ETV Bharat / state

4 ମାସ ହେଲାଣି ମିଳୁନି ରାସନ, ବ୍ଲକ ଅଫିସ ଘେରିଲେ ହିତାଧିକାରୀ

author img

By

Published : May 20, 2022, 11:22 AM IST

ସରକାର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଇ ତାଙ୍କ ମୁହଁରେ ହସ ଫୁଟାଉଛନ୍ତି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ବିଡିଓ ଓ ବ୍ଲକ ଯୋଗାଣ ଅଧିକାରୀଙ୍କ ମନମାନି ପାଇଁ ହିତାଧିକାରୀ ୪ମାସ ହେବ ରାସନ ପାଉନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବ୍ଲକ ଅଫିସ ଘେରିଲେ ହିତାଧିକାରୀ
ବ୍ଲକ ଅଫିସ ଘେରିଲେ ହିତାଧିକାରୀ

କେନ୍ଦ୍ରାପଡା: ସରକାର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଇ ତାଙ୍କ ମୁହଁରେ ହସ ଫୁଟାଉଛନ୍ତି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ବିଡିଓ ଓ ବ୍ଲକ ଯୋଗାଣ ଅଧିକାରୀଙ୍କ ମନମାନି ପାଇଁ ହିତାଧିକାରୀ ୪ ମାସ ହେବ ରାସନ ପାଉନଥିବା ଅଭିଯୋଗ ହୋଇଛି । ଫଳରେ ଶତାଧିକ ଗ୍ରାମବାସୀ ନ୍ୟାୟ ପାଇଁ ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ।

ବ୍ଲକ ଅଫିସ ଘେରିଲେ ହିତାଧିକାରୀ

ରାସନ ସାମଗ୍ରୀ ନପାଇ ଚାରିମାସ ହନ୍ତସନ୍ତ ହୋଇଛନ୍ତି ହିତାଧୀକାରୀ । ବାରମ୍ବାର ବିଡିଓଙ୍କୁ ଜଣାଇବାର ପରେ ବି ନିରାଶ ହୋଇଥିଲେ କାର୍ଡଧାରୀ । ଆଉ ଶେଷରେ ନ୍ୟାୟ ପାଇଁ ଯୋଗାଣ ଅଧିକାରୀ ଓ ବିଡିଓ ଅଫିସ ଘେରିଛନ୍ତି ରାଜନଗର ବ୍ଲକ କେରେଡାଗଡ ପଞ୍ଚାୟତର ଶତାଧିକ ହିତାଧିକାରୀ । ଜାନୁୟାରୀରୁ ଏପ୍ରିଲ ୪ମାସ ହେବ ରାସନ ସାମଗ୍ରୀ ହିତାଧିକାରୀଙ୍କୁ ବଣ୍ଟନ କରାଯାଇନଥିବା ଅଭିଯୋଗ ହୋଇଛି ।

ଏନେଇ ଗ୍ରାମବାସୀ ରିଟେଲରକୁ ପଚାରିଥିଲେ ବି ସେ କୌଣସି ସଠିକ ସୂଚନା ଦେଇନଥିଲେ । ଫଳରେ ଗ୍ରାମବାସୀ ଏକଜୁଟ ହୋଇ ବ୍ଲକ ଯୋଗାଣ ଅଧିକାରୀ ଓ ବିଡିଓଙ୍କୁ ଭେଟି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିବା ସହ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି । ଚାରି ମାସ ହେବ ବିନା ରାସନ ସାମଗ୍ରୀରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ କାହିଁକି ରାସନ କାର୍ଡଧାରୀଙ୍କୁ ମିଳୁନି ରାସନ ସାମଗ୍ରୀ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.