ETV Bharat / state

ଆବାସ କେଳେଙ୍କାରୀ ବିରୋଧରେ ବିଜେପିର ବ୍ଲକ ଘେରାଉ - bjp gherao block office in kendrapada

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଯୋଗୁଁ ବିଜେପି ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକ ଘେରାଉ କରାଯାଇଛି । ଅଧିକ ପଢନ୍ତୁ...

ଆବାସ କେଳେଙ୍କାରୀ ବିରୋଧରେ ବିଜେପିର ବ୍ଲକ ଘେରାଉ

author img

By

Published : Jul 10, 2021, 8:03 AM IST

କେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଯୋଗୁଁ ବିଜେପି ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକ ଘେରାଉ କରାଯାଇଛି । ୨୦୧୬ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ସରକାର ଚାଳ ଛପର ଥିବା ଗରିବ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୬ଲକ୍ଷ ଗୃହ ନିର୍ମାଣ ସହାୟତା ଦେଇଛନ୍ତି । ୨ ନମ୍ବର କାଟାଗୋରୀରେ ଓଡ଼ିଶାକୁ ଏହି ଯୋଜନାରେ ୮ଲକ୍ଷ ୧୭ହଜାର ଗୃହ ନିର୍ମାଣ ସହାୟତା ଯୋଗାଇ ଦେଇଛନ୍ତି । ମାତ୍ର ଓଡ଼ିଶାରେ ଥିବା ଶାସକ ବିଜେଡି ଦଳ ନିଜ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ନାଁରେ ଗରିବ ଲୋକଙ୍କ ଏହି ଗୃହ ସହାୟତାକୁ ହଡ଼ପ କରିଛନ୍ତି ।

ଆବାସ କେଳେଙ୍କାରୀ ବିରୋଧରେ ବିଜେପିର ବ୍ଲକ ଘେରାଉ

ବାସ୍ତବିକ ଭାବରେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାନଯାଇ ଅନିୟମିତତା କରି ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହାୟତା ଦିଆଯାଇଛି । ସାଂସଦ, ବିଧାୟକ ଓ ବିରୋଧି ଦଳ ନେତାଙ୍କ ଏନେଇ ଅଭିଯୋଗ ହେବା ପରେ କେନ୍ଦ୍ରୀୟ ଟିମ୍ ଓଡ଼ିଶାର ୧୬ଟି ବ୍ଲକ ପରିକ୍ରମା କରି ତଦନ୍ତ କରିଥିଲେ । ୯୮ହଜାର ୫ଶହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କରାଯାଇଛି । ଅଯୋଗ୍ୟ ହିତାଧୀକାରୀ ତଥା ଶାସକ ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀ ତାଙ୍କ ଆକାଉଣ୍ଟକୁ ଜାଲିଆତି କରି ଅର୍ଥ ହଡପ କରି ନେଇଛନ୍ତି ।

ତେବେ ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଗିରଫ ଦାବି କରିଛନ୍ତି ବିଜେପିର ନେତାମାନେ । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କ ମାଧ୍ୟମରେ ବିଜେପି ନେତାମାନେ ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.