ETV Bharat / state

ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ନିର୍ମମ ହତ୍ୟା

author img

By

Published : Nov 28, 2022, 1:59 PM IST

Updated : Nov 28, 2022, 2:09 PM IST

କେନ୍ଦ୍ରପଡ଼ାରେ ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ନିର୍ମମ ହତ୍ୟା । ରାମନଗର-ଖରିନାସି ନିକଟରେ ଥିବା ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପଛପଟୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢ଼ନ୍ତୁ

murder to brick factory owner in kendrapara
ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ନିର୍ମମ ହତ୍ୟା

କେନ୍ଦ୍ରାପଡ଼ା: ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ନିର୍ମମ ହତ୍ୟା । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇନ ଥାନା ଅଧିନ ପିତାପାଟ ଗ୍ରାମର ଦିନେଶ ବଇଦଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ନିର୍ମମ ହତ୍ୟା

ସୂଚନା ଅନୁଯାୟୀ, ଦିନେଶ ବଇଦ ରାମନଗର-ଖରିନାସି ରାସ୍ତା ମଝିରେ ଏକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରି କରି ବ୍ୟବସାୟ କରୁଥିଲେ । ସେଠାରେ ସମୁଦାୟ ୬ ଜଣ ଲୋକ ରହି କାମ କରୁଥିବା ବେଳେ ବାଲେଶ୍ଵର ଅଞ୍ଚଳର ଜଣେ ଯୁବକ ପରମାନନ୍ଦ ବେହେରା ଏହି ଫ୍ୟାକ୍ଟ୍ରିର ବୁଝାସୁଝା କରୁଥିଲେ । ଆଜି (ସୋମବାର) ସକାଳୁ ଦିନେଶଙ୍କ ମୃତଦେହ ଫ୍ୟାକ୍ଟ୍ରି ପଛପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ପରମାନନ୍ଦ ଦିନେଶଙ୍କ ପରିବାରକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜମ୍ବୁ ପୋଲିସ ପହଞ୍ଚିବା ବେଳକୁ ପରମାନନ୍ଦ ସେଠାରେ ଅନୁପସ୍ଥିତ ଥିଲେ। ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ଉପସ୍ଥିତ ରହି ଏହି ହତ୍ୟାକାଣ୍ଡର ତଦନ୍ତ କରୁଛି ।

ତେବେ ଗତକାଲି (ରବିବାର) ଦିନେଶ କାମ କରୁଥିବା ଶ୍ରମିକଙ୍କୁ ଟଙ୍କା ଦେବା ପାଇଁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଉଠାଇଥିବା ବେଳେ ଶ୍ରମିକଙ୍କୁ ଆଜି ପେମେଣ୍ଟ ଦେବେ ବୋଲି କହିଥିଲେ । ରାତି ୧୦ରେ କାମ କରୁଥିବା ସ୍ଥାନୀୟ ୫ ଜଣ ଶ୍ରମିକ ଘରକୁ କାମ କରି ଫେରି ଯାଇଥିଲେ । ମାତ୍ର କେବଳ ପରମାନନ୍ଦ ହିଁ ରହିଥିଲେ । କିନ୍ତୁ ଆଜି ଘଟଣାସ୍ଥଳରୁ ସେ ଫେରାର ଅଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Nov 28, 2022, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.