ETV Bharat / state

ମାର୍ଶାଘାଇ ଆଇଆଇସିଙ୍କ ମନମାନୀ ବିରୋଧରେ ବିଜେପିର ସାମ୍ବାଦିକ ସମ୍ମିଳନୀ

author img

By

Published : Jul 29, 2023, 4:26 PM IST

ମାର୍ଶାଘାଇ ଥାନା ସମ୍ମୁଖରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ମାର୍ଶାଘାଇ ଆଇଆଇସିଙ୍କ ମନମାନୀ ବିରୋଧରେ ଗର୍ଜିଲା ବିଜେପି। ଅଧିକ ପଢନ୍ତୁ

bjp press meet
bjp press meet

bjp press meet

କେନ୍ଦ୍ରାପଡା: ପୋଲିସ ବର୍ବରତା ବିରୋଧରେ ବିଜେପିର ସାମ୍ବାଦିକ ସମ୍ମିଳନୀ। ମାର୍ଶାଘାଇ ଥାନା ସମ୍ମୁଖରେ ବିଜେପି ନେତା ସୌଭାଗ୍ୟ ପରିଡାଙ୍କ ଦ୍ୱାରା ଶୁକ୍ରବାର ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ବଦଳରେ ମାଡ଼ ମାରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା କେନ୍ଦ୍ରାପଡା ମାର୍ଶାଘାଇ ଆଇଆଇସିଙ୍କ ମନମାନୀ ବିରୋଧରେ ଗର୍ଜିଥିଲା ବିଜେପି।

ଏହା ମଧ୍ୟ ପଢନ୍ତୁ-MLA ଲ୍ୟାଡ ଟଙ୍କାରେ ବିଜେପି କର୍ମୀଙ୍କ ପାଚେରୀ ନିର୍ମାଣ କରିଛନ୍ତି ଦେବଗଡ ବିଧାୟକ: ବିଜେଡି

ବିଜେପି ନେତା ସୌଭାଗ୍ୟ ପରିଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାର୍ଶାଘାଇ ଥାନାର ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ସାଧାରଣ ଲୋକଙ୍କୁ ବିନା କାରଣରେ ମାଡ ମାରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ସାଧାରଣ ଲୋକମାନେ ଥାନାରୁ ନ୍ଯାୟ ପାଇବା ବଦଳରେ ଆଇଆଇସିଙ୍କ ଆକ୍ରୋଶର ଶିକାର ହେଉଥିଲେ। ମାସ ମାସ ଧରି ଏଭଳି ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ଏସପି ନିଦାବିଷ୍ଣୁ ସାଜି ଆଇଆଇସିଙ୍କ ଏଭଳି ମନମାନୀକୁ ସହ୍ୟ କରି ଆସୁଛନ୍ତି। ଏମିତିକି ଆଇଆଇସିଙ୍କ ଆକ୍ରମଣ ଶିକାର ହୋଇଥିବା ଲୋକେ ଏସପିଙ୍କୁ ଲିଖିତ ଅଭିଯୋଗ କରୁଥିଲେ ହେଁ ଏନେଇ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା।

ଏହା ମଧ୍ୟ ପଢନ୍ତୁ-ସବୁକଥାରେ ମିଛ ଗପୁଥିବା ପୃଥ୍ବୀରାଜଙ୍କୁ ଲୋକେ ଜୋକର ଭାବୁଛନ୍ତି: ଇପ୍ସିତା

ଅନ୍ୟପଟେ ଆଇଆଇସି ଜ୍ୟୋତିରଞ୍ଜନଙ୍କ କିଛିଦିନ ତଳେ ପଦୋନ୍ନତି ହୋଇ କେନ୍ଦ୍ରାପଡା ପୋଲିସ ମୁଖ୍ୟାଳୟ ଠାରେ ଡ଼ିଏସପି ଭାବେ ଅବସ୍ଥାପିତ କରାଯାଇଛି। ଏହା ସତ୍ତ୍ବେ ମଧ୍ୟ ଜ୍ୟୋତିରଞ୍ଜନ ବିଭିନ୍ନ ଆଳ ଦେଖାଇ ମାର୍ଶାଘାଇ ଥାନାକୁ ଯାଇ ଆକାଶ ନାଥ ନାମକ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ବେଳେ ଉକ୍ତ ପରିବାରର ସମସ୍ତ ସଦସ୍ୟ ଜ୍ୟୋତିରଞ୍ଜନଙ୍କ ଭୟରେ ବାହାରେ ରହିଛନ୍ତି। ଏନେଇ କୈଣସି କାର୍ଯ୍ଯାନୁଷ୍ଠାନ ମଧ୍ୟ ନିଆ ଯାଇନଥିବା ବେଳେ ଆଗାମୀ ୭ ଦିନ ମଧ୍ୟରେ ଯଦି ଥାନା ଅଧିକାରୀ ଜ୍ଯୋତି ରଞ୍ଜନ ସାମନ୍ତରାୟଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ବିଜେପି ନେତା ସୈଭାଗ୍ଯରଞ୍ଜନ ପରିଡା । ମାର୍ଶାଘାଇ ଥାନା ସମ୍ମୁଖସ୍ଥ କାଳୀ ପଡ଼ିଆରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ୨୦ନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ବିଜେପି ନେତା ସୌଭାଗ୍ୟ ପରିଡାଙ୍କ ଦ୍ୱାରା ଶୁକ୍ରବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-ମଙ୍ଗଳବଜାର ହସ୍ପିଟାଲର ଉନ୍ନତିକରଣ ଦାବି, ବିଜେପିର ଆନ୍ଦୋଳନ ଚେତାବନୀ

ଏହା ମଧ୍ୟ ପଢନ୍ତୁ-ତେଜିଲା ଟ୍ବିଟର ୱାର, ସମୀର ମହାନ୍ତିଙ୍କୁ କଡା ଜବାବ ଦେଲା ବିଜେଡି

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.