ETV Bharat / state

ପରୀ ପାଇଁ ପଦଯାତ୍ରା କରିବ ବିଜେପି - pari murder case

ପରୀକୁ ନ୍ୟାୟ ମିଳିବା ଦାବିରେ ପଦଯାତ୍ରା କରିବ ବିଜେପି । ଏନେଇ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ପଢନ୍ତୁ ଅଧିକ.....

ପରୀ ପାଇଁ ପଦଯାତ୍ରା କରିବ ବିଜେପି
ପରୀ ପାଇଁ ପଦଯାତ୍ରା କରିବ ବିଜେପି
author img

By

Published : Dec 20, 2020, 7:08 AM IST

କେନ୍ଦ୍ରାପଡା: ପରୀକୁ ନ୍ୟାୟ ମିଳିବା ଦାବିରେ ପଦଯାତ୍ରା କରିବ ବିଜେପି । ଏନେଇ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ -ବିଜେଡ଼ି ଯୋଡି ଏକାଠି ହୋଇ ଷଡଯନ୍ତ୍ରର ଅଙ୍ଗ ଭାବେ ପରୀକୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଛନ୍ତି ବୋଲି ଅଭିଯୋଗ କରିଛି ଦଳ ।

ଏନସିଆରବି ତଥ୍ୟ ଅନୁଯାଇ 2018-19 ରେ ରାଜ୍ୟରେ 5323 ଶିଶୁ ନିଖୋଜ ଅଛନ୍ତି। ରାଜ୍ୟ ସରକାର ଅଙ୍ଗ ତସ୍କରୀ ଘଟଣାରେ ସମ୍ପୂର୍ଣ ହାତ ଟେକି ଦେଇଛନ୍ତି । SIT ତଦନ୍ତ ନିର୍ଦ୍ଦେଶ ଦେଇ ରାଜ୍ୟ ସରକାର ଓ ତାଙ୍କ ପୋଲିସ ସମ୍ପୂର୍ଣ ବିଫଳ ହୋଇଛନ୍ତି ବୋଲି ପରୋକ୍ଷରେ ସ୍ବୀକାର କରିଛନ୍ତି। ପରି ହତ୍ୟା କାଣ୍ଡର CBI ତଦନ୍ତ ଦାବି କରିଛି ଦଳ ।

ପରୀ ପାଇଁ ପଦଯାତ୍ରା କରିବ ବିଜେପି

ରାଜ୍ୟସରକାର ନିଜ ଜିଦରୁ ନଓହରିବାରୁ ଆଜି ଠାରୁ ବିଜେପି ଭୁବନେଶ୍ବରୁ ନୟାଗଡ଼ ପଦଯାତ୍ରା କରିବ ବୋଲି କହିଛନ୍ତି ବିଜେପି ନେତା ଓ ଏହି ପଦଯାତ୍ରାକୁ ସମର୍ଥନ କରି ରାଜ୍ୟର ମୋଟ ୧୪୭ଟି ବିଧାନସଭା ଅଞ୍ଚଳରେ ବିଜେପି ପକ୍ଷରୁ ସର୍ବନିମ୍ନ ୨୦ କିଲୋମିଟର ପଦଯାତ୍ରା କରାଯିବ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ।

ଅପରପକ୍ଷରେ ପରୀ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି। ପରୀ ମୃତ୍ୟୁ ଘଟଣାରେ ଏସଆଇଟିର ତଦନ୍ତ ସନ୍ଦେହପୂର୍ଣ୍ଣ ବୋଲି ଦଳ ଅଭିଯୋଗ କରିଛି । ଏହି ସମ୍ମିଳନୀରେ ବଜେପି ନେତା ମନମୋହନ ସାମଲ , ଜିଲ୍ଲା ସଭାପତି କିଶୋର ପଣ୍ଡା ,ସୁନାକର ବେହେରା, ନଗର ସଭାପତି ସୁନାକର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.