ETV Bharat / state

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ହଷ୍ଟେଲ ଛାତ୍ରୀଙ୍କୁ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ କଲେ ଅସଦାଚରଣ !

ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଛିଟା । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଛାତ୍ରୀ । ଅଧିକ ପଢନ୍ତୁ

author img

By

Published : Jun 24, 2022, 6:00 PM IST

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ହଷ୍ଟେଲରେ ଛାତ୍ରୀଙ୍କୁ ଅସଦାଚରଣ କଲେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ

କେନ୍ଦ୍ରାପଡା: ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଛିଟା । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଛାତ୍ରୀ । ରାଜନଗର ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ସୁବାଷ ଚନ୍ଦ୍ର ମହାନ୍ତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ।

ସୂଚନାଅନୁସାରେ, ରାଜନଗର ଅଞ୍ଚଳରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜନୈକା ନାବାଳିକା ଛାତ୍ରୀଙ୍କୁ ପାପ ନଜରରେ ଦେଖି ଆସୁଥିଲେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୁଭାଷ ଚନ୍ଦ୍ର ମହାନ୍ତି । ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପରେ ନାବାଳିକା ଜଣକ ବିଦ୍ୟାଳୟ କକ୍ଷରେ ବସି ଟିଉସନ ପାଠ କରୁଥିବା ସମୟରେ ଏହି ସୁଯୋଗର ଫାଇଦା ଉଠାଇବା ପାଇଁ ଉଦ୍ୟମ କରିଥିଲେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ । ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ଏନେଇ ନାବାଳିକା ଜଣକ ଘର ଲୋକଙ୍କ ଆଗରେ ଏ ବିଷୟରେ କହିଥିଲେ ଏବଂ ପରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ନିଜ ତରଫରୁ ନାବାଳିକା ଘରକୁ ଯାଇ ଉକ୍ତ ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ କରିଥିଲେ । ଏହାର ପ୍ରତିବଦଳରେ ପରିବାର ଲୋକେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ମହାନ୍ତିଙ୍କୁ ଉତ୍ତମମଧ୍ୟମ ଦେବା ସହିତ ରାଜନଗର ପୋଲିସ ଷ୍ଟେସନରେ ଜିମା ଦେଇଥିଲେ । ସୁବାଷ ଚନ୍ଦ୍ର ମହାନ୍ତିକୁ ଗିରଫ କରିବା ସହିତ ନିଲମ୍ବନ କରି ଥାନା ଘେରାଉ କରିଥିଲେ ସ୍ଥାନୀୟଲେକେ । ରିପୋର୍ଟ ପ୍ରସ୍ତୁତ କରି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସୁବାଷ ଚନ୍ଦ୍ର ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ରାଜନଗର ଆଇଆଇସି ତପନ କୁମାର ନାୟକ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.