଯେଉଁ ମାନଙ୍କ ର ଏହି ଘଟଣା ରେ ସମ୍ପୃକ୍ତି ରହିଛି ଏବଂ କେଉଁ ଠାରୁ ବ୍ରାଉନ ସୁଗାର ଆସୁଛି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.