ETV Bharat / state

ଇଟା ଫ୍ୟାକ୍ଟ୍ରି ମାଲିକ ହତ୍ୟା ଘଟଣାର ପର୍ଦ୍ଦାଫାସ, ପାଣି ପାଇଁ ଜୀବନ ନେଇଥିଲା ମ୍ୟାନେଜର - ପାଣି ମୁନ୍ଦାଏ ପାଇଁ ହୋଇଥିଲା ହତ୍ୟାକାଣ୍ଡ

କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇନ ଥାନା ଅଧୀନ ପିତାପାଟ ଗ୍ରାମସ୍ଥିତ ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗିରଫ । ଅଧିକ ପଢ଼ନ୍ତୁ

Brick factory owner brutally murder in Kendrapara one arrested
ମାଲିକ ହତ୍ୟାକାରୀ ମ୍ୟାନେଜରକୁ ଗିରଫ କଲା ପୋଲିସ, ପାଣି ମୁନ୍ଦାଏ ପାଇଁ ହୋଇଥିଲା ହତ୍ୟାକାଣ୍ଡ
author img

By

Published : Nov 30, 2022, 1:11 PM IST

କେନ୍ଦ୍ରାପଡ଼ା: ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତ ମ୍ୟାନେଜରକୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ ଏବଂ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରିର ମ୍ୟାନେଜର ପରମାନନ୍ଦ ମଳିକ । ପାଣି ମୁନ୍ଦାଏ ପାଇଁ ଏଭଳଇ ଜଘନ୍ୟ କାଣ୍ଡ ଘଟାଇଥିଲା ଅଭିଯୁକ୍ତ । ଗତ 27 ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇନ ଥାନା ଅଧିନ ପିତାପାଟ ଗ୍ରାମର ସିମେଣ୍ଟ ଇଟା ମାଲିକ ଦିନେଶ ବଇଦଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା ।

ମାଲିକ ହତ୍ୟାକାରୀ ମ୍ୟାନେଜରକୁ ଗିରଫ କଲା ପୋଲିସ, ପାଣି ମୁନ୍ଦାଏ ପାଇଁ ହୋଇଥିଲା ହତ୍ୟାକାଣ୍ଡ

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ପିରହାଟ ଥାନା ତଳଦପା ଗ୍ରାମର ପରମାନନ୍ଦ ମଳିକ ଦୁଇମାସ ହେବ ଦିନେଶ ବୈଦଙ୍କ ସିମେଣ୍ଟ ଇଟା କାରଖାନାରେ ମ୍ୟାନେଜର ଭାବେ କାମ କରୁଥିଲା । ଗତ ରବିବାର ରାତିରେ ଦିନେଶ ଓ ପରମାନନ୍ଦ ଭୋଜି କରିବା ସହିତ ପ୍ରଚୁର ମଦ୍ୟପାନ କରିଥିଲେ । ତେବେ ନିଶାସକ୍ତ ଅବସ୍ଥାରେ ଦିନେଶ ପିଇବା ପାଇଁ ପରମାନନ୍ଦକୁ ପାଣି ମାଗିଥିବା ବେଳେ ପରମାନନ୍ଦ ମନା କରି ଦେଇଥିଲେ । ଫଳରେ ପରମାନନ୍ଦକୁ ଦିନେଶ ଦୁଇ ଚାପୁଡା ମାରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ପରମାନନ୍ଦ ପାଖ ଘରକୁ ଯାଇ ଏକ ଶାବଳ ଆଣିଥିଲା ଏବଂ ଦିନେଶ ମୁଣ୍ଡରେ ଶକ୍ତ ପାହାର ମାରିଥିଲା । ଦିନେଶ ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ ଶାବଳରେ ଆଉ ଦୁଇ ପାହାର ପକାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦିନେଶଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ନିର୍ମମ ହତ୍ୟା

ଏହାପରେ ଦିନେଶଙ୍କ ଫୋନ ନେଇ ସେଠାରୁ ଫେରାର ହୋଇଯାଇଥିଲା । ସକାଳୁ ବସ ଯୋଗେ କଟରେ ଯାଇ ପହଞ୍ଚି ଏକ ଅଟୋରେ ଯାଉଥିବା ସମୟରେ ପୋଲିସ ଦିନେଶଙ୍କ ମୋବାଇଲକୁ ଟ୍ରାକ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ତେବେ ଦିନେଶଙ୍କୁ ହତ୍ୟା କରିବା ନେଇ ପୋଲିସ ଆଗରେ ନିଜ ଦୋଷ ସ୍ବୀକାର କରିଛି ହତ୍ୟାକାରୀ । ଗିରଫ ପରମାନନ୍ଦକୁ ଜମ୍ବୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.