ETV Bharat / state

ତେଜୁଛି ଆବାସ ଦୁର୍ନୀତି ବିବାଦ, ରାଜକନିକା ବ୍ଲକ ଘେରାଉ କଲା ବିଜେପି

author img

By

Published : Feb 11, 2023, 9:17 AM IST

Updated : Feb 11, 2023, 2:34 PM IST

ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରୁ ବାଦ୍ ଦିଆଯାଇଥିବା ଅଭିଯୋଗରେ ରାଜକନିକା ବ୍ଲକ ଘେରାଉ କଲା ବିଜେପି । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ବ୍ଲକ ଘେରାଉ କଲା ବିଜେପି
କେନ୍ଦ୍ରାପଡାରେ ବ୍ଲକ ଘେରାଉ କଲା ବିଜେପି
ରାଜକନିକା ବ୍ଲକ ଘେରାଉ କଲା ବିଜେପି

କେନ୍ଦ୍ରାପଡା: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରାଯାଇଥିବା ବେଳେ ଅଯୋଗ୍ୟ ହିତାଧିକାରୀମାନେ ଏହି ଯୋଜନାକୁ ହାତେଇ ଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଉଭୟ କେନ୍ଦ୍ରାପଡା ଓ ଆଳି ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଶୁକ୍ରବାର କେନ୍ଦ୍ରାପଡା ଓ ରାଜକନିକା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

ରାଜକନିକାରେ ବିଜେପି ବରିଷ୍ଠ ନେତା ବୈକୁଣ୍ଠ ପରିଡାଙ୍କ ନେତୃତ୍ୱରେ ଶହ ଶହ ବିଜେପି କର୍ମୀ ରାଜକନିକା ମେଳଣ ପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଜକନିକା ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ନାରାବାଜି କରିଥିଲେ । କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ କିପରି କେନ୍ଦ୍ର ଯୋଜନାକୁ ହଡ଼ପ କରାଯାଉଛି ସେ ବିଷୟରେ ବିଷୋଦଗାର କରିଥିଲେ । ଆବାସ ଯୋଜନାରେ କିପରି ପ୍ରକୃତ ହିତାଧିକାରି ଉପକୃତ ହେବେ ସେନେଇ ରାଜକନିକା ବିଡ଼ିଓଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ସେହିପରି କେନ୍ଦ୍ରାପଡା ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ବିକ୍ଷୋଭକାରୀ ଫାଟକ ଭାଙ୍ଗି ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା । ରାଜ୍ୟ ସରକାରଙ୍କ ଆବାସ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବେଳେ ସାଧାରଣ ଲୋକର ଅଧିକାର କ୍ଷୁର୍ଣ୍ଣ ହେଲେ ବିଜେପି ଏହିଭଳି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା । ଆବାସ ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉ ବୋଲି ବିଜେପି ଦାବି କରିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍କା ଘର ବଣ୍ଟନରେ ଅନିୟମିତତା ନେଇ କେବଳ କେନ୍ଦ୍ରାପଡାରେ ନୁହେଁ ରାଜ୍ୟର ପ୍ରତିଟି ଜିଲ୍ଲାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆବାସ ତାଲିକା ପ୍ରକାଶ ପାଇବା ପରେ ପ୍ରତ୍ୟେକ ଗ୍ରାମାଞ୍ଚଳରେ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି । ଯୋଗ୍ୟ ହିତାଧିକାରୀ ଆବାସ ତାଲିକାରୁ ବାଦ୍ ପଡିଥିବା ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ନାମ ରହିଥିବା ଅଭିଯୋଗ ହେଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Feb 11, 2023, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.